ଭୁବନେଶ୍ବର, ୨୩।୧୨ : ଏମକେସିଜି ମେଡିକାଲ କଲେଜ ପିଜି ହଷ୍ଟେଲରେ ଗଣ୍ଡଗୋଳ ଘଟଣାରେ ବୈଦ୍ୟନାଥପୁର ଥାନାରେ ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ଘଟଣାରେ ସମ୍ପୃକ୍ତ ଜଣେ ଆସିଷ୍ଟାଣ୍ଡ ପ୍ରଫେସର, ତିନି ଜଣ ସିନିୟର ରେସିଡେଣ୍ଟ, ଜଣେ ପିଜି ଛାତ୍ର ମୋଟ ୫ ଜଣଙ୍କୁ ତିନି ନମ୍ବର ହଷ୍ଟେଲକୁ ଯିବାକୁ ମନା କରାଯାଇଛି।
ତିନି ନମ୍ବର ହଷ୍ଟେଲରେ ନିଶା ଦ୍ରବ୍ୟ ବାରଣ ପାଇଁ ମେଡିକାଲ କର୍ତ୍ତୃପକ୍ଷ ନିର୍ଦେଶ ଦେଇଛନ୍ତ।. ରାତି ସାଢେ ୧୧ ଟା ପରେ ତିନି ନମ୍ବର ହଷ୍ଟେଲରେ କ୍ୟାଣ୍ଟିନ ବନ୍ଦ ରଖିବାକୁ ମଧ୍ୟ ନିର୍ଦେଶ ଦିଆ ଯାଇଥିବା ମେଡିକାଲ କଲେଜ ଡିନ କହିଛନ୍ତି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ବୋଲି ମେଡିକାଲ କଲେଜ ଡିନ ପ୍ରଫେସର ଡାକ୍ତର ସୁଚିତ୍ରା ଦାସ କହିଛନ୍ତି। ସେପଟେ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କ ନାଁ ରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଛି। ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି।