ଭୁବନେଶ୍ବର,୯।୧୨ : ବଢିଲା ବିଧାୟକଙ୍କ ଦରମା। ଦରମା ହେଲା ୩ ଲକ୍ଷ ଟଙ୍କା। ପୂର୍ବରୁ ଦରମା ଓ ଭତ୍ତା ବାବଦକୁ ଏକ ଲକ୍ଷ ଟଙ୍କା ପାଉଥିଲେ। ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟ ମାନଙ୍କ ଦରମା, ଭତ୍ତା ଓ ପେନସନ୍ ବିଲ ୨୦୨୫ ଗୃହରେ ପାରିତ ହୋଇଛି। ତେବେ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ହେବା ପୂର୍ବରୁ ଏହି ବିଲ୍ ଗୃହରେ ପାରିତ ହୋଇଛି।