ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବାଙ୍ଗିରିପୋଷି ଲ୍ୟାମ୍ପ୍ସରେ ଧାନ ମଣ୍ଡିର ଶୁଭାରମ୍ଭ କଲେ ବିଧାୟିକା ସଂଞ୍ଜଳି ମୁର୍ମୁ

Published By : Rasmita Pradhan | December 31, 2024 12:06 PM

ବାଙ୍ଗିରିପୋଷି, ୩୧/୧୨: ବାଙ୍ଗିରିପୋଷି ସମବାୟ ସମିତି ପକ୍ଷରୁ ଖରିଫ ଧାନ କ୍ରୟ ପାଇଁ ଆଜି ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ବ୍ଲକର ୯ଟି ପଞ୍ଚାୟତର ୯୩୦ ଜଣ ନିର୍ଭରଶୀଳ ଚାଷୀଙ୍କ ବୃହତ୍ତର ସ୍ଵାର୍ଥକୁ ଦୃଷ୍ଟିରେ ରଖି ବାଙ୍ଗିରିପୋଷି ଲ୍ୟାମ୍ପ୍ସ ଆନୁକୂଲ୍ୟରେ ବାଙ୍ଗିରିପୋଷି ଠାରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବାଙ୍ଗିରିପୋଷି ବିଧାୟିକା ସଂଞ୍ଜଳି ମୁର୍ମୁ ଯୋଗ ଦେଇ ଧାନ ମଣ୍ଡିର ଶୁଭାରମ୍ଭ କରିଛନ୍ତି। 

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଏଆରସିଏସ ଅଶୋକ ପାଣି, ଏଆରସିଏସ ତୁଷାରକାନ୍ତି ମହାନ୍ତି, ଅତିରିକ୍ତ ତହସିଲଦାର ଦାମୋଦର ପ୍ରଧାନ, କୃଷି ଅଧିକାରିଣୀ ଚାରୁଲତା ପି ସିଂ, ଯୋଗାଣ ନିରୀକ୍ଷକ ତୀର୍ଥ ମାଝୀ, ଏମଡି ଅମିତ କୁମାର ଗିରି, ଲ୍ୟାମ୍ପ ସଭାପତି ବଙ୍କିମ ଚନ୍ଦ୍ର ବିଜୁଳି ପ୍ରମୁଖଙ୍କ ସହ ପରିଚାଳନା ପରିଷଦର ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ରହିଥ‌ିଲେ। ଲ୍ୟାମ୍ପ୍ସ ପରିଚାଳନା ନିର୍ଦେଶକ ଅମିତ କୁମାର ଗିରିଙ୍କ ତତ୍ତ୍ଵାବଧାନରେ ଧାନ କ୍ରୟ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ୬ ଜଣ ଚାଷୀଙ୍କ ଠାରୁ ୨୧୩ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ଚଳିତ ବର୍ଷ ଏଫଏକ୍ୟୁ ଧାନର ମୂଲ୍ୟ ୩୧୦୦ ଟଙ୍କା ଧାର୍ଯ୍ୟ ହୋଇଛି। ମଣ୍ଡି ଉଦଘାଟନକୁ ନେଇ ଉପସ୍ଥିତ ଚାଷୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.