ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ବିଧାୟକଙ୍କୁ ଲେଖାଶ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟ ବିରୁଦ୍ଧରେ ଥାନାରେ ଅଭିଯୋଗ

Published By : Gurupada Nath | July 4, 2025 9:43 PM

ନୀଳଗିରି,୪/୭ : ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଆପତ୍ତିଜନକ ମନ୍ତବ୍ୟ ଦେବା ନେଇ ନୀଳଗିରି ବିଜେପି ଆଜି ଥାନାରେ ତାଙ୍କ ନାମରେ ଅଭିଯୋଗ କରିଛି । ଏକ ପ୍ରତିନିଧି ଦଳ ଯାଇ ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକଙ୍କୁ ଏକ ଲିଖିତ ଅଭିଯୋଗପତ୍ର ପ୍ରଦାନ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଗୋଟିଏ ପଟେ ହାତୀଦାନ୍ତ ଲୁଟ୍ କରିଥିବା ଅଭିଯୁକ୍ତ ଏହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ସ୍ୱୀକାର କରିଛନ୍ତି ।

ତେବେ ବିଧାୟକ ସନ୍ତୋଷ ଖଟୁଆଙ୍କ ଲୋକପ୍ରିୟତାକୁ ସହି ନ ପାରି ବିଜେଡି ଗୋଟିଏ ପରେ ଗୋଟିଏ ମିଥ୍ୟା ଆରୋପ ଆଣୁଥିବା କୁଆଯାଇଛି । ବରିଷ୍ଠ ଆଇନଜୀବୀ ଶଶଧର ରଞ୍ଜିତ, ଜିଲ୍ଲା ପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ରଞ୍ଜିତା ସିଂ, ସୁବର୍ଣ୍ଣ ମଞ୍ଜରୀ ସିଂ, ଉସାରାଣୀ ରାଉଳ, ନୀଳଗିରି ଏନଏସି ଚେୟାରମ୍ୟାନ ମହେନ୍ଦ୍ର ବେହେରା, ବ୍ଲକ ଉପାଧ୍ୟକ୍ଷ ଜ୍ୟୋତିର୍ମୟ ପୁଥାଳ, ବାହାନଗା ବ୍ଲକ ଚେୟାରମ୍ୟାନ ବିଶ୍ଵନାଥ ମିଶ୍ରଙ୍କ ସମେତ ଶତାଧିକ ବିଜେପି କର୍ମୀ ନୀଳଗିରି ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଲିଖିତ ଅଭିଯୋଗପତ୍ର ଆଇଆଇସିଙ୍କୁ ପ୍ରଦାନ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.