ଭୁବନେଶ୍ୱର, ୨୯/୧୧: ଆଜିଠୁ ୩ ଦିନ ଧରି ଚାଲିବ ଅଖିଳ ଭାରତୀୟ ଡିଜିପି ସମ୍ମିଳନୀ।  ଏହାକୁ ଦୃଷ୍ଟିରେ ରଖି  ରାଜଧାନୀର ବିଭିନ୍ନ ରାସ୍ତାରେ ଟ୍ରାଫିକ୍‌ କଟକଣା ଜାରି ହୋଇଛି । ୨୯ରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ କଟକଣା ଜାରି ହୋଇଛି। ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହାନ ମନା ହୋଇଛି।  ୩ ଦିନ ପାଇଁ ବିଭିନ୍ନ ରୁଟ୍‌ରେ ମୋ ବସ ଚଳାଚଳ ନେଇ କଟକଣା ଜାରି କରାଯାଇଛି। ରୁଟ୍ ନମ୍ବର ୯, ୧୦, ୧୧, ୧୨, AE୧, AE୨, ୧୩, ୧୭, ୨୦, ୨୧, ୨୨A, ୨୩, ୨୫, ୨୬, ୨୭, ୨୮, ୩୦, ୩୧, ୩୨, ୩୬, ୩୭, ୩୮, ୩୯, ୪୦, ୪୪, ୪୬,୪୭, ୬୪ ଏବଂ ୬୬ରେ ବନ୍ଦ ରହିବ। ଏନେଇ କ୍ରୁଟ୍ ପକ୍ଷରୁ ଟ୍ବିଟ୍ କରି ସୂଚନା ଜାରି କରାଯାଇଛି।



ସୂଚନା ମୁତାବିକ, ଆଜିଠୁ ଡିଜିପି ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ  ସମେତ ଅନ୍ୟାନ୍ୟ ଭିଭିଆଇପି ୩ ଦିନ ଧରି  ଭୁବନେଶ୍ୱରରେ ରହିବେ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀର ବିଭିନ୍ନ ରାସ୍ତାରେ ଟ୍ରାଫିକ୍‌ କଟକଣା  ଜାରି ହୋଇଛି । ବିଶେଷ କରି ବିମାନବନ୍ଦରରୁ  ଏଜି ଛକ, ପିଏମ୍‌ଜି ଛକ ଦେଇ ୧୨୦ ବାଟାଲିୟନ ରାସ୍ତାରେ ଯା’ଆସ ମନା କରାଯାଇଛି । ସନ୍ଧ୍ୟାରେ ରାଜଭବନ-ଏଜି-ହାଉସିଂ ବୋର୍ଡ-ରାମମନ୍ଦିର ରାସ୍ତା ସିଲ୍‌ କରାଯିବ। ଏହାକୁ ଦୃଷ୍ଟିରେ ତିନିଦିନ ମୋ ବସ ଚଳାଚଳ ଉପରେ କଟକଣା ଜାରି ହୋଇଛି।  ରୁଟ୍ ନମ୍ବର ୯, ୧୦, ୧୧, ୧୨, AE୧, AE୨, ୧୩, ୧୭, ୨୦, ୨୧, ୨୨A, ୨୩, ୨୫, ୨୬, ୨୭, ୨୮, ୩୦, ୩୧, ୩୨, ୩୬, ୩୭, ୩୮, ୩୯, ୪୦, ୪୪, ୪୬,୪୭, ୬୪ ଏବଂ ୬୬ରେ ବନ୍ଦ ରହିବ।