ବୌଦ୍ଧ, ୯/୩ : ବୌଦ୍ଧ ଥାନା ଅନ୍ତର୍ଗତ କାସଲପୁର ଗ୍ରାମ ନିକଟରେ ୨ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ। ରବିବାର ରାତିରେ କିଛି ଦୁର୍ବୃତ୍ତ ୨ ଯୁବକଙ୍କୁ ଆକ୍ରମଣ କରିଛନ୍ତି। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି। ଖବର ପାଇ ବୌଦ୍ଧ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ କରୁଛି।
ସୂଚନାନୁଯାୟୀ, ମୁଣ୍ଡାପଡ଼ା ଗ୍ରାମର ବାସୁଦେବ ଝାଙ୍କର ଝାରସୁଗୁଡ଼ା ଠାରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। କିଛି ଦିନ ତଳେ ସେ ନିଜ ଗ୍ରାମକୁ ଆସିଥିଲେ। ରବିବାର ରାତିରେ ବାସୁଦେବ ଓ ତାଙ୍କ ସମ୍ପର୍କୀୟ ଭାଇ ଶାନ୍ତନୁ ଝାଙ୍କରଙ୍କୁ କିଛି ଲୋକ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଫଳରେ ବାସୁଦେବଙ୍କ ମୃତ୍ୟୁ ହୋଇଥିବା ବେଳେ ଶାନ୍ତନୁ ଗୁରୁତର ହୋଇଛନ୍ତି। ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ବୌଦ୍ଧ ପୁଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ଏହି ଖବରଟିକୁ ପଢନ୍ତୁ- ଆଜି ଶ୍ରୀମନ୍ଦିରରେ ଖସାପଡ଼ା ଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ଦର୍ଶନ ମନା