ଲାପଟପ୍, ମୋବାଇଲ, ବ୍ଲୁଟୁଥ୍ ଭଳି ବିଭିନ୍ନ ଗ୍ୟାଜେଟକୁ ଚାର୍ଜ କରିବା ପାଇଁ ସାଧାରଣତଃ ବିଜୁଳିର ପଡିଥାଏ ଆବଶ୍ୟକ । ହେଲେ ଆପଣ କେବେ ଚିନ୍ତା କରିଛନ୍ତି କି ପବନରୁ ମଧ୍ୟ ଏ ସମସ୍ତ ଗ୍ୟାଜେଟ୍‌ସକୁ ଚାର୍ଜ୍ କରିହେବ । କଥାଟି ଆପଣଙ୍କୁ ବି ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ ଏହା ସତ ।ରିପୋର୍ଟ ଅନୁସାରେ  ଜାପାନର  ବୈଜ୍ଞାନିକମାନେ ଏଭଳି  ଏକ ନୂତନ ଟେକନିକର କରିଛନ୍ତି ଉଦ୍ଭାବନ । ଯାହା ବିଜୁଳି ସମସ୍ୟାକୁ ସମାଧାନ କରିବାରେ ସହାୟକ ହେବ । ବୈଜ୍ଞାନିକମାନେ ଏକ ଓ୍ୱାୟାରଲେସ ଚାର୍ଜିଂ ରୁମ୍ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ପବନରୁ ବିଭିନ୍ନ ଗ୍ୟାଜେଟ ଚାର୍ଜ ହେଉଛି। ଜାପାନର ଟୋକିଓ ବିଶ୍ବବିଦ୍ୟାଳୟର  ବୈଜ୍ଞାନିକମାନେ ଏକ ୧୦ ବାଏ ୧୦ ଫୁଟର ଚାର୍ଜିଂ ରୁମ୍ ପ୍ରସ୍ତୁତ କରିଛନ୍ତି । ଯାହା ୫୦ ଭୋଲ୍ଟ ପର୍ଯ୍ୟନ୍ତ ପାଓ୍ବାର ଦେଇଥାଏ । 

ବୈଜ୍ଞାନିକଙ୍କ ମତରେ ଏହାର ଟେଷ୍ଟିଂ ସରିଥିବା ବେଳେ  ଏହି ରୁମ୍‌ରେ ପାଓ୍ବାର ଲ୍ୟାମ୍ପ,ମୋବାଇଲ ଆଦିକୁ ରଖି ଚାର୍ଜ କରାଯାଇଛି। ବୈଜ୍ଞାନିକଙ୍କ ମତରେ ମଣିଷଙ୍କୁ ଏଥିରୁ କୌଣସି କ୍ଷତି ନାହିଁ। ଏହା ଏକ ନୂତନ ଟେକ୍‌ନିକ୍ । ଯେଉଁଥିରେ ବିନା ଇଲେକ୍ଟ୍ରିକ ଫିଲ୍ଡରେ ମ୍ୟାଗ୍ନେଟିକ ଫିଲ୍ଟକୁ ଜେନେରେଟ କରିହେବ ।  ଏହାସହ  ଏହି ଟେକନିକରେ ଆଉ ଏକ ସ୍ବତନ୍ତ୍ରତା ହେଉଛି ଏହାକୁ ବ୍ୟବହାର କରି ବିନା ଚାର୍ଜିଂ ପ୍ୟାଡ଼୍‌ରେ ଗ୍ୟାଜେଟକୁ ଚାର୍ଜ୍ କରିହେବ । ହେଲେ ବର୍ତ୍ତମାନ ପ୍ରୋଗ୍ରେସିଂ ଷ୍ଟେଜରେ ରହିଛି। ଆଗକୁ ଏହାକୁ ଆହୁରି ଉନ୍ନତ ଜ୍ଞାନକୌଶଳର ବ୍ୟବହାର କରି ଉନ୍ନତ ଧରଣର କରାଯିବ । ଏହା ପୂରାପୁରି ପ୍ରସ୍ତୁତ ହେବା ପାଇଁ ଅନେକ ବର୍ଷ ଲାଗିବ । ତେବେ ଏହି ଓ୍ୱାୟାରଲେସ ଚାର୍ଜିଂକୁ ନେଇ ଅନେକ ବିବାଦ ମଧ୍ୟ ଦେଖିବାକୁ ମିଳିଛି । କିଛି ବୈଜ୍ଞାନିକ ଏହାକୁ ହାନିକାରକ ବୋଲି ମଧ୍ୟ ଦର୍ଶାଇଛନ୍ତି ।