କେନ୍ଦୁଝର ସଦର,୧୯/୮(ଆପ୍ର) ସଦର ଥାନା ଠାରୁ ପ୍ରାୟ ୪ଶହ ମିଟର ଦୁରରେ ଅବସ୍ଥିତ ରାଇସୁଆଁ ବଜାରର ସାହୁ ଭେରାଇଟି ଷ୍ଟୋରରୁ ସୋମବାର ରାତିରେ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଯାଇଛି। ଦୁର୍ବୃତ୍ତ ମାନେ ଆଜବେଷ୍ଟସ ଭାଙ୍ଗି ଦୋକାନ ଭିତରେ ପଶି ମୋବାଇଲ ନେବା ସହ ସିସିଟିଭିର ହାର୍ଡ ଡିସ୍କକୁ ନେଇ ଯାଇଛନ୍ତି ।
ଖବର ପାଇ ସଦର ଥାନା ଅଧିକାରୀ ଅମିତ୍ ଭୁୟାଁ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଦୋକାନ ପଛପଟରେ ଥିବା ଘଞ୍ଚ ବୁଦାରୁ ହାର୍ଡ ଡିସ୍କର ଉପର କଭର ପାଇଥିଲେ। ଦୁର୍ବୃତ୍ତ ମାନେ ହାର୍ଡ ଡିସ୍କ ନେଇ କଭରକୁ ଫିଙ୍ଗି ଦେଇଥିଲେ।ପୁଲିସ ପକ୍ଷରୁ ତଦନ୍ତ ଜାରୀ ରହିଛି।