ପ୍ରମୂଖ ଖବର
  • ଗଞ୍ଜାମ : ଆଇଟିଆଇ ଛାତ୍ରୀଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୋଲିସ
  • ||
  • ଗାଧୋଇବା ବେଳେ ଅଘଟଣ, ଚନ୍ଦ୍ରଭାଗାରେ ବୁଡ଼ି ଯାଉଥିବା ପର୍ଯ୍ୟଟକ ଉଦ୍ଧାର
  • ||
  • ଓଡିଶା-ପଶ୍ଚିମବଙ୍ଗ ସୀମାରେ ହାଇ ଆଲର୍ଟ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲୁ ରହିବ ପ୍ରକ୍ରିୟା
  • ||
  • ଛତ୍ରପୁର : ମାଛ ଧରୁଥିବା ବେଳେ ଅଘଟଣ, ପାଣିରେ ବୁଡି ମତ୍ସ୍ୟଜୀବୀଙ୍କ ମୃତ୍ୟୁ
  • ||

ଅନଲାଇନ ଗେମରେ ଲାଗିଲା ଜ୍ୟାକପଟ୍‌, ମୋବାଇଲ୍‌ ଦୋକାନୀରୁ କୋଟିପତି ବନିଗଲେ କାକଟପୁରର ଯୁବକ

Published By : Prameya | April 20, 2025 8:57 AM

କାକଟପୁର,୨୦/୦୪: ରାତି ରାତି ବଦଳିଗଲା ଭାଗ୍ୟ। ମାତ୍ର ୪୯ ଟଙ୍କା ଲଗାଇ ଅନଲାଇନ ଗେମରେ ଜ୍ୟାକପଟ୍‌ ଲାଗିବା ପରେ ୩ କୋଟି ଟଙ୍କା ସହ ଏକ ମହିନ୍ଦ୍ରା ଥାର୍‌ ଜିତିଲେ ଯୁବକ। ଆଉ ସେ ଯୁବକ ଜଣକ କୌଣସି ବାହାର ରାଜ୍ୟର ନୁହେଁ ବରଂ ଆମ ଓଡ଼ିଶାର କାକଟପୁର ବ୍ଲକ୍‌  ଅଧୀନ ବାଜପୁର ଗ୍ରାମର ମହେନ୍ଦ୍ର ନନ୍ଦି।

କାକଟପୁର ବ୍ଲକ୍‌  ଅଧୀନ ବାଜପୁର ଗ୍ରାମର ମହେନ୍ଦ୍ର ନନ୍ଦି ମାଇଁ-୧୧ ଆପ୍‌ରେ ପଞ୍ଜାବ-ବେଙ୍ଗାଲୁରୁ ମ୍ୟାଚ୍‌ରେ ମାତ୍ର ୪୯ ଟଙ୍କା ଲଗାଇ ୩ କୋଟି  ଟଙ୍କା ସହିତ ଏକ ମହିନ୍ଦ୍ରା ଥାର୍‌ ଗାଡ଼ି ଜିତିଛନ୍ତି ।  ମହେନ୍ଦ୍ର ଜଣେ ନିମ୍ନ ମଧ୍ୟବିତ୍ତ ପରିବାରର । ସେ  କାକଟପୁର ବଜାରରେ ଏକ ମୋବାଇଲ୍‌ ଦୋକାନ  କରି ନିଜର ପରିବାର ପ୍ରତିପୋଷଣ କରନ୍ତି ।  ରାତାରାତି ତାଙ୍କ ଭାଗ୍ୟ ବଦଳି ଯାଇଛି । ଏବେ  ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.