ପ୍ରମୂଖ ଖବର
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା; ଆତଙ୍କୀ ଆକ୍ରମଣର କିପରି ଦିଆଯିବ ଜବାବ ? ମକଡ୍ରିଲ କଲା ସୁରକ୍ଷାବାହିନୀ

Published By : Ankita S | June 13, 2025 2:53 PM

ପୁରୀ,୧୩/୦୬: ଆସନ୍ତା ୨୭ରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏ ନେଇ ପୁରୀକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ । ରଥଯାତ୍ରା ସମୟରେ ଯଦି ଆତଙ୍କୀ ଆକ୍ରମଣ ହୁଏ ତେବେ କିପରି କରାଯିବ ପ୍ରତିହତ । କିପରି ଜବାବ ଦେବ ସୁରକ୍ଷାବାହିନୀ । ଏନେଇ ଆଜି (ଶୁକ୍ରବାର) ପୁରୀ ରେଳ ଷ୍ଟେସନରେ ଓଡ଼ିଶା ପୋଲିସ ଓ ରେଲୱେ ସୁରକ୍ଷା ବାହିନୀ ମିଳିତ ଭାବେ ମକଡ୍ରିଲ କରିଛନ୍ତି । 

ଓଡ଼ିଶା ପୋଲିସର ଛଦ୍ମ ବେଶଧାରୀ ୩ ଜଣ ଆତଙ୍କବାଦୀ ପୁରୀ ରେଳୱେ ଷ୍ଟେସନରେ ରେଳୱେ ସୁରକ୍ଷା ବାହିନୀକୁ ଆକ୍ରମଣ କରିଥିଲେ । ଏହା ପରେ ଷ୍ଟେସନକୁ ପ୍ରବେଶ କରିଥିଲେ । ଆତଙ୍କବାଦୀମାନେ ଏକ ନମ୍ୱର ଓ ଦୁଇ ନମ୍ୱର ପ୍ଲାଟ ଫର୍ମରେ ଥିବା ଯାତ୍ରୀଙ୍କୁ ଗୁଳି କରିଥିଲେ । ୩ ନମ୍ୱର ପ୍ଳାଟଫର୍ମରେ ଥିବା ତପସ୍ଵିନୀ ଏକ୍ସପ୍ରେସକୁ ହାଇଜାକ କରିଥିଲେ । ଏହା ଦେଖି ରେଳୱେ ପୋଲିସ ଆତଙ୍କବାଦୀଙ୍କୁ ଧରିବାକୁ ଚେଷ୍ଟା କରି ସୁଦ୍ଧା ବିଫଳ ହୋଇଥିଲେ । ପରେ ଓଡ଼ିଶା ପୋଲିସର ସ୍ବତନ୍ତ୍ର STU କମାଣ୍ଡୋ ଲୋକଙ୍କୁ ଆତଙ୍କବାଦୀଙ୍କ କବଳରୁ ରକ୍ଷା କରିଥିଲେ । ୩ ଆତଙ୍କବାଦୀଙ୍କୁ ନିପାତ କରିଥିଲେ । 

ଆତଙ୍କୀଙ୍କୁ ନିହତ ପରେ ଅଗ୍ନିଶମ ବାହିନୀ ଆସି ରେଳୱେ ଷ୍ଟେସନରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ । ଓଡ୍ରାଫ ଟିମ୍ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା । ଏହି ମକଡ୍ରିଲ ଯୋଗୁ ଆତଙ୍କବାଦୀ ଆକ୍ରମଣରେ କିଭଳି ମୁକାବିଲା କରି ହେବ ସେ ନେଇ ପ୍ରସ୍ତୁତି ହୋଇଥିବା RPF ଓ GRP ଅଧିକାରୀ କହିଛନ୍ତି । ପୁରୀ ଏସପି ବିନୀତ ଅଗ୍ରୱାଲ ମକଡ୍ରିଲକୁ ନେଇ କହିଛନ୍ତି, ‘ଆଗାମୀ ରଥଯାତ୍ରାର ସୁରକ୍ଷା ପାଇଁ ଏହା ଆମର ପ୍ରସ୍ତୁତିର ଏକ ଅଂଶ । ଆତଙ୍କବାଦୀ ଆକ୍ରମଣ ହେଲେ ଆମ ସୁରକ୍ଷା ବାହିନୀ କିଭଳି ମୁକାବିଲା କରିବେ ସେନେଇ ଆମର 11ଟି ବିଭାଗ ସାମିଲ ଥିଲା ଏହି ମକଡ୍ରିଲରେ । ପୋଲିସ, ଓଡ୍ରାଫ, STU, SOG, RPF, GRP,ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ ଏଥିରେ ସାମିଲ ହୋଇଥିଲେ ।

ଆସନ୍ତା ଜୁନ ୨୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ନବଦିନାତ୍ମକ ଯାତ୍ରାରେ ମାଉସୀ ମା’ଘରକୁ ଯିବେ କାଳିଆ ସାଆନ୍ତେ । ପବିତ୍ର ରଥଯାତ୍ରାରେ ପୁରୀକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ଓ ଦେଶ ବିଦେଶରୁ ଲୋକଙ୍କ ସମାଗମ ହୋଇଥାଏ । କୌଣସି ଅଘଟଣ ଯେପରି ନ ଘଟେ ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି । ଆତଙ୍କବାଦୀ ଆକ୍ରମଣ ଯଦି ଘଟେ କିପରି ଏହାକୁ ମୁକାବିଲା କରାଯିବ ଏଥିପାଇଁ ଏହି ଆଣ୍ଟି ଟେରୋରିଷ୍ଟ ମକଡ୍ରିଲ କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.