ନୂଆଦିଲ୍ଲୀ,୩୧।୫: ଗୃହ ମନ୍ତ୍ରଣାଳୟ (MHA)ର ନିର୍ଦ୍ଦେଶ ଅନୁଯାୟୀ, ଆଜି ଜମ୍ମୁ ଏବଂ କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ହରିୟାଣା ଏବଂ ଚଣ୍ଡିଗଡ଼ରେ 'ଅପରେସନ୍ ସିଲ୍ଡ' ନାମକ ଏକ ନାଗରିକ ସୁରକ୍ଷା ଅଭ୍ୟାସ କରାଯାଇଥିଲା। ସମ୍ଭାବ୍ୟ ଯୁଦ୍ଧ କିମ୍ବା ବିପର୍ଯ୍ୟୟ ସମୟରେ ନାଗରିକ ପ୍ରତିରକ୍ଷାର ପ୍ରସ୍ତୁତି ପରୀକ୍ଷା କରିବା ପାଇଁ ଏହି ‘ମକ୍ ଡ୍ରିଲ୍’ ଆୟୋଜିତ ହୋଇଥାଏ। ‘ମକ୍ ଡ୍ରିଲ୍’ ଅଧୀନରେ, ବିଭିନ୍ନ କାର୍ଯ୍ୟରେ ନାଗରିକ ପ୍ରଶାସନକୁ ସହାୟତା କରିବା ପାଇଁ ନାଗରିକ ପ୍ରତିରକ୍ଷା ୱାର୍ଡେନ, ସ୍ଥାନୀୟ ପ୍ରଶାସନ କର୍ମଚାରୀ ଏବଂ NCC, NSS, NYKS, ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ଭଳି ଯୁବ ସ୍ୱେଚ୍ଛାସେବକମାନଙ୍କୁ ସେମାନଙ୍କର ସେବା ପାଇଁ ଡକାଯାଇଥିଲା।

ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଡିସି ଅଫିସ ବାହାରେ ମକଡ୍ରିଲ୍ କରାଯାଇଥିଲା। ଅନ୍ୟପକ୍ଷେ ପଞ୍ଜାବର ଅମୃତସରରେ ମଧ୍ୟ ଏଭଳି ଅଭ୍ୟାସ କରାଯାଇଛି। ଅମୃତସରର କମାଣ୍ଡେଣ୍ଟ ଜସକରନ୍ ସିଂହ କହିଛନ୍ତି, ମକଡ୍ରିଲର ଉଦେଶ୍ୟ ଏହା ସମୀକ୍ଷା କରିବା ଯେ, ସବୁ ନାଗରିକ ସୁରକ୍ଷା ବିଭାଗ ପରସ୍ପର ସହ କିଭଳି ସମନ୍ବୟ କରନ୍ତି। ବହୁ ଜିଲ୍ଲାରେ ଅଧିକ ବିପଦ ରହିଛି। କାରଣ ସେଠାରେ ପାକିସ୍ତାନ ସହ ସୀମା ସେୟାର କରିଥାଏ। ଯେପରିକି ଅମୃତସର, ପଠାନକୋଟ୍, ତରନତାରନ୍, ଗୁରୁଦାସପୁର, ଫିରୋଜପୁର ଓ ଫାଜିଲକା। ଏଭଳି ଭାବରେ ମକଡ୍ରିଲର ଉଦେଶ୍ୟ ସୁନିଶ୍ଚିତ କରିବା ଯେ, ଯୁଦ୍ଧ ଭଳି ସ୍ଥିତିରେ ପ୍ରଶାସନ ଚାଲୁ ରହୁ। ଏହା ସହ ପ୍ରାକ୍ଟିସ୍ କରିବା ଯେପରିକି ଏୟାରଷ୍ଟ୍ରାଇ୍, ଡୋନ୍ ଆକ୍ରମଣ ବେଳେ ଘରେ କିଭଳି ସୁରକ୍ଷିତ ରହିବେ। ବ୍ଲାକଆଉଟ ବେଳେ ନିଜକୁ କିଭଳି ବଞ୍ଚାଇ ରଖିପାରିବେ ତାହା ହେଉଛି ‘ଅପରେସନ୍ ଶିଲ୍ଡ।’

ମକ୍ ଡ୍ରିଲ୍ ସମୟରେ ଶତ୍ରୁପକ୍ଷର ବିମାନ, ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣର ସ୍ଥିତି ଦେଖାଯାଇଥିଲା। ଏହି ସମୟରେ, ବାୟୁସେନା ଏବଂ ନାଗରିକ ସୁରକ୍ଷା ନିୟନ୍ତ୍ରଣ କକ୍ଷ ମଧ୍ୟରେ ହଟଲାଇନ୍ ସକ୍ରିୟ କରାଯାଇଥିଲା। ଏହା ସହିତ, ବିମାନ ଆକ୍ରମଣର ସତର୍କତା ପାଇଁ ସାଇରନ୍ ମଧ୍ୟ ବଜାଯାଇଥିଲା। ଜମ୍ମୁ ଏବଂ କାଶ୍ମୀରର ଡୋଡାରେ ଏକ ମକ୍ ଡ୍ରିଲ୍ ଆୟୋଜନ କରାଯାଇଥିଲା। ସୂଚନା ଦେଇ ଜେକେଏଏସ୍ ଅଧିକାରୀ ଏବଂ ଡୋଡାର ଅତିରିକ୍ତ ଡେପୁଟି କମିଶନର ଅନିଲ କୁମାର ଠାକୁର କହିଛନ୍ତି, ଏହା ଅପରେସନ୍ ସିଲ୍ଡ ଅଧୀନରେ ଡୋଡାରେ ଆୟୋଜିତ ଦ୍ୱିତୀୟ ଅଭ୍ୟାସ। ଏପରି ମକ୍ ଡ୍ରିଲ୍ ଆମର ପ୍ରସ୍ତୁତିର ଏକ ଅଂଶ ଯାହା ଦ୍ୱାରା ଆମେ ଯେକୌଣସି ବିପର୍ଯ୍ୟୟ ପରିସ୍ଥିତିର ପ୍ରଭାବଶାଳୀ ଭାବରେ ମୁକାବିଲା କରିପାରିବା।