ପ୍ରମୂଖ ଖବର
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ସିଭିଲ ଡିଫେନ୍ସ ମକ୍‌ଡ୍ରିଲ

Published By : Prameya | May 30, 2025 8:17 AM

ନୂଆଦିଲ୍ଲୀ,୩୦/୦୫: ପାକିସ୍ତାନ ସୀମାନ୍ତବର୍ତ୍ତୀ ରାଜ୍ୟରେ  ଶୁକ୍ରବାର ଦ୍ୱିତୀୟ ନାଗରିକ ସୁରକ୍ଷା (ସିଭିଲ  ଡିଫେନ୍ସ) ମକଡ୍ରିଲ ‘ଅପରେସନ ସିଲ୍ଡ’ ଅନୁଷ୍ଠିତ ହେବ । ଗୁରୁବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତ ୨୯  ତାରିଖରେ ଏହି ମକ୍‌ଡ୍ରିଲ ହେବାକୁ ଥିବା ବେଳେ କେତେକ  ପ୍ରଶାସନିକ ସମସ୍ୟା ଯୋଗୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।  

ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟ ସମେତ ପାକିସ୍ତାନ  ସୀମା ସଂଲଗ୍ନ ସମସ୍ତ ପଶ୍ଚିମାଞ୍ଚଳ ରାଜ୍ୟ ଓ କେନ୍ଦ୍ର ଶାସିତ  ଅଞ୍ଚଳରେ ଏହି ମକଡ୍ରିଲ କରାଯିବ । ଭାରତ ଓ ପାକିସ୍ତାନ ମଧ୍ୟରେ ବର୍ତ୍ତମାନ ଲାଗି ରହିଥିବା ଉତ୍ତେଜନା ପରିପ୍ରେକ୍ଷୀରେ  ଏହି ମକଡ୍ରିଲ କରାଯାଉଛି । ମିସାଇଲ କିମ୍ବା ଡ୍ରୋନ ଆକ୍ରମଣ ଭଳି ଜରୁରି ପରିସ୍ଥିତିରେ ଲୋକଙ୍କ ଧନଜୀବନର କିଭଳି  ସୁରକ୍ଷା କରାଯାଇପାରିବ ତାହାର ପ୍ରସ୍ତୁତି ପ୍ରଦର୍ଶନ କରାଯିବ । 

ଏହା ପୂର୍ବରୁ ଗତ ମେ ୭ ତାରିଖରେ ଦେଶବ୍ୟାପୀ ମକଡ୍ରିଲ  କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ମକଡ୍ରିଲ ପାକିସ୍ତାନ ସୀମାନ୍ତବର୍ତ୍ତୀ ରାଜ୍ୟ ସମେତ କେନ୍ଦ୍ର ଶାସିତ ପ୍ରଦେଶ ଚଣ୍ଡିଗଡରେ ମେ ୨୯ରେ କରାଯିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା ।  କିନ୍ତୁ ପରେ ତାକୁ ବାତିଲ କରିଦିଆଯାଇଥିଲା । କାରଣ ସ୍ୱରୂପ କେବଳ ପ୍ରଶାସନିକ କାରଣ ବୋଲି ଦର୍ଶାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.