ପ୍ରମୂଖ ଖବର
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

‘ସିନ୍ଦୂରରୁ ନେଇ ସିନ୍ଧୁ ପର୍ଯ୍ୟନ୍ତ ପାକିସ୍ତାନକୁ ପରିଣାମ ଭୋଗିବାକୁ ପଡିଛି , କଂଗ୍ରେସ କେବଳ ହୀନ ରାଜନୀତି କରୁଛି ’: ସଂସଦରେ ବର୍ଷିଲେ ପିଏମ୍ ମୋଦି

Published By : Harapriya Biswal | July 29, 2025 8:17 PM

ନୂଆଦିଲ୍ଲୀ,୨୯।୭: ସଂସଦର ମୌସୁମୀ ଅଧିବେଶନରେ ‘ଅପରେସନ୍ ସିନ୍ଦୂର’କୁ ନେଇ ଜାରି ରହିଛି ଚର୍ଚ୍ଚା। ବିରୋଧି ଦଳ ନେତା ରାହୁଲଙ୍କ ଗାନ୍ଧି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ସଶସ୍ତ୍ରବଳଙ୍କୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦେଇ ଦେଇନାହାନ୍ତି। ଏହାର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ମୁଁ ସଂସଦ ଅଧିବେଶନର ଆରମ୍ଭରୁ ସଦସ୍ୟଙ୍କୁ ଅପିଲ କରୁଛି ଯେ, ଏହା ଭାରତର ବିଜୟ ଉତ୍ସବର ଅଧିବେଶନ। ଏହି ଅଧିବେଶନ ଭାରତର ଗୌରବର ଅଧିବେଶନ। ଯେତେବେଳେ ମୁଁ ବିଜୟ ଉତ୍ସବ କଥା କହୁଛି ଏହା ଆତଙ୍କର ହେଡକ୍ବାଟରକୁ ମାଟିରେ ମିଶାଇଛି। ଯେତେବେଳେ ବିଜୟ ଉତ୍ସବ କହୁଛି ୧୪୦ କୋଟି ଭାରତୀୟଙ୍କ ଏକତା, ଇଚ୍ଛାଶକ୍ତି, ଅପ୍ରତୀମ ବିଜୟର ବିଜୟ ଉତ୍ସବକୁ ଅନୁଭବ କରୁଛି। ଯେଉଁମାନଙ୍କୁ ଭାରତର ପକ୍ଷ ଦେଖାଯାଉନି, ତାଙ୍କୁ ଆଇନା ଦେଖାଇବାକୁ ମୁଁ ଏଇଠି ଠିଆ ହୋଇଛି। ଏବେ ବି ଅପରେସନ୍ଦ ସିନ୍ଦୂର ଜାରି ରହିଛି। ପୁଣି ପାକିସ୍ତାନ ଦୁଃସାହାସ କଲେ  ମିଳିବ କଡା ଜବାବ୍। ଅପରେସନ ସିନ୍ଦୂରରୁ ନେଇ ସିନ୍ଧୁ ଜଳ ଚୁକ୍ତି ପର୍ଯ୍ୟନ୍ତ ପାକିସ୍ତାନ ଏହାର ପରିଣାମ ଭୋଗିଛି।’

ପିଏମ୍ ମୋଦି ପହଲଗାମ୍ ହମଲାକୁ ଜଘନ୍ୟ ଘଟଣା ବୋଲି କହିଛନ୍ତି। ସେ କହିଛନ୍ତି, ଏହା ଦେଶରେ ଦଙ୍ଗା ସୃଷ୍ଟି କରିବାକୁ ଆତଙ୍କବାଦୀଙ୍କ ଷଡଯନ୍ତ୍ର ଥିଲା। ନିର୍ଦୋଷ ନାଗରିକଙ୍କୁ ଧର୍ମ ପଚାରି ହତ୍ୟା କରାଯାଇଥିଲା। ଦେଶବାସୀ ଏହି ଷଡଯନ୍ତ୍ରକୁ ବିଫଳ କଲେ। ୨୨ ଅପ୍ରେଲରେ ମୁଁ ବିଦେଶରେ ଥିଲି। ଫେରିବା ମାତ୍ରେ ବୈଠକ ଡକାଇଲି। ଆତଙ୍କବାଦୀଙ୍କ ମାଷ୍ଟରମାଇଣ୍ଡଙ୍କୁ କଡା ଜବାବ୍ ଦେବାକୁ କହିଥିଲି। ସେନାକୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଥିଲା। କାରଣ ଆମକୁ ସେନାର କ୍ଷମ‌ତା ଓ ସାମର୍ଥ୍ୟ ଉପରେ ସମ୍ପୂର୍ଣ୍ଣ ଭରସା ଥିଲା। ଆମେ ଗର୍ବିତ ଯେ, ୬ ଓ ୭ମଇ ରାତିରେ ଆମେ ଯେଉଁଭଳି କଡା ଜବାବ୍ ଦେଇଛୁ। ୨୨ ଅପ୍ରେଲର ପ୍ରତିଶୋଧ ଆମେ ୨୨ ମିନିଟରେ ନେଇଛୁ।  ଆମେ ପାକିସ୍ତାନ ଭିତରେ ପଶି ମାରିଲୁ। ଆଜି ବି ପାକିସ୍ତାନର ବହୁ ଏୟାରବେସ୍ ଆଇସିୟୁରେ ପଡିଛି।  ଯେଉଁଭଳି ଭାବିଥିଲୁ ସେଭଳି କଲୁ। ଏହା ଟେକ୍ନୋଲୋଜିର ଓ୍ବାରଫେୟାରର ଯୁଗ। ଆମର ମେଡ ଇନ୍ ଇଣ୍ଡିଆ ମିସାଇଲ ଓ ଟେକ୍ନୋଲୋଜି ଅପରେସନ୍ ସିନ୍ଦୂର ବେଳେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ଆକ୍ରମଣ ପରେ ଆତଙ୍କୀଙ୍କ ମାଷ୍ଟରମାଇଣ୍ଡଙ୍କ ନିଦ ହଜି ଯାଇଛି। ଏବେ କୌଣସି ନ୍ୟୁକ୍ଲିଅର ବ୍ଲାକମେଲିଂ ଚାଲିବନି। ଜାତିସଂଘରେ ୧୯୩ଟିରୁ କେବଳ ୩ଟି ଦେଶ ପାକିସ୍ତାନକୁ ସମର୍ଥନ ଦେଇଥିଲେ। କ୍ବାଡ, ବ୍ରିକ୍ସ ହେଉ କିମ୍ବା ଯେ କୌଣସି ଦେଶ ଭାରତକୁ ସମର୍ଥନ କରିଛି।। କିନ୍ତୁ ଦୁର୍ଭାଗ୍ୟର କଥା ମୋ ଦେଶର ବୀରଙ୍କ ପରାକ୍ରମକୁ କଂଗ୍ରେସର ସମର୍ଥନ ମିଳିଲାନି। ଭାରତର ସେନା ଉପରେ ତାଙ୍କର ଭରସା ନାହିଁ। ଏଭଳି କରି ସେମାନେ ଦେଶର ଓ ସେନାର ମନୋବଳ ଭାଙ୍ଗୁଛନ୍ତି, ପହଲଗାମ୍ ଆକ୍ରମଣରେ ରାଜନୀତି କରୁଛନ୍ତି। ସେମାନ ହେଡଲାଇନ୍ସ ନେଇପାରିବେ, କିନ୍ତୁ ଦେଶବାସୀଙ୍କ ହୃଦୟରେ ସ୍ଥାନ ନେଇପାରିବେନି। 

ମୋଦି କହିଛନ୍ତି,  ଭାରତର ପ୍ରଚଣ୍ଡ ଆକ୍ରମଣ ପରେ ପାକିସ୍ତାନ ଡିଜିଏମ୍‌ଓ ଫୋନ୍ କରିଥିଲେ। ସେ କହିଥିଲେ, ଦୟା କରି ଆପଣ ଆକ୍ରମଣ ବନ୍ଦ କରି ଦିଅନ୍ତୁ। ଆପଣ ବହୁତ ମାରିଲେଣି, ଏବେ ଆଉ ମାରନି। ଭାରତ କହିଥିଲା, ଆମେ ଆମର ଲକ୍ଷ୍ୟ ପୂରଣ କରିନେଇଛୁ, ଯଦି ଆପଣ ଆକ୍ରମଣ କରିବେ ତେବେ ଜବାବ୍ ମିଳିବ। କେହି ଭାରତର ଅପରେସନ ସିନ୍ଦୂରକୁ ରୋକି ନାହାନ୍ତି। ୯ ତାରିଖ ରାତିରେ ଆମେରିକା ଉପରାଷ୍ଟ୍ରପତିଙ୍କ ଫୋନ୍ ଆସିଥିଲା। ମୁଁ ମିଟିଂରେ ଥିଲି। ସେ ଦ୍ବିତୀୟ ଥର ଫୋନ୍ କଲେ। କହିଥିଲେ, ପାକିସ୍ତାନ ବଡ଼ ହମଲା କରିବାକୁ ଯୋଜନା କରୁଛି। ମୋର ଜବାବ ଥିଲା, ଯଦି ପାକିସ୍ତାନର ଏଭଳି ଯୋଜନା କରଛି, ତେବେ ତାକୁ ମହଙ୍ଗା ପଡିବ।

ପାକିସ୍ତାନ ଆମ ଉପରକୁ ୧୦୦୦ ରୁ ଅଧିକ ମିସାଇଲ ମାଡ଼ କରିଛି। ଯଦି ତାହା ପଡିଥାନ୍ତା, ତେବେ ଧ୍ବଂସ ହୋଇଯାଇଥାନ୍ତା। କିନ୍ତୁ ଆମର ଏୟାର ଡିଫେନ୍ସ ସିଷ୍ଟମ ତାକୁ ଆକାଶ ମାର୍ଗରେ ଧ୍ବଂସ କରିଦେଇଥିଲା। ହେଲେ ପାକିସ୍ତାନକୁ ଭରସା ନାହିଁ। କାରଣ ସେ ପାକିସ୍ତାନର ରିମୋଟ କନଟ୍ରୋଲରେ ଚାଲିଛି। ପ୍ରତିରକ୍ଷାମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଏବଂ ଦେଶର ବ୍ୟବସ୍ଥା ଉପରେ ତା’ର ଭରସା ନାହିଁ। ଏପରିକି ଅପରେସନ୍‌ ମହାଦେବରେ ପହଲଗାମ୍ ଆତଙ୍କୀଙ୍କୁ ମାରିବା କଥା ଉପରେ ବି ପ୍ରଶ୍ନ ଉଠାଉଛି। କଂଗ୍ରେସ ସେନାକୁ ଆତ୍ମନିର୍ଭର କରିବା ବିଷୟରେ କେବେ ବି ଭାବିନି। ତାଙ୍କର ଶାସନ ବେଳେ ଆମର ସେନା ଅତ୍ୟାଧୁନିକ  ହତିଆର ପାଇବାକୁ ବହୁ ଅପେକ୍ଷା କରିଛି। ଏକ ଦଶନ୍ଧି ପୂର୍ବେ ଭାରତର ଲୋକମାନେ ସଂକଳ୍ପ ନେଇଥିଲେ ଯେ ଦେଶ ଏକ ଶକ୍ତିଶାଳୀ ଏବଂ ଆଧୁନିକ ରାଷ୍ଟ୍ର ହେବା ଉଚିତ... ପ୍ରତିରକ୍ଷା ଏବଂ ସୁରକ୍ଷାର ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ଠୋସ୍ ପଦକ୍ଷେପ ନିଆଯାଇଥିଲା। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ସେନାରେ ଯେଉଁ ପରିବର୍ତ୍ତନ ଆସିଛି ତାହା ଘଟିଛି। ଚିଫ୍ ଅଫ୍ ଷ୍ଟାଫ୍ ନିଯୁକ୍ତି, ଆମେ କରିଛୁ ଓ ଏହି ବ୍ୟବସ୍ଥା ପାଇଁ ତିନି ସେନାକୁ ପ୍ରଶଂସା କରୁଛୁ। ଭାରତ ସବୁବେଳେ ସମୃଦ୍ଧି ଓ ଶାନ୍ତି ଚାହେଁ। କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, କଂଗ୍ରେସ ସବୁବେଳେ ଜାତୀୟ ସୁରକ୍ଷାକୁ ନେଇ ବୁଝାମଣା କରିଛି। ପିଓକେରେ ପାକିସ୍ତାନକୁ କବଜା କରିବାକୁ ସୁଯୋଗ ଦେଇଛି। ଯେତେବେଳେ ବି ନେହରୁଙ୍କ ଉପରେ ଚର୍ଚ୍ଚା କରେ କଂଗ୍ରେସ ଆକ୍ରାମକ ହୋଇଯାଏ।କଂଗ୍ରେସ ଲୋକମାନେ ଆମକୁ କୂଟନୀତି ଶିଖାଉଛନ୍ତି, ମୁଁ ସେମାନଙ୍କୁ କିଛି ମନେ ପକାଇ ଦେବାକୁ ଚାହୁଁଛି। ୨୬/୧୧ ଘଟଣା ପରେ ମଧ୍ୟ ବିଦେଶୀ ଚାପରେ କଂଗ୍ରେସ ପାକିସ୍ତାନ ପ୍ରତି ପ୍ରେମ ବନ୍ଦ କରିନଥିଲା। ଆକ୍ରମଣର କିଛି ଦିନ ପରେ, କଂଗ୍ରେସ ସରକାର ପାକିସ୍ତାନ ସହିତ ଆଲୋଚନା ଆରମ୍ଭ କରିଥିଲା। କଂଗ୍ରେସର ଟିକେ ବୁଦ୍ଧି ଥିଲେ ପିଓକେ ଆମ ପାଖରେ ଥାଆନ୍ତା। ଅପରେସନ୍ ସିନ୍ଦୁର ପରେ ଆମେ ସିନ୍ଧୁ ଜଳଚୁକ୍ତି ଆମେ ରଦ୍ଦ କରିଛୁ। ନେହରୁ ଯେଉଁ ଭୁଲ କରିଥିଲେ ତାକୁ ଆମେ ସୁଧାରିବାକୁ ଚେଷ୍ଟା କରିଛୁ। ଭାରତ ସିଧା ସିଧା କହିଦେଇଛି ରକ୍ତ ଏବଂ ପାଣି କେବେ ଏକାଠି ବୋହି ପାରିବନି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.