ନୂଆଦିଲ୍ଲୀ, ୨୦/୫ : ମା’ ଏ ଶଦ୍ଦ ହିଁ ଯଥେଷ୍ଟ । ଦୁନିଆକୁ ଆସିବା ପରେ ମା’ ଗୋଟେ ଶିଶୁର ପ୍ରଥମ ଶଦ୍ଦ । ମାତ୍ର ସେ ଆଜି ଷଡ଼ଯନ୍ତ୍ର କାରୀ ପାଲଟିଯାଇଛି । ଝିଅକୁ ଅପହରଣ କରିବାକୁ ବି ପଛାଇ ନାହିଁ ନିଜ ଜନ୍ମ କଲା ମା’ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ପଞ୍ଜାବର ମୋହାଲି ଜିଲ୍ଲାରୁ । ଜଣେ ଝିଅକୁ ଅପହରଣ କରି ନେଇଛନ୍ତି ଦୁର୍ବୃତ୍ତ । ଯାହାର ପର୍ଦ୍ଦାଫାଶ କରିଛି ପୋଲିସ ।
ଘଟଣାଟି ଏଭଳି କିଛି ରହିଥିଲା, ଯେତେବେଳେ ଦୁର୍ବୃତ୍ତମାନେ ଝିଅଟିକୁ ଅପହରଣ କରିବାକୁ ଆସିଥିଲେ ସେତେବେଳେ ସେ ତାଙ୍କ ଜେଜେ ବାପା- ମା’ଙ୍କ ସାଙ୍ଗରେ ଥିଲେ । ଏହି ଘଟଣାର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି । ଭିଡିଓରେ ଦେଖାଯାଉଛି ଯେ, ଅଭିଯୁକ୍ତ କିଭଳି ଭାବେ ଝିଅଟିକୁ ଟାଣି ନେଉଛି । ଯେତେବେଳେ ତାଙ୍କ ଜେଜେ ବାପା-ଜେଜେ ମା’ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ସେତେବେଳେ ସେମାନେ ତାଙ୍କ ଉପରେ ଗାଡ଼ି ଚଢାଇ ଦେବାକୁ ପ୍ରୟାସ କରୁଛନ୍ତି । ଭିଡ଼ିଓ ସାମ୍ନାକୁ ଆସିବା ପରେ ପଞ୍ଜାବ ପୋଲିସ ତଦନ୍ତ ଆରମ୍ଭ କରିଛି । ତଦନ୍ତରୁ ଜଣାପଡ଼ିଛି କି ଝିଅଟିର ଅପହରଣ ତା’ର ମାମୁଁ ନିଜର କିଛି ସାଥିଙ୍କ ସହ ମିଶି କରିଥିଲେ । ଝିଅଟିର ମା‘ ମଧ୍ୟ ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲେ। ଝିଅଟିର ମା’ଙ୍କର ତାଙ୍କ ସ୍ୱାମୀଙ୍କ ସହ ବୈବାହିକ ବିବାଦ ଥିଲା, ଫଳରେ ଏହି ଅପହରଣ ଘଟିଥିଲା। ପିଲାଟିର ହେପାଜତକୁ ନେଇ ବିବାଦ ଚାଲିଥିଲା। କିଛି ଘଣ୍ଟା ମଧ୍ୟରେ, ପଞ୍ଜାବ ପୋଲିସ ଏହି ଅପହରଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି।
ପୋଲିସର କହିବା ଅନୁଯାୟୀ, ଝିଅଟିକୁ ତାଙ୍କ ମାମୁଁ ଏବଂ ତାଙ୍କର କିଛି ସହଯୋଗୀ ଅପହରଣ କରିଥିଲେ। ଝିଅର ବାପା ତାଙ୍କ ସ୍ତ୍ରୀଙ୍କୁ ଅପହରଣ ଷଡଯନ୍ତ୍ର କରୁଥିବା ସନ୍ଦେହ କରିଥିଲେ। ସେ କହିଛନ୍ତି ଯେ ତାଙ୍କ ଶଳା ଏବଂ ସ୍ତ୍ରୀ ପିଲାଟିର ଅପହରଣରେ ସାମିଲ ଥିଲେ। ପୋଲିସ ମାମଲାର ତଦନ୍ତ କରି ଘଟଣାର ସମାଧାନ କରିଛି। ସେମାନେ କହିଛନ୍ତି ଯେ ଦମ୍ପତ୍ତି ଏକ ବୈବାହିକ ବିବାଦରେ ଜଡିତ ଥିଲେ, ଯାହାଦ୍ବାରା ଏହି ଘଟଣା ଘଟାଯାଇଥିଲା। ସମ୍ପୂର୍ଣ୍ଣ ଘଟଣାଟି ସିସିଟିଭିରେ କଏଦ ହୋଇଥିଲା। ଭିଡିଓ ଯାଞ୍ଚ କରିବା ପରେ, ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ମାମଲା ସମାଧାନ କରାଯାଇଥିଲା।