ପ୍ରମୂଖ ଖବର
  • ପୁରୀରେ ଗଡ଼ିଲା ମୁଣ୍ଡ: ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା, କ୍ରାଇମ୍ ସ୍ପଟ୍‌ରୁ ୩ ଚାପଡ଼ ଜବତ
  • ||

ଭାରତୀୟ ସେନାର ଅପେରସନ ସିନ୍ଦୂରକୁ ନେଇ କ୍ରିକେଟର ମହମ୍ମଦ ସିରାଜଙ୍କ ଇମୋଶନାଲ ପୋଷ୍ଟ

Published By : Prameya | May 9, 2025 5:44 PM

ମୁମ୍ବାଇ,୯/୫ : କ୍ରିକେଟର ମହମ୍ମଦ ସିରାଜ ଭାରତୀୟ ସେନା ଲାଗି ଏକ ଇମୋଶନାଲ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସିରାଜ ଇଣ୍ଡିଆନ ଆର୍ମ୍ଡ ଫୋର୍ସ ଉପରେ ଗର୍ବ କରିବାକୁ ଯାଇ ଲେଖିଛନ୍ତି କି ଗତକାଲି ରାତିରେ ପୂରା ଦେଶ କେବଳ ଆପଣଙ୍କ କାରଣରୁ ନିଶ୍ଚିନ୍ତ ନିଦରେ ଶୋଇଥିଲା । ଆମର ଏହି ଖୋଲା ଆକାଶ ତଳେ ବଞ୍ଚି ରହିବାର କାରଣ ଆପଣ ହିଁ ଅଟନ୍ତି ।  

ଭାରତୀୟ ଦ୍ରୁତ ବୋଲର ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଭାରତୀୟ ସେନାର ପରାକ୍ରମ ବିଷୟରେ ଲେଖିଥିଲେ କି ଗତ ରାତିରେ ଭାରତୀୟ ଆର୍ମ୍ଡ ଫୋର୍ସ ଭାରତର ୧୫ସହରର ରକ୍ଷା କରିଛନ୍ତି । ଏଥିଲାଗି ସିରାଜ ନିଜ ପୋଷ୍ଟରେ ସେନାକୁ ଧନ୍ୟବାଦ କହିଛନ୍ତି । ଏହାସହ ପୋଷ୍ଟର ଶେଷରେ ସିରାଜ ଜୟ ହିନ୍ଦ ଲେଖିଛନ୍ତି । ସିରାଜଙ୍କ ପୋଷ୍ଟରେ ଭାରତର ତ୍ରିରଙ୍ଗା ପତାକା ନଜର ଆସୁଛି । ଏହାସହ ଭାରତୀୟ ସେନାର ଫାଇଟର ଜେଟକୁ ଦେଖାଇ ଦେଶର ଶକ୍ତିର ଅନୁଭବ କରାଯାଉଛି ।

ବିରାଟ କୋହଲୀ ବି ଭାରତୀୟ ସେନାର ଅପେରସନ ସିନ୍ଦୂର ଲାଗି ପୋଷ୍ଟ କରିଛନ୍ତି । ବିରାଟ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି କି, ଆମେ ଏହି କଠିନ ସମୟରେ ସାଥିରେ ଅଛୁ ଏବଂ ଆମେ ଆର୍ମ୍ଡ ଫୋର୍ସକୁ ସାଲ୍ୟୁଟ କରୁଛୁ କି ସେ ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ ଦେଶର ରକ୍ଷା କରୁଛନ୍ତି’। କୋହଲୀ ଆଗକୁ ଲେଖିଛନ୍ତି କି ଆମେ ସବୁବେଳେ ନିଜର ଏହି ବୀରଙ୍କ ବାହାଦୁରୀ ଏବଂ ପରାକ୍ରମର ଋଣି ରହିବା’ । ସେହିଭଳି ବିରାଟ କୋହଲୀ ଭାରତର ବୀର ଏବଂ ତାଙ୍କ ପରିବାରର ବଳିଦାନ ଲାଗି ବି କୃତଜ୍ଞତା ପ୍ରକାଶ କରିଛନ୍ତି ।

ମହମ୍ମଦ ସିରାଜ ଏବଂ ବିରାଟ କୋହଲୀ ଉଭୟ ଏହି ସମୟରେ ଆଇପିଏଲ୍ ୨୦୨୫ଖେଳୁଥିଲେ । କିନ୍ତୁ ଭାରତ- ପାକିସ୍ତାନ ମଧ୍ୟରେ ଚାଲୁଥିବା ଉତ୍ତେଜନା ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟକୁ ଗୋଟିଏ ସପ୍ତାହ ଲାଗି ସସପେଣ୍ଡ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.