ନୂଆଦିଲ୍ଲୀ,୫।୧୦: ଜମ୍ମୁ-କଶ୍ମୀର ପୁଲିସ ଦ୍ବାରା ଗିରଫ ହୋଇଛି ଓଭର ଗ୍ରାଉଣ୍ଡ ଓ୍ବାର୍କର (OWG) ମହମ୍ମଦ ୟୁସୁଫ କଟାରୀ।  ୨୨ ଏପ୍ରିଲରେ ପହଲଗାମ୍ ଆକ୍ରମଣରେ ସାମିଲ ଆତଙ୍କବାଦୀଙ୍କୁ ୪ଥର ସେ ଦେଖା କରିଥିଲା। ଏହା ସହ ତାଙ୍କୁ ଏକ ଆଣ୍ଡ୍ରଏଡ୍ ଫୋନ୍ ଚାର୍ଜର ମଧ୍ୟ ଦେଇଥିଲା। ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ପାଲଟିଥିଲା, ଯାହା  ଆଧାରରେ ଧରି ନେଇଥିଲା ପୋଲିସ। ଅଧିକାରୀମାନେ ରବିବାର ଏହି ସୂଚନା ଦେଇଛନ୍ତି।

୨୬ ବର୍ଷୀୟ କଟାରୀକୁ ସେପ୍ଟେମ୍ବର ଶେଷ ସପ୍ତାହରେ ସୁଲେମାନ ଓରଫ୍ ଆସିଫ୍‌, ଜିବରାନ ଓ ହମଜା ଅଫଗାନୀକୁ ଗୁରୁତ୍ବପୂର୍ଣ୍ଣ ସହାୟତା ଦେବା ଅଭିଯୋଗରେ ଗିରଫ କରିଥିଲା। ଏହି ତିନି ଆତଙ୍କବାଦୀ ପହଲଗାମରେ ୨୬ ଜଣଙ୍କୁ ଗୁଳିକରି ହତ୍ୟା କରିଥିଲେ। ଅଧିକାଂଶ ପର୍ଯ୍ୟଟକ ଥିଲେ।

ସପ୍ତାହେ ଯାଞ୍ଚ ପରେ କଟାରୀ ଗିରଫ ହୋଇଛି। ଅଧିକାରୀଙ୍କ କହିବା ଅନୁସାରେ, କଟାରୀ ପଚରା ଉଚରା ବେଳେ କହିଛି ସେ ଶ୍ରୀନଗର ବାହାରେ ଏହି ତିନି ଜଣଙ୍କୁ ଭେଟିଥିଲା। ଏହି ସଫଳତା ଅପରେସନ୍ ମହାଦେବର ଘଟଣାସ୍ଥଳରୁ ମିଳିଥିବା ସାମଗ୍ରୀର ଫରେନସିନ୍ ଯାଞ୍ଚ ପରେ ଜଣାପଡିଥିଲା। ଅପରେସନ୍ ମହାଦେବ ଜୁଲାଇ ମାସରେ ଆରମ୍ଭ କରାଯାଇଥିଲା। ଏହା ଆତଙ୍କ ନିରୋଧି ଅଭିଯାନ ଥିଲା, ଯାହାର ପରିମାଣ ସ୍ବରୂପ ପହଲଗାମ୍ ଆକ୍ରମଣ ଘଟଣାର ୩ ଆତଙ୍କବାଦୀ ନିହତ ହୋଇଥିଲେ। ପୋଲିସ ଆଶିଂକ ରୂପରେ ନଷ୍ଟ ହୋଇଥିବା ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍ ଚାର୍ଜରର ଯାଞ୍ଚ ପରେ କଟାରୀ ଉପରେ ନଜର ରଖିଥିଲା। ଯାହାକି ଅପରେସନ୍ ବେଳେ ଜବତ ହୋଇଥିବା ବସ୍ତୁ ଭିତରେ ଥିଲା। ଶ୍ରୀନଗର ପୋଲିସ ଚାର୍ଜରର ପ୍ରକୃତ ମାଲିକକୁ କିଏ ଜାଣିବାକୁ ଚେଷ୍ଟା କରିଥିଲା। ଯିଏକି ଫୋନ୍ ଜଣେ ଡିଲରକୁ ବିକ୍ରି କରିଥିବା କଥା କହିଥିଲା। ଏହି ସୂଚନା ଧୀରେ ଧୀରେ ପୋଲିସକୁ କଟାରୀ ନିକଟରେ ପହଁଞ୍ଚାଇଥିଲା।