ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର, ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଫିଟ୍ ହେଲେ ସାମି

Published By : Ankita S | November 13, 2024 10:01 AM

ନୂଆଦିଲ୍ଲୀ ,୧୩/୧୧: କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। କମବ୍ୟାକ କରିବାକୁ ଯାଉଛନ୍ତି ଭାରତୀୟପେସ ବୋଲର ମହମ୍ମଦ ସାମି। ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଫିଟ୍ ହୋଇଛନ୍ତି ମୈଦାନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ମହମ୍ମଦ ସାମି। ବୁଧବାରଠୁ ମଧ୍ୟପ୍ରଦେଶ ଓ ବଙ୍ଗ ମଧ୍ୟରେ ରଣଜୀ ଟ୍ରଫି ଖେଳାଯିବ। ଏହା ମ୍ୟାଚ ଜରିଆରେ କମବ୍ୟାକ କରିବେ ମହମ୍ମଦ ସାମି । ବର୍ଡର-ଗାଭାସ୍କର ଟ୍ରଫି  ପୂର୍ବରୁ ସାମି ଟ୍ରାକକୁ ଫେରିବା ଟିମ ଇଣ୍ଡିଆ ପାଇଁ ଏକ ଆଶ୍ବିସ୍ତି କର ଖବର ହୋଇଛି ।

ମହମ୍ମଦ ସାମି ଶେଷ ଥର ପାଇଁ ୨୦୨୩ରେ ଦିନିକିଆ ବିଶ୍ବକପ ଖେଳିଥିଲେ । ଏହା ପରେ ତାଙ୍କ ଗୋଡରେ ଅସ୍ତ୍ରୋପଚାର ଲାଗି ମୈଦାନରୁ ଦୂରେଇ ରହିଥିଲେ । ପାଖାପାଖି ବର୍ଷେ ହୋଇଯିବ କୌଣସି ମ୍ୟାଚ ଖେଳି ନାହାନ୍ତି ମହମ୍ମଦ ସାମି। ତେବେ ଆଜିଠୁ ରଣଜୀ ଟ୍ରଫି ମ୍ୟାଚ ଆରମ୍ଭ ହେବାକୁ ଯାଉଛି । ବେଙ୍ଗଲ କ୍ରିକେଟ ଆସୋସିଏସନ କହିଛି ଯେ ମହମ୍ମଦ ସାମି ଦଳରେ ସାମିଲ ହେବା ବଡ ଉତ୍ସାହର କଥା। ଏହା ଦଳର ମନୋବଳ ବଢାଇବ ।

ଅସ୍ତ୍ରୋପଚାର ପରେ ବେଙ୍ଗାଲୁରୁ କ୍ରିକେଟ ଏକାଡେମୀରେ ଅଭ୍ୟାସ କରୁଥିଲେ । ବର୍ତ୍ତମାନ ସେ ଫିଟ ଅଛନ୍ତି ଡାକ୍ତରୀ ଦଳ ତାଙ୍କୁ ଖେଳିବାକୁ ଅନୁମତି ଦେଇଛନ୍ତି । ବର୍ଡର-ଗାଭାସ୍କର ଟ୍ରଫି  ନେଇ ଭାରତୀୟ ଦଳରେ ସାମିଙ୍କ ସ୍ଥାନ ନାହିଁ । ବର୍ତ୍ତମାନ ସେ ସୁସ୍ଥ ହୋଇଥିବାରୁ ତାଙ୍କୁ ଦଳରେ ସ୍ଥାନ ମିଳିପାରେ ବୋଲି ଅନୁମାନ କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.