ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆଇପିଏଲ୍‌ ଇତିହାସରେ ସବୁଠାରୁ ମହଙ୍ଗା ଭାରତୀୟ ସ୍ପିନର୍‌ ହେଲେ ୟୁଜବେନ୍ଦ୍ର ଚହଲ; କିଣିଲା ପଞ୍ଜାବ କିଙ୍ଗ୍‌ସ

Published By : Soubhagya Ranjan | November 24, 2024 5:37 PM

ନୂଆଦିଲ୍ଲୀ,୨୪/୧୧: ଭାରତୀୟ ଲେଗ୍ ସ୍ପିନ୍ ବୋଲର ୟୁଜବେନ୍ଦ୍ର ଚହଲଙ୍କୁ ପଞ୍ଜାବ କିଙ୍ଗ୍ସ ୧୮ କୋଟି ଟଙ୍କାରେ କିଣିଛି। ଏଥି ସହ ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ ଅର୍ଥାତ୍‌ ଆଇପିଏଲ୍ ଇତିହାସରେ ସବୁଠାରୁ ମହଙ୍ଗା ଭାରତୀୟ ସ୍ପିନ୍ ବୋଲର ହୋଇପାରିଛନ୍ତି। ଚହଲଙ୍କୁ କିଣିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ନିରନ୍ତର ଉଦ୍ୟମ କରିଥିଲା, କିନ୍ତୁ ଶେଷରେ ପଞ୍ଜାବ ଜିତିଲା। ୟୁଜବେନ୍ଦ୍ର ଚହଲଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା ଥିଲା, ଯେଉଁଥିରେ ଗୁଜୁରାଟ ଟାଇଟାନ୍ସ ପ୍ରଥମେ ନିଲାମ ଡାକି‌ଥିଲା। 

ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ସେମାନଙ୍କ ଦଳରେ ଏକ ଲେଗ୍ ସ୍ପିନ୍ ବୋଲର ଆବଶ୍ୟକ କରୁଥିଲା, ତେଣୁ ଚେନ୍ନାଇ ୫.୫ କୋଟି ଟଙ୍କା ପର୍ଯ୍ୟନ୍ତ ଯାଇଥିଲା, କିନ୍ତୁ ପରେ ନିରବ ରହିଥିଲା। ଗୁଜୁରାଟ ମଧ୍ୟ ବିନା ଦ୍ୱିଧାରେ ୬.୭୫ କୋଟିରେ ପହଞ୍ଚି ଚୁପ୍ ରହିଲା। ପଞ୍ଜାବ କିଙ୍ଗ୍ସ ଅର୍ଶଦୀପ ଏବଂ ଶ୍ରେୟସ୍ ଆୟରଙ୍କୁ କିଣିବା ପରେ ଚହଲଙ୍କୁ ୧୮ କୋଟିରେ କିଣିଥିଲା।

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୧୦ କୋଟି ଟଙ୍କାରେ କିଣିଛି। ଚେନ୍ନାଇ ସୁପର କିଙ୍ଗ୍ସ ଠାରୁ କୋଲକାତା ନାଇଟ୍ ରାଇଡର୍ସ ପର୍ଯ୍ୟନ୍ତ ସମସ୍ତେ ମଧ୍ୟ ଶାମିଙ୍କୁ ଟେଣ୍ଡର କରିଥିଲେ, କିନ୍ତୁ ଶେଷରେ ଏସ୍‌ଆର୍‌ଏଚ୍‌ ଜିତିଥିଲା। ଗୁଜୁରାଟ ଟାଇଟାନ୍ସ ଶାମିଙ୍କ ଠାରେ ଆରଟିଏମ୍ କାର୍ଡ ଖେଳିବାକୁ ମନା କରିଦେଇଛି। ଅନ୍ୟପକ୍ଷରେ ଦକ୍ଷିଣ ଫ୍ରିକାର ବ୍ୟାଟର୍‌ ଡେଭିଡ ମିଲରଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ୭.୫ କୋଟିରେ କିଣିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.