ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

୬.୧% ହାରରେ ବଢ଼ିବ ଜିଡିପି, ପୂର୍ବରୁ ୬.୪% ଅଭିବୃଦ୍ଧି ଅନୁମାନ କରିଥିଲା ମୁଡିସ୍‌

Published By : Prameya | April 11, 2025 11:22 AM

ନୂଆଦିଲ୍ଲୀ ୧୧/୦୪: ଚଳିତ କ୍ୟାଲେଣ୍ଡର ବର୍ଷରେ ଭାରତୀୟ  ଅର୍ଥବ୍ୟବସ୍ଥା ୬.୧% ହାରରେ ବଢ଼ିବ ।  ମୁଡିସ୍‌ ରେଟିଙ୍ଗ୍‌ସ ଗୁରୁବାର ଭାରତୀୟ ଅର୍ଥନୀତି ପାଇଁ ଏହାର ଅଭିବୃଦ୍ଧି  ଅନୁମାନକୁ ଖସାଇଛି । ପୂର୍ବରୁ ଏହା  ୬.୪% ଅନୁମାନ କରିଥିଲା । ଆମେରିକା  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କନୀତି  ଯୋଗୁ ମୁଡିସ୍‌ ଏହାର ପୂର୍ବାନୁମାନକୁ  ସଂଶୋଧିତ କରିଛି । ଏହା ପ୍ରକାଶ କରିଛି  ଯେ, ହୀରା, ପୋଷାକ ଏବଂ ମେଡିକାଲ  ଉପକରଣଗୁଡ଼ିକ ଉପରେ ଶୁଳ୍କ ଦ୍ୱାରା  ରପ୍ତାନି ଖସିବାର ଆଶଙ୍କା ରହିଛି ।  ଏହାଦ୍ୱାରା ଆମେରିକା ସହ ବାଣିଜ୍ୟ  ନିଅଣ୍ଟ ବଢ଼ିପାରେ । ମୁଡିସ୍‌ ପ୍ରକାଶ  କରିଛି ଯେ, ଟାରିଫ୍‌ ଉପରେ ଟ୍ରମ୍ପଙ୍କ  ୯୦ ଦିନର ସ୍ଥଗିତାଦେଶ ଦ୍ୱାରା କିଛିଟା  ଆଶ୍ୱସ୍ତି ମିଳିପାରେ କିନ୍ତୁ ଟାରିଫ୍‌ ସମ୍ପୂର୍ଣ୍ଣ  ଭାବେ ଲାଗୁ ହେବା ଦ୍ୱାରା ଭାରତର ଜିଡିପି  ଅଭିବୃଦ୍ଧି ୦.୩% ପର୍ଯ୍ୟନ୍ତ ଖସିବ । 

ଆର୍ଥିକବର୍ଷ ୨୦୨୫-୨୬ରେ  ଭାରତୀୟ ଅର୍ଥବ୍ୟବସ୍ଥା ୬.୫% ହାରରେ  ବଢ଼ିବ । ଏହା ୨୦୨୪-୨୫ର ୬.୩%  ଅଭିବୃଦ୍ଧି ଅନୁମାନ ତୁଳନାରେ ଅଧିକ ।  ମୁଡିସ୍‌ ରିପୋର୍ଟ ଅନୁସାରେ, ସରକାର  ଅଧିକ ପୁଞ୍ଜି ଖର୍ଚ୍ଚ କରିବେ । ଏହାବ୍ୟତୀତ  ଟିକସ ଏବଂ ସୁଧ ହାରରେ ହ୍ରାସ ଦ୍ୱାରା  ଖର୍ଚ୍ଚ ବଢ଼ିବ, ଯାହା ଅଭିବୃଦ୍ଧିକୁ ସହାୟକ  ହେବ । ଏହି ଅବଧିରେ ବ୍ୟାଙ୍କିଙ୍ଗ୍‌  କ୍ଷେତ୍ରରେ ସ୍ଥିରତା ରହିବ । ଭାରତୀୟ  ବ୍ୟାଙ୍କଗୁଡ଼ିକର ପରିଚାଳନାଗତ  ପରିବେଶ ଆସନ୍ତା ଆର୍ଥିକବର୍ଷରେ  ଅନୁକୂଳ ରହିବ କିନ୍ତୁ ଗତ ବର୍ଷରେ  ଜରୁରୀ ସୁଧାର ପରେ ବ୍ୟାଙ୍କଗୁଡ଼ିକର  ଆସେଟ୍‌ ମାନରେ ହ୍ରାସ ଦେଖାଦେବ ।  

ଆର୍ଥିକବର୍ଷ ୨୦୨୪-୨୫ର  ଅକ୍ଟୋବର-ଡିସେମ୍ବର ତ୍ରୟମାସରେ  ଜିଡିପି ଅଭିବୃଦ୍ଧି ୬.୨% ରହିଥିଲା ।  ବର୍ଷେ ତଳେ ସମାନ ଅବଧିରେ ଏହା  ୮.୪% ଥିଲା । ଜାତୀୟ ପରିସଂଖ୍ୟାନ  କାର୍ଯ୍ୟାଳୟ(ଏନ୍‌ଏସ୍‌ଓ) ଫେବ୍ରୁଆରୀ  ୨୮ରେ ଏହି ତଥ୍ୟ ଜାରି କରିଛି ।  ୨୦୨୪-୨୫ ଆର୍ଥିକବର୍ଷରେ ଅର୍ଥନୀତି  ୬.୫% ହାରରେ ବଢ଼ିବାର ଅନୁମାନ  ରହିଛି । ଏହାପୂର୍ବରୁ ଜାନୁଆରୀରେ ଜାରି  କରାଯାଇଥିବା ଅନୁମାନରେ କୁହାଯାଇଥିଲା  ଯେ, ୨୦୨୪-୨୫ରେ ଭାରତର ବିକାଶ  ହାର ୬.୪% ରହିବ, ଯାହାକି ୪ ବର୍ଷର  ସର୍ବନିମ୍ନ ସ୍ତର । ୨୦୨୩-୨୪ରେ ଜିଡିପି  ଅଭିବୃଦ୍ଧି ହାର ୮.୨% ଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.