ନୂଆଦିଲ୍ଲୀ,୮।୧୦: ଦକ୍ଷିଣ ଲେବାନନ୍‌ରେ ୧୩୦ ସହର ଓ ଗାଁରୁ ହିଜବୁଲ୍ଲା ଆତଙ୍କୀଙ୍କୁ ପଳାୟନ କରିବାକୁ ବାଧ୍ୟ କରିଛି ଇସ୍ରାଏଲ। ଅର୍ଥାତ ଏହି ସବୁ ସ୍ଥାନରେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ୍ ଚାଲିଛି। ଏହା ଭିତରେ ଉତ୍ତର ସୀମାରେ ହୋଇଥିବା ମୋର୍ଟାର ମାଡରେ ଦୁଇ ଇସ୍ରାଏଲୀ ରିଜର୍ଭ ସୈନିକଙ୍କ ମୃତ୍ୟୁ ହୋଇଛି। ଏହାପରେ ଇସ୍ରାଏଲ ଏବେ ଲେବାନନ୍କୁ ଆହୁରି ସୈନିକ ପଠାଇବାର ପ୍ରସ୍ତୁତି କରୁଛି। 

ଏହାର ଅର୍ଥ ଖୁବ୍ ଶୀଘ୍ର ଲେବାନନ୍‌ରେ ହିଜବୁଲ୍ଲା ବିରୋଦରେ ପ୍ରଚଣ୍ଡ ଯୁଦ୍ଧ ହେବ। ଇସ୍ରାଏଲର ମିଲିଟାରୀ ଓ ସୈନିକଙ୍କୁ ଲେବାନନ୍ ଭିତରେ ଗ୍ରାଉଣ୍ଡ ଅପରେସନ୍‌ ପାଇଁ ଓହ୍ଲାଯାଇଛି। ଅର୍ଥାତ ହିଜବୁଲା ଆତଙ୍କୀଙ୍କୁ ସଫା କରିବା ପାଇଁ ଲେବାନନ୍‌ରେ ଗୁଳିକାଣ୍ଡ ହେବ। ହିଜବୁଲା ମଧ୍ୟ ଏହା ଭିତରେ ଲଗାତାର ଉତ୍ତର ଇସ୍ରାଏଲ ଆଡକୁ ରକେଟ୍ ମାଡ଼ କରୁଛି।

ଇସ୍ରାଏଲ ସେନା ସ୍ପଷ୍ଟ କରିଛି ଯଦି ଦରକାର ପଡେ ତେବେ ଆମେ ସୈନିକଙ୍କ ସଂଖ୍ୟା ଓ ମିଲିଟାରୀ ଅପରେସନ୍ର ତୀବ୍ରତାକୁ ବଢାଇ ଦେବେ। ଏହି କାମ ଆଗାମୀ କିଛି ସପ୍ତାହରେ ହୋଇଯିବ। ଅଭାଲି ନଦୀ ନିକଟରେ ଥିବା ଅନେକ ଗାଁରେ ଥିବା ଲୋକମାନେ ନିଜ ଘର ଖାଲି କରି ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି। ୬ ଅକ୍ଟୋବର ୨୦୨୪ ରାତିରେ ଲେବାନନ୍‌ରେ ତୃତୀୟ ଇସ୍ରାଏଲି ଡିଭିଜନ୍ ମଧ୍ୟ ପଶି ସାରିଛି। ଦୁଇଟି ଡିଭିଜନ୍‌ ପୂର୍ବରୁ ମଧ୍ୟ ଥିଲା। ହଜାର ହଜାର ଇସ୍ରାଏଲୀ ସୈନିକ ଲେବାନନ୍‌ରେ ଗ୍ରାଉଣ୍ଡ ଅପରେସନରେ ଲାଗିଛନ୍ତି। ବର୍ତ୍ତମାନ ପ୍ରାୟ ୧୦ ହଜାର ଇସ୍ରାଏଲୀ ସୈନିକ ଲେବାନନ୍‌ର ଭିତରେ ଥିବା ଗ୍ରାଉଣ୍ଡ କ୍ଲିୟରାନ୍ସରେ ଲାଗି ରହିଛି।