ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ରେଳ ଯାତ୍ରୀଙ୍କୁ ପାର୍ବଣ ଭେଟି : ଦୀପାବଳି ଓ ଛଟ୍‌ରେ ଚାଲିବ ୧୨ ହଜାରରୁ ଅଧିକ ସ୍ପେଶାଲ୍ ଟ୍ରେନ୍, ରିଟର୍ଣ୍ଣ ଜର୍ଣ୍ଣିରେ ୨୦% ଡିସକାଉଣ୍ଟ୍

Published By : Rasmita Pradhan | August 21, 2025 2:47 PM

ନୂଆଦିଲ୍ଲୀ, ୨୧/୦୮ : ରେଳ ଯାତ୍ରୀଙ୍କୁ ପାର୍ବଣ ଭେଟି। ଦୀପାବଳି ଓ ଛଟ୍ ପୂଜା ଅବସରରେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ବଡ଼ ଘୋଷଣା। ଦୀପାବଳି ଓ ଛଟ୍‌ରେ ଚାଲିବ ୧୨ ହଜାରରୁ ଅଧିକ ସ୍ପେଶାଲ୍ ଟ୍ରେନ୍। ବିହାରରୁ ଚାଲିବ ଆଉ ୪ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍। ସେହିପରି ପୂର୍ଣ୍ଣିଆରୁ ପାଟନା ମଧ୍ୟରେ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍। ବିହାରର ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ସାଂସଦ ସଞ୍ଜୟ ଜୟସୱାଲ, କେନ୍ଦ୍ର ମନ୍ତ୍ରୀ ଲଲନ ସିଂହ ଓ ସାଂସଦ ସଞ୍ଜୟ କୁମାର ଝାଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। 

ରେଳ ମନ୍ତ୍ରୀ କହିଛନ୍ତି ଯେ, ଆଗକୁ ଦୀପାବଳି ଓ ଛଟ୍ ଦୁଇଟି ବଡ଼ ପର୍ବ ଆସୁଥିବାରୁ ରେଳ ଯାତ୍ରୀଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୨ ହଜାରରୁ ଅଧିକ ସ୍ପେଶାଲ୍ ଟ୍ରେନ୍ ଚାଲିବ। ଅକ୍ଟୋବର ୧୩ ରୁ ୨୬ ମଧ୍ୟରେ ଯେଉଁ ଯାତ୍ରୀମାନେ ଅନୱାର୍ଡ ଜର୍ଣ୍ଣି କରିବେ ଓ ନଭେମ୍ଵର ୧୭ ରୁ ଡିସେମ୍ଵର ୧ ମଧ୍ୟରେ ଯେଉଁମାନେ ରିଟର୍ଣ୍ଣ ଜର୍ଣ୍ଣି କରିବେ ସେମାନଙ୍କୁ ରିଟର୍ଣ୍ଣ ଜର୍ଣ୍ଣିରେ ୨୦ ପ୍ରତିଶତ ଡିସକାଉଣ୍ଟ ସୁବିଧା ମିଳିବ। ଏହାଦ୍ଵାରା ରେଳଯାତ୍ରୀମାନେ ଉପକୃତ ହେବେ। 

ଏହା ବ୍ୟତୀତ ଗୟାରୁ ଦିଲ୍ଲୀ, ସହରସାରୁ ଅମୃତସର, ଛପରାରୁ ଦିଲ୍ଲୀ ଓ ମୁଜାଫରପୁରରୁ ହାଇଦ୍ରାବାଦ ମଧ୍ୟରେ ୪ଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଦୌଡ଼ିବ। ଭଗବାନ ବୁଦ୍ଧଙ୍କ ପବିତ୍ର ସ୍ଥାନ ଦେଇ ମଧ୍ୟବିତ୍ତ ପରିବାର ପାଇଁ ଏକ ନୂଆ ସର୍କିଟ୍ ଗାଡି ଚାଲିବ। ଯାହାକି ବୈଶାଳି, ହାଜିପୁର, ସୋନପୁର, ପାଟନା, ରାଜଗିର, ଗୟା, କୋଡରମା ଦେଇ ଯାତ୍ରା କରିବ। ଏହା ବ୍ୟତୀତ, ବକ୍ସରରୁ ଲଖିସରାଇ ରେଳ ସେକ୍ସନକୁ ଚାରି ଲାଇନ ବିଶିଷ୍ଟ କରାଯିବ ଯାହା ଦ୍ଵାରା ଅଧିକ ଟ୍ରେନ ଚାଲିପାରିବ। ପାଟନାର ଚାରିପାଖରେ ରିଙ୍ଗ ରେଲୱେ ବ୍ୟବସ୍ଥା କରାଯିବ। ସୁଲତାନଗଞ୍ଜ ଓ ଦେବଘରକୁ ଯୋଡ଼ିବ। ପାଟନାରୁ ଅଯୋଧ୍ୟା ପାଇଁ ନୂଆ ଟ୍ରେନ୍ ଚାଲିବ। ବିହାରରେ ଅନେକ ନୂତନ ରାସ୍ତା ଓଭରବ୍ରିଜ୍ ପାଇଁ ଅନୁମୋଦନ କରାଯାଇଛି, ଏହା ଉପରେ ମଧ୍ୟ କାର୍ଯ୍ୟ କରାଯିବ ବୋଲି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.