ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ୟୁକ୍ରେନୀୟ ସହର ସୁମିରେ ରୁଷର ମିସାଇଲ୍‌ ଆକ୍ରମଣ, ୨୦ରୁ ଅଧିକ ମୃତ

Published By : Tapas Panda | April 13, 2025 5:46 PM

Image Courtesy: aa.com.tr

ନୂଆଦିଲ୍ଲୀ: ୟୁକ୍ରେନୀୟ ସହର ସୁମିରେ ରବିବାର ରୁଷିଆ କ୍ଷେପଣାସ୍ତ୍ର ମାଡ଼ କରିଛି । ଏହି ଆକ୍ରମଣରେ ୨୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏନେଇ କାର୍ଯ୍ୟକାରୀ ମେୟର ଏବଂ ୟୁକ୍ରେନର ଜେନେରାଲ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ପାମ୍ ସଣ୍ଡେ ପାଳନ କରିବା ପାଇଁ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇଥିବା ସମୟରେ ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହର ମଝିରେ ମାଡ଼ କରିଥିଲା ରୁଷ ସେନା । ଅଧିକାରୀମାନେ କହିଛନ୍ତି ଯେ, ରବିବାର ସକାଳ ପ୍ରାୟ ୧୦.୧୫ ସମୟରେ ଲୋକମାନେ ପାମ୍ ସଣ୍ଡେ ପାଳନ କରିବା ପାଇଁ ଏକାଠି ହୋଇଥିଲେ । ଏହି ସମୟରେ ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସୁମିର କେନ୍ଦ୍ରରେ ପଡ଼ିଥିଲା । 

ଘଟଣାସ୍ଥଳରୁ ସରକାରୀ ଚ୍ୟାନେଲରେ ସେୟାର କରାଯାଇଥିବା ଭିଡିଓଗୁଡ଼ିକରେ ସହରର ମଧ୍ୟଭାଗରେ ଭଗ୍ନାବଶେଷ ଏବଂ ଧୂଆଁ ମଧ୍ୟରେ ମୃତଦେହ ପଡ଼ିଥିବା ଦେଖାଯାଇଛି।  ପ୍ରସିକ୍ୟୁଟର ଜେନେରାଲଙ୍କ କାର୍ଯ୍ୟାଳୟ ପ୍ରାରମ୍ଭିକ ତଦନ୍ତରୁ ମିଳିଥିବା ତଥ୍ୟକୁ ଆଧାର କରି ସୂଚନା ଦେଇଛି ଯେ, ଶତ୍ରୁର ଆକ୍ରମଣରେ ପ୍ରାୟ ୨୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୪ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ପାଞ୍ଚ ଜଣ ପିଲା ମଧ୍ୟ ଅଛନ୍ତି । ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଡବଲ୍ ମିସାଇଲ୍ ଆକ୍ରମଣରେ ଡଜନେରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। 

ପ୍ରାଥମିକ ସୂଚନା ଅନୁଯାୟୀ, ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଆହତ ହୋଇଛନ୍ତି । ରୁଷର ଆକ୍ରମଣ ବିରୋଧରେ  ବିଶ୍ୱସ୍ତରୀୟ ପ୍ରତିକ୍ରିୟା ପାଇଁ ଆହ୍ୱାନ ଦେଇଛନ୍ତି ଜେଲେନସ୍କି । ଆଲୋଚନା କେବେ ବାଲିଷ୍ଟିକ୍ ମିସାଇଲ୍ ଏବଂ ଆକାଶ ବୋମା ବନ୍ଦ କରିନାହିଁ । ରୁଷ ପ୍ରତି ଏକ ମନୋଭାବର ଆବଶ୍ୟକତା ରହିଛି  ଯାହା ଜଣେ ଆତଙ୍କବାଦୀ ପାଇବାକୁ ଯୋଗ୍ୟ ବୋଲି ସେ କହିଛନ୍ତି। ରୁଷ ଏବଂ ୟୁକ୍ରେନର ଶୀର୍ଷ କୂଟନୀତିଜ୍ଞମାନେ ପରସ୍ପରକୁ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ କରିବା ପାଇଁ ଆମେରିକା-ମଧ୍ୟସ୍ଥତାରେ ହୋଇଥିବା ଚୁକ୍ତିନାମା ଉଲ୍ଲଂଘନ ନେଇ ଅଭିଯୋଗ ହେବାର ଗୋଟିଏ ଦିନ ପରେ ଏହି ଆକ୍ରମଣ ଘଟିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.