ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଭେଟେରାନ୍‌ଙ୍କ ଯୁଗାବସାନ ସହ ସ୍ୱର୍ଣ୍ଣିମ ଓଡ଼ିଆ ସିନେମାରେ ଯବନିକା, ମୁରବୀ ଖୋଜୁଛି ସ୍ନେହ କାଙ୍ଗାଳ ସିନେ ପରିବାର

Published By : Rasmita Pradhan | March 5, 2025 8:27 AM

ଭୁବନେଶ୍ୱର, ୦୫/୦୩ : ଏବେ ଓଲିଉଡ୍‌କୁ କିଏ ଦିଗ୍‌ଦର୍ଶନ ଦେବ ଆଉ ବାଟ ଦେଖାଇବ। ମୁଣ୍ଡକୁ ଦାୟିତ୍ୱ ନେଇ ସବୁ ବୁଝିବ। କାରଣ ଓଡ଼ିଆ ସିନେମାରେ ସରିଯାଇଛି ବାପା, ଦାଦା, ଭାଇଙ୍କ ଯୁଗ। ଦିଶୁନାହାନ୍ତି ଧୋତି ପିନ୍ଧା, ପଗଡ଼ି ଭିଡ଼ା ଗାଉଁଲି ମଣିଷ। ହାକିମାତି ଦେଖାଇବାକୁ ହାକିମ ବାବୁ ନାହାନ୍ତି କି ନ୍ୟାୟନିଶାପ କରିବାକୁ ସରପଞ୍ଚ ବାବୁ। ମା’ ରାଣ, ବିଦ୍ୟାରାଣ... ପକାଇ ଚକମାଚୁର୍‌ କରୁଥିବା ଡାଏଲଗ୍‌ ମାଷ୍ଟର୍‌ ବି ନାହାନ୍ତି। କ୍ୟାମେରା ପଛରେ ବାହାଦୁରି ଦେଖାଉଥିବା ଏବଂ ଆଗରେ ନାଚୁଥିବା ଅନେକ ଆଜି ଓଲିଉଡ୍‌ ନୁହେଁ, ଆକାଶରେ ତାରକା ପାଲଟି ଯାଇଛନ୍ତି। 

ସମୟ ସ୍ରୋତରେ ପରଦାରୁ ହଟିଯାଇଛି ପଣତକାନି, ମା’ର ଆଶୀର୍ବାଦ। ଅପସରି ଯାଇଛନ୍ତି ଓଡ଼ିଆଣୀ ମା’। ପିଉସୀ, ମାଉସୀ, ଖୁଡ଼ୀ ସମସ୍ତେ ପର କରି ଦେଇଛନ୍ତି। ଓଲିଉଡ୍‌ର ହାତ ଧରି ଆଗକୁ ଟାଣି ନେଇଥିବା ମୁରବୀଶ୍ରେଣୀର ଏହି ମଙ୍ଗୁଆଳମାନେ ଏବେ ଅଫେରା ରାଇଜରେ...। ଧୀରେ ଧୀରେ ଓଲିଉଡ୍‌ରୁ ବରିଷ୍ଠଙ୍କ ସଂଖ୍ୟା କମିବାରେ ଲାଗିଛି। ଓଡ଼ିଆଙ୍କ ଅତି ପ୍ରିୟ ବରିଷ୍ଠ ଓଡ଼ିଆ ସିନେ କଳାକାର ଜଣକ ପରେ ଜଣେ ଇହଜଗତରୁ ବିଦାୟ ନେଇ ଚାଲିଛନ୍ତି। ଯାହାଙ୍କ କାନ୍ଧରେ, ପିଠିରେ ଓଲିଉଡ୍‌ ଛିଡ଼ା ହୋଇଥିଲା ସେ ଖୁଣ୍ଟସବୁ ଭୁଶୁଡ଼ି ପଡ଼ିଛି। ଗତ ୨୭ ତାରିଖରେ ସୁପର୍‌ଷ୍ଟାର୍‌ ଉତ୍ତମ ମହାନ୍ତିଙ୍କ ବିୟୋଗ ପରେ ଯେଉଁ ଗୋଟିଏ ମାତ୍ର ଖୁଣ୍ଟ ଥିଲା, ଯାହା ଉପରେ ସମଗ୍ର ଓଲିଉଡ୍‌ ଭରସା କରି ଆଜି ପର୍ଯ୍ୟନ୍ତ ମୁଣ୍ଡ ଟେକି ରହିଥିଲା, ତାହା ବି ଟଳିପଡ଼ିଲା । ମୁଣ୍ଡ ଉପରେ ନା’ ବାପାଙ୍କ ହାତ ଅଛି ନା’ ପିଠି ଥାପୁଡ଼େଇବାକୁ ଅଛନ୍ତି ଭାଇ ଓ ଦାଦା । ରାତିରେ ଗପ ଶୁଣାଇବାକୁ ଜେଜେମା’, ମେଳା ବୁଲାଇବାକୁ ଜେଜେବାପା ଆଉ ଛୁଟିରେ ବୁଲେଇ ନେବାକୁ ମାମୁଁ, ଅଜା କେହି ନାହାନ୍ତି । ଝୁରି ହେଉଛି ପୂରା ଓଲିଉଡ୍‌ । 

ଆଖିରେ ଲୁହ, ମନରେ କୋହ । ଏଣିକି କିଏ ସମସ୍ତଙ୍କୁ ଏକାଠି କରିବ । କିଏ ମନ ଚିହ୍ନିବ, ମେଳି କରିବ ଆଉ ମିଳିମିଶି ସମସ୍ତଙ୍କୁ ସ୍ନେହ, ଶ୍ରଦ୍ଧାରେ ପରିବାର ଭଳି ସଂଘବଦ୍ଧ କରି ଗୋଟିଏ ଛାତତଳେ ବାନ୍ଧି ରଖିବ । ଅଭାବରେ ଠିଆ ହେବ, ଆଉ ଅସୁବିଧାରେ ସାଥ୍‌ ଦେବ । ସେହି ଗୋଟିଏ କଥାକୁ ମନେପକାଇ ଏବେ ସମସ୍ତେ କହୁଛନ୍ତି... କିଏ ଦାୟିତ୍ୱ ନେବ, ଆମ କଥା ବୁଝିବ... । ଏହି ଅଭାବ ବେଶି ପରିଲକ୍ଷିତ ହେଉଛି ଉତ୍ତମ ମହାନ୍ତିଙ୍କ ଯିବା ପରେ । ୨୦୧୪-୨୦୨୫, ଦୀର୍ଘ ୧୨ ବର୍ଷ ଭିତରେ ଓଲିଉଡ୍‌କୁ ଅଲ୍‌ବିଦା କହିଛନ୍ତି ପାଖାପାଖି ୨୦ରୁ ଅଧିକ ବଛାବଛା ପୁରୁଣା ଓ ବରିଷ୍ଠ କଳାକାର । ଓଲିଉଡ୍‌କୁ ପରିଚିତ କରାଇଥିବା ଏହି ମହାନ୍‌ କଳାକାରଙ୍କୁ ହରାଇଛି ସିନେ ଇଣ୍ଡଷ୍ଟ୍ରି । ଫଳରେ ଓଡ଼ିଆ ସିନେ ଜଗତ ଧୀରେ ଧୀରେ ମୁରବୀ ଶୂନ୍ୟ ହେବା ସହ ସିନେପ୍ରେମୀଙ୍କୁ ଶକ୍ତ ଧକ୍କା ଲାଗିଛି । 

୨୦୧୪ ମେ’ ୧୨ରେ ଭେଟେରାନ୍‌ ଶରତ ପୂଜାରୀ, ଅକ୍ଟୋବର ୨୪ରେ ଅଭିନେତ୍ରୀ ସାଧନା ପରିଜା (ରୁନୁ), ଡିସେମ୍ବର ୧୧ରେ ବର୍ଷୀୟାନ ଅଭିନେତ୍ରୀ ଗ୍ଲୋରିଆ ମହାନ୍ତି, ନଭେମ୍ବର ୨୪ରେ ଖଳନାୟକ ବିରେନ୍‌ ରାଉତରାୟ, ଡିସେମ୍ବର ୮ରେ ହାସ୍ୟାଭିନେତ୍ରୀ ଜ୍ୟୋତ୍ସ୍ନା ଶତପଥୀ (ମାମିନା), ୨୦୧୫ ଜାନୁଆରୀ ୧୩ରେ କର୍କଟରେ ପୀଡ଼ିତ ହୋଇ ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ହର ପଟ୍ଟନାୟକ, ୨୦୧୭ ଜୁନ୍‌ ୩୦ରେ ଖଳନାୟକ ମୀନକେତନ ଦାସ, ୨୦୧୮ ମେ’ ୧୧ରେ ଅଭିନେତ୍ରୀ ଅନୀତା ଦାସ, ଅଗଷ୍ଟ ୨୨ରେ ବର୍ଷୀୟାନ ଅଭିନେତା ଦେବୁ ବୋଷ, ୨୦୧୯ ଜୁନ୍‌ ୪ରେ ଦୁର୍ଘଟଣାରେ ହାସ୍ୟାଭିନେତା ସଲିଳ ମିତ୍ର, ୨୦୨୦ ଜୁଲାଇ ୨୦ରେ ବିଜୟ ମହାନ୍ତି, ଜୁଲାଇ ୨୭ରେ କର୍କଟରେ ପୀଡ଼ିତ ହୋଇ ଅଭିନେତ୍ରୀ ଦୀପା ସାହୁ, ସେପ୍ଟେମ୍ବର ୧୩ରେ କରୋନାରେ ଭେଟେରାନ୍‌ ଅଜିତ୍‌ ଦାସ, ୨୦୨୧ ଜାନୁଆରୀ ୨୦ରେ ହାସ୍ୟାଭିନେତା ରବି ମିଶ୍ର, ୨୦୨୨ ଜାନୁଆରୀ ୧୧ରେ ମିହିର ଦାସ, ଜୁନ୍‌ ୨୪ରେ ପାରିବାରିକ ସମସ୍ୟାରୁ ଆତ୍ମହତ୍ୟା କରିଥିଲେ ଖଳନାୟକ ରାଇମୋହନ ପରିଡ଼ା, ଡିସେମ୍ବର ୧ରେ ଅଭିନେତ୍ରୀ ଝରଣା ଦାସ, ୨୦୨୩ ମାର୍ଚ୍ଚ ୧ରେ ଲିଭର୍‌ ସିରୋସିସ୍‌ରେ ଅଭିନେତା ପିଣ୍ଟୁ ନନ୍ଦ ଆଉ ଏବେ ଉତ୍ତମ ମହାନ୍ତି । ଏହାବାଦ୍‌ ଆହୁରି ଅନେକ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ, ଟେକ୍ନିସିଆନ୍‌ ଧରାପୃଷ୍ଠରୁ ବିଦାୟ ନେଇଛନ୍ତି । ଆଉ ଏମାନଙ୍କ ସହ ଓଡ଼ିଆ ସିନେମାର ଗୋଟିଏ ଗୋଟିଏ ଯୁଗ ନୁହେଁ, ବରଂ ସ୍ୱର୍ଣ୍ଣିମ ଯୁଗର ଅନ୍ତ ହୋଇଛି । ନା’ ସେ କଳାକାର ଅଛନ୍ତି, ନା’ ସେମିତି ସିନେମା ହେଉଛି । ଯେଉଁଥିପାଇଁ ୮୯ ବର୍ଷର ଓଡ଼ିଆ ସିନେମା ଆଗକୁ ବଢ଼ିବା ବଦଳରେ ଝୁଣ୍ଟୁଛି, ଛନ୍ଦି ହେଉଛି ।

ଏହି ଖବରଟିକୁ ପଢନ୍ତୁ-ପରଦାର ସୁପରହିଟ୍‌ ଯୋଡି ଉତ୍ତମ-ଅପରାଜିତା, ୫୦ରୁ ଅଧିକ ଫିଲ୍ମ କରି ଦର୍ଶକଙ୍କ ହୃଦୟରେ କରିଥିଲେ ରାଜ୍‌


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.