ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

୩୪ କିଲୋରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ଜଣେ ଗିରଫ

Published By : Harapriya Sethi | November 17, 2024 1:47 PM

ଉମରକୋଟ,୧୭/୧୧: ଓଡ଼ିଶାରୁ ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ଛତିଶଗଡ଼ ପୋଲିସ । ଦୁଇଟି ବ୍ୟାଗରୁ ୩୪କିଲୋ ୭୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୩ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ଲିଙ୍ଗରାଜ ସାହୁ (୩୫) ଗିରଫ ହୋଇଛନ୍ତି । ଏହି ଚଢ଼ାଉରେ ଦେଓଭୋଗ ଥାନା ଏଏସ୍‌ଆଇ, କୁମାର ଲାଲ ମହିଳାଙ୍ଗ, ହେଡ଼ କନେଷ୍ଟେବଲ ନିମିଚନ୍ଦ ପଟେଲ, କାପୁରଚନ୍ଦ ନେତାମ ପ୍ରମୁଖ ସାମିଲ ଥିଲେ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଶନିବାର ସନ୍ଧ୍ୟାରେ ଲିଙ୍ଗରାଜ ସାହୁ ନିଜ ବାଇକ୍‌ରେ ଦୁଇଟି ବ୍ୟାଗରେ ୩୪କିଲୋ ୭୦ ଗ୍ରାମ ଗଞ୍ଜେଇ ନେଇ ଯାଉଥିଲେ । ସେ ଏହି ଗଞ୍ଜେଇକୁ ଛତିଶଗଡ଼ର ରାଜଧାନୀ ରାୟପୁରକୁ ଚୋରା ଚାଲାଣ କରୁଥିଲେ । ଏହି ସମୟରେ ଗୋହରାପଦର ଠାରେ ଦେଓଭୋଗ ପୋଲିସ ରାସ୍ତାରେ ଗାଡ଼ି ଅଟକାଇ ଯାଞ୍ଚ କରୁଥିଲା । ଏହି ଯାଞ୍ଚରେ ସେ ଧରା ପଡ଼ିଥିଲେ । ଧରା ପଡ଼ିବା ପରେ ଲିଙ୍ଗରାଜ ସାହୁଙ୍କ ନାମରେ ଏନଡିପିଏସ ମାମଲା ରୁଜୁ କରି ଗଞ୍ଜେଇ ବୋଝେଇ ବାଇକ୍‌କୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ପୋଲିସ । ଜବତ ଗଞ୍ଜେଇର ମୂଲ୍ୟ ୩ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ମିଳିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.