ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମୁଡ୍‌ ବିଗାଡ଼ିଲା ମୁଡିସ୍‌,ଆଦାନି ଗ୍ରୁପ୍‌ କମ୍ପାନିଙ୍କ ଖସିଲା ରେଟିଂ ଆଉଟ୍‌ଲୁକ୍‌

Published By : Anindita Ratha | November 27, 2024 10:49 AM

ନୂଆଦିଲ୍ଲୀ,୨୭/୧୧: ବଢ଼ିଚାଲିଛି ଆଦାନି ଗ୍ରୁପ୍‌ର ଅଡୁଆ । ଲଗାତର ଦ୍ୱିତୀୟ ଦିନ ପାଇଁ ଗ୍ରୁପ୍‌ର ସେୟାର ମୂଲ୍ୟ ହ୍ରାସ ପାଇଛି । ଏହା ମଧ୍ୟରେ ରେଟିଂ ଏଜେନ୍ସି ମୁଡିସ୍‌ ଆଦାନି ଗ୍ରୀନ୍‌ ଏବଂ ଆଦାନି ପୋର୍ଟସ ସହିତ ଗ୍ରୁପ୍‌ର ୭ କମ୍ପାନିଙ୍କ ପାଇଁ ରେଟିଂ ଆଉଟ୍‌ଲୁକ୍‌କୁ ‘ନେଗେଟିଭ୍‌’କୁ ଖସାଇଛି । ତେବେ ଏଥିମଧ୍ୟରେ ଆଦାନି ଗ୍ରୀନ୍‌ ଏନର୍ଜି ଏବଂ ଆଦାନି ଟ୍ରାନ୍ସମିଶନ୍‌ର ଦୁଇଟି ଲେଖାଏଁ ୟୁନିଟ୍‌, ଆଦାନି ଇଲେକ୍ଟ୍ରିସିଟି ମୁମ୍ବାଇ ଲିମିଟେଡ, ଆଦାନି ପୋର୍ଟସ ଏବଂ ଆଦାନି ଇଣ୍ଟର୍‌ନ୍ୟାସ୍‌ନାଲ କଣ୍ଟେନର ଟର୍ମିନାଲ ସାମିଲ ଥିବା ଜଣାପଡିଛି । 

ମୁଡିସ୍‌ର ରିପୋର୍ଟ ଅନୁଯାୟୀ, ଆମେରିକା ଆଟର୍ଣ୍ଣି କାର୍ଯ୍ୟାଳୟ ପକ୍ଷରୁ ଆଦାନି ଗ୍ରୀନ୍‌ ଏନର୍ଜି ଲିମିଟେଡ୍‌ର ଅଧ୍ୟକ୍ଷ ଗୌତମ ଆଦାନି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ବିରୋଧରେ ଆପରାଧିକ ଅଭିଯୋଗ ଆସିବା ପରେ ମୁଡିସ୍‌ ଏ ପଦକ୍ଷେପ ନେଇଛି । ଗୌତମ ଆଦାନିଙ୍କ ବିରୋଧରେ ଆସିଥିବା ଅଭିଯୋଗ ଯୋଗୁ ଆଦାନି ଗ୍ରୁପ୍‌କୁ ଫଣ୍ଡିଂ ମିଳିବାରେ ସମସ୍ୟା ହୋଇପାରେ । ଫଳରେ ଗ୍ରୁପ୍‌ର ପୁଞ୍ଜିଗତ ବ୍ୟୟରେ ବୃଦ୍ଧି ଘଟିପାରେ । ମୁଡିସ୍‌ ଆଦାନି ଗ୍ରୀନ୍‌ ପାଇଁ ଏହାର ବିଏ୧ ରେଟିଂ ଏବଂ ଆଦାନି ଟ୍ରାନ୍ସମିଶନ୍‌, ଆଦାନି ଇଲେକ୍ଟ୍ରିସିଟି, ଆଦାନି ପୋର୍ଟସ ଏବଂ ଆଦାନି ଇଣ୍ଟର୍‌ନ୍ୟାସ୍‌ନାଲ କଣ୍ଟେନର ଟର୍ମିନାଲ ପାଇଁ ବିଏଏ୩ ରେଟିଂକୁ ବଳବତ୍ତର ରଖିଛି । 

ସେହିପରି ସମସ୍ତ ୭ କମ୍ପାନିଙ୍କ ଉପରେ ନେଗେଟିଭ୍‌ ଆଉଟ୍‌ଲୁକ୍‌କୁ ଦୃଷ୍ଟିରେ ରଖି ନିକଟ ଭବିଷ୍ୟତରେ ରେଟିଂରେ ସୁଧାର ସମ୍ଭାବନା ନାହିଁ । ତେବେ ଯଦି ଆଇନଗତ କାର୍ଯ୍ୟାନୁଷ୍ଠାନ ସ୍ପଷ୍ଟ ରୂପେ ବିନା କୌଣସି ନକାରାତ୍ମକ ପ୍ରଭାବରେ ସମାପ୍ତ ହୁଏ ତେବେ ଆମେ ରେଟିଂ ଆଉଟ୍‌ଲୁକ୍‌କୁ ସ୍ଥିରକୁ ବଦଳାଇପାରିବୁ ।  ଏହାପୂର୍ବରୁ ଫିଚ୍‌ ରେଟିଂ ବି ଆଦାନି ଗ୍ରୁପ୍‌ର ବିଭିନ୍ନ କମ୍ପାନି ଏବଂ ବଣ୍ଡ୍‌କୁ ନେଗେଟିଭ୍‌ ୱାଚ୍‌ଲିଷ୍ଟରେ ରଖିସାରିଛି । ଫିଚ୍‌ ପକ୍ଷରୁ ଆଦାନି ଏନର୍ଜି ସଲ୍ୟୁସନ୍ସ, ଆଦାନି ଇଲେକ୍ଟ୍ରିସିଟି ମୁମ୍ବାଇ ଏବଂ ଆଦାନି ପୋର୍ଟସର କିଛି ଟଙ୍କା ଓ ଡଲାର ବଣ୍ଡ୍‌କୁ ନେଗେଟିଭ୍‌ ୱାଚ୍‌ ଲିଷ୍ଟ୍‌ରେ ରଖାଯାଇଛି । 

ସୂଚନାଯୋଗ୍ୟ,ଆମେରିକା ପକ୍ଷରୁ ଆଦାନି ଗ୍ରୁପ୍‌ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ନିବେଶକଙ୍କୁ ମିଥ୍ୟା ସୂଚନା ଦେଇ ଆଦାନି ଗ୍ରୁପ୍‌ ସେମାନଙ୍କୁ ଭୁଆଁ ବୁଲାଇଛି । ସେମାନଙ୍କଠାରୁ ପାଣ୍ଠି ହାତେଇ ଉକ୍ତ ଟଙ୍କାକୁ ଭାରତରେ ଏକ ସୌର ଶକ୍ତି କଣ୍ଟ୍ରାକ୍ଟ ପାଇବା ନିମନ୍ତେ ଲାଞ୍ଚ ବାବଦ ବ୍ୟବହାର କରିଥିବା ଅଭିଯୋଗ ଆସିଛି । ୟୁନାଇଟେଡ୍‌ ଷ୍ଟେଟ୍‌ସ ଆଟର୍ଣ୍ଣି କାର୍ଯ୍ୟାଳୟ ମୁତାବକ, ଆଦାନି ଗ୍ରୁପ୍‌ ଭାରତରେ ସୌରଶକ୍ତି ସହ ଜଡ଼ିତ ଏହି କଣ୍ଟ୍ରାକ୍ଟ ହାସଲ କରିବା ପାଇଁ ଅଧିକାରୀମାନଙ୍କୁ ୨୬.୫ କୋଟି ଡଲାର ବା ପାଖାପାଖି ୨୨୦୦ କୋଟି ଟଙ୍କାର ଲାଞ୍ଚ ଦେଇଛି ।  ଏହି ଯୋଜନା ୨୦୧୯ ଡିସେମ୍ବରରୁ ୨୦୨୦ ଜୁଲାଇ ମଧ୍ୟରେ ପ୍ରସ୍ତୁତ ହୋଇଥିଲା ।

 ଆମେରିକାର ପ୍ରତିଭୂତି ବିନିମୟ କମିଶନ ପକ୍ଷରୁ ହୋଇଥିବା ମାମଲା ଅନୁସାରେ, ଗୌତମ ଆଦାନିଙ୍କ ଉପରେ କଥିତ ଭାବେ ଆମେରିକୀୟ ନିବେଶକଙ୍କୁ ଠକିବା ଏବଂ ଅଧିକାରୀମାନଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ରହିଛି । ମିଥ୍ୟା ଏବଂ ବିଭ୍ରାନ୍ତିକର ତଥ୍ୟ ମାଧ୍ୟମରେ ଆଦାନି ଓ ଅନ୍ୟ ଅଭିଯୁକ୍ତମାନେ ଆମେରିକୀୟ ନିବେଶକ ଏବଂ ବିଶ୍ୱ ବିତ୍ତୀୟ ସଂସ୍ଥାନଗୁଡ଼ିକରୁ ପାଣ୍ଠି ନେଇଛନ୍ତି । ଏହାପରେ ଉକ୍ତ ରାଶିକୁ ଲାଞ୍ଚ ଦେବା ପାଇଁ ବ୍ୟବହାର କରିଛନ୍ତି । ଆମେରିକାରେ ମାମଲା ଏଥିପାଇଁ ଦାଏର ହୋଇଛି କାରଣ ପ୍ରୋଜେକ୍ଟରେ ଆମେରିକାର ନିବେଶକଙ୍କ ଅର୍ଥ ଲାଗିଥିଲା ଏବଂ ଆମେରିକା ଆଇନ ଅଧୀନରେ ଉକ୍ତ ଟଙ୍କାକୁ ଲାଞ୍ଚ ଆକାରରେ ବ୍ୟବହାର କରିବା ଅପରାଧ । ଏହି ମାମଲାରେ ଆଦାନିଙ୍କ ସହିତ ପୁତୁରା ସାଗର ଆଦାନିଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.