ନୂଆଦିଲ୍ଲୀ : ବହୁତ ଲୋକଙ୍କ ସମସ୍ୟା ଥାଏ କି, ପୂରା ଦିନ ତାଙ୍କର ମନ କାମରେ ଲାଗି ନଥାଏ। ଶରୀରରେ ଆଳସ୍ୟ ଓ ମନରେ କ୍ଲାନ୍ତ ଅନୁଭବ ହୁଏ । ଯେଉଁଥି ପାଇଁ ସେ ପ୍ରଡକ୍ଟିଭ୍‌ ହୋଇ ପାରନ୍ତି ନାହିଁ ଏବଂ ପୂରା ଦିନ ବିନା କାମରେ ବେକାର ଚାଲିଯାଏ। ଯଦି ଆପଣ ନିଜର ଏହି ଅଭ୍ୟାସରେ ଚିନ୍ତିତ ରହିଥାନ୍ତି ତ ମର୍ଣ୍ଣିଂର ଏହି ରୁଟିନ୍‌କୁ ଫଲୋ କରନ୍ତୁ। ଏହା ଆପଣଙ୍କୁ ପ୍ରଡକ୍ଟିଭ୍ କରିବା ଓ ସୁସ୍ଥ ରହିବାରେ ସାହାଯ୍ୟ କରିବ।

ଶୀଘ୍ର ଉଠିବାର ଅଭ୍ୟାସ କରନ୍ତୁ –

ସର୍ବଦା ସକାଳୁ ଶୀଘ୍ର ଉଠିବାର ଅଭ୍ୟାସ କରନ୍ତୁ। ଯେତେ ସମୟରେ ଆପଣଙ୍କୁ କଲେଜ୍‌ , ଅଫିସ୍‌ ବା କାମ କରିବାର ଅଛି ତ ଏହାର ଅତି କମ୍‌ରେ ଦୁଇ ଘଣ୍ଟା ପୂର୍ବରୁ ଶଯ୍ୟା ଛାଡ଼ି ଦିଅନ୍ତୁ। ଏମିତି କରିବାରେ ଆପଣଙ୍କ ପାଖରେ ନିଜ ପାଇଁ ପର୍ଯ୍ୟାପ୍ତ ସମୟ ରହିବ ଏବଂ ଟାଇମ୍‌ ମଧ୍ୟ ମ୍ୟାନେଜ୍ ହୋଇଯିବ। 

ବେଡ୍‌ ଠିକ୍ କରିବାକୁ ଅଭ୍ୟାସରେ ପକାନ୍ତି  -

ସକାଳୁ ଶେଯ ଛାଡ଼ିବା କ୍ଷଣି ସର୍ବ ପ୍ରଥମେ ନିଜର ବେଡ୍‌କୁ ସଜାଡ଼ିବାକୁ ଅଭ୍ୟାସରେ ପକାନ୍ତୁ। ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଇ ଥାଏ। ଏହାସହ ଏହାର ଧାର୍ମିକ ମହତ୍ତ୍ୱ ମଧ୍ୟ ହୋଇ ଥାଏ। ପ୍ରତିଦିନ ସକାଳେ ବେଡ୍‌ ସଜାଡ଼ିବା ଓ ଚାଦର ଫୋଲ୍‌ଡ କରି ରଖିବାରେ ଗ୍ରହଦୋଷ କଟି ଯାଏ। 

ଷ୍ଟ୍ରେଚିଂ ଜରୁରୀ- 

ବେଡ୍‌ରୁ ଉଠିବା ବେଳେ ଶରୀରରେ କଠିନତା ( ଷ୍ଟିଫନେସ୍‌) ଅନୁଭବ ହୋଇଥାଏ। ଏଥିରେ ମର୍ଣ୍ଣିଂ ରୋଟିନରେ କିଛି ଷ୍ଟ୍ରେଚିଂକୁ ନିଶ୍ଚୟ ସାମିଲ କରନ୍ତୁ। ୫ରୁ ୧୦ ମିନିଟ୍‌ର ଷ୍ଟ୍ରେଚିଂ ମୁଡ୍‌କୁ ତୁରନ୍ତ ବୁଷ୍ଟ କରି ଦିଏ ଏବଂ ଶରୀରରେ ସ୍ଫୃତ୍ତି ଆସି ଯାଏ। 

ଫୋନ ଉଠାନ୍ତୁ ନାହିଁ – ସକାଳୁ ଉଠିବା କ୍ଷଣି ଫୋନ୍‌ ବ୍ୟବହାର କରନ୍ତୁ ନାହିଁ। ଏହା ଆରଣଙ୍କର ପୂରା ଦିନକୁ ଷ୍ଟ୍ରେସ୍‌ଫୁଲ୍‌ କରି ପାରେ। 

କିଛି ସମୟ ବୁଲାବୁଲି କରନ୍ତୁ – ସକାଳର ୱାକ୍‌ ଖୁବ୍‌ ଜରୁରୀ। ସକାଳର ତାଜା ପବନ ମୁଡ୍‌କୁ ବୁଷ୍ଟ କରିବାରେ ସାହାଯ୍ୟ କରିଦିଏ। ଯଦି ଆପଣଙ୍କ ପାଖରେ ଘର ବାହାରେ ବୁଲିବାକୁ ସମୟ ନାହିଁ ତ ଘରର ବାଲକୋନି ବା ଛାତରେ ୱାକ୍‌ କରି ପାରିବେ। 

ମେଡିଟେସନ କରନ୍ତୁ – ଦୁଇରୁ ପାଞ୍ଚ ମିନିଟ୍‌ ପ୍ରତିଦିନ ମେଡିଟେସନ ବା ଧ୍ୟାନ ଅଭ୍ୟାସ ପୂର୍ବକ କରନ୍ତୁ। ଏଥିରେ ମସ୍ତିଷ୍କରେ କନ୍ସଟ୍ରେସନ ସ୍ତର ବଢି ଯିବ ଏବଂ ରୋଗ ଦୂର ହୋଇ ଯିବ। 

ସ୍ନାନ କରନ୍ତୁ – ଡେଲି ରୁଟିନ୍‌କୁ ଫଲୋ କରିବା ପରେ ଥଣ୍ଡା ବା ଗରମ୍‌ ପାଣିରେ ସ୍ନାନ କରନ୍ତୁ। ଯେଉଁଥିରେ କେବଳ ଶରୀର ସଫା ହୋଇ ନଥାଏ , ମାଇଣ୍ଡ ମଧ୍ୟ ଫ୍ରେସ୍‌ ହୋଇଥାଏ।

ସୁସ୍ଥ ବ୍ରେକ୍‌ ଫାଷ୍ଟ କରନ୍ତୁ – ବ୍ରେକ୍‌ଫାଷ୍ଟକୁ ପ୍ରୋଟିନ୍‌-ଫାଇବର ଯୁକ୍ତ ଭରପୂର ଖାଆନ୍ତୁ । ଯେଉଁଥିରେ ଆପଣଙ୍କୁ ଘଣ୍ଟା ଘଣ୍ଟା ଭୋକ ଆଉ ଲାଗିବନି ଏବଂ ଆପଣ ସହଜରେ କାମ ଆରମ୍ଭ କରିପାରିବେ।