ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଦେଶରେ ଏହି କାମ ହେଉ ଥିଲେ, ରୁଷୀୟ ପିଲାଙ୍କୁ ଗ୍ରହଣ କରି ପାରିବ ନାହିଁ : LGBTQ ବିରୋଧରେ ପୁଟିନଙ୍କ ଆକ୍ସନ

Published By : Prameya | November 24, 2024 8:25 PM

ନୂଆଦିଲ୍ଲୀ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମନୁଷ୍ୟଙ୍କ ମଧ୍ୟରେ ଲିଙ୍ଗ ନିର୍ଦ୍ଧାରଣର କଠୋର ଓ ପାରମ୍ପରିକ ବିଚାର ପାଇଁ ଖୁବ୍‌ ଜଣାଶୁଣା। ଶନିବାର ପୁଟିନ ଏକ ଆଇନ ପାସ୍‌ କର୍ ଏମିତି ବିଦେଶୀ ଲୋକଙ୍କୁ ରୁଷୀୟ ପିଲାଙ୍କୁ ଆପଣାଇ ନେବାରେ ରୋକ୍‌ ଲଗାଇଛନ୍ତି, ଯାହାଙ୍କ ଦେଶରେ ଲିଙ୍ଗ ପରିବର୍ତ୍ତନର ଆଇନ ରହିଛି। ସାରା ବିଶ୍ୱରେ ପାଖାପାଖି ୧୫ଟି ଏମିତି ଦେଶ, ଯାହା ଏହି ଆଇନ ଦ୍ୱାରା ପ୍ରଭାବିତ ହେବେ। ଏଥିରେ ସର୍ବାଧିକ ୟୁରୋପୀୟ ଦେଶ ଗୁଡ଼ିକ ବ୍ୟତୀତ ଅଷ୍ଟ୍ରେଲିଆ , ଆର୍ଜେଣ୍ଟିନା ଓ କାନାଡା ସାମିଲ ଅଛି। ରୁଷ୍‌ ଆମେରିକୀୟ ନାଗରିକଙ୍କ ଉପରେ ପୂର୍ବରୁ ହିଁ ରୁଷୀୟ ପିଲାଙ୍କୁ ଆଡପ୍ଟ କରିବାରେ ବ୍ୟାନ୍‌ ଲଗାଇ ସାରିଛି। 

ରୁଷ୍‌ ରାଷ୍ଟ୍ରପତି ପୁଟିନ ସର୍ବଦା ହିଁ ନିଜ ଦେଶବାସୀଙ୍କୁ ଅଧିକ ପିଲା ଜନ୍ମ କରିବାକୁ ପରାମର୍ଶ ଦେଇଥାନ୍ତି । ପୁଟିନ୍‌ ଆଉ ଏକ ବିଲ୍‌ ପାସ୍‌ କରି ଏମିତି ସବୁ ପ୍ରଚାର ସାମଗ୍ରୀ ଗୁଡ଼ିକୁ ଅପରାଧ ଘୋଷିତ କରିଦେଇଛନ୍ତି , ଯିଏ ବାର୍ଥ କଣ୍ଟ୍ରୋଲ ବିଷୟରେ କହିଥାନ୍ତି। ଆଇନ୍‌ ଅନୁସାରେ , ଏବେ କମ୍‌ ପିଲା ଜନ୍ମ କରିବାକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ପ୍ରତି କୌଣସି ପ୍ରକାରର ପ୍ରଚାରରେ ପାଖାପାଖି ୫୦ ହଜାର ଡଲାରର ଜୋରିମନା ଲଗାଯାଇ ପାରେ । ଏହି ଆଇନକୁ ସମର୍ଥନ କରୁଥିବା ରୁଷ୍‌ ନାଗରିକଙ୍କ ତର୍କ ଯେ , ଏହି ପ୍ରକାରର ପ୍ରଚାର କରି ପାଶ୍ଚାତ ଦେଶ  ରୁଷ୍‌ର ଜନସଂଖ୍ୟାକୁ ଦୁର୍ବଳ କରିବାକୁ ଚାହାନ୍ତି। ସରକାରଙ୍କର ଏହି ପଦକ୍ଷେପ ରୁଷ୍‌କୁ ମଜବୁତ୍‌ କରିବ। 

ପୁଟିନଙ୍କ ଦ୍ୱାରା ଲାଗୁ କରାଯାଇ ଥିବା ଏହି ଆଇନକୁ ରୁଷ୍‌ରେ ଏଲଜିବିଟିକ୍ୟୁ ଗୋଷ୍ଠୀକୁ ଦବାଇବାର ପ୍ରୟାସ ବୋଲି କୁହାଯାଉଛି। ରୁଷୀୟ ନିମ୍ନ ସଦନର ଅଧ୍ୟକ୍ଷ ଭ୍ୟାଚେସ୍ଲାଭ ଭୋଲୋଡିନ୍‌ କିଛି ସମୟ ପୂର୍ବରୁ ହିଁ ଏହି ମାମଲାରେ ନିଜର ବିଚାର ରଖି ଥିଲେ। ନିଜର ଏକ ଆର୍ଟିକଲରେ ସେ କହିଛନ୍ତି କି , ଲିଙ୍ଗ ପରିବର୍ତ୍ତନକୁ ମାନ୍ୟତା ଦେଇଥିବା ଦେଶ ଗୁଡ଼ିକର ନାଗରିକଙ୍କୁ  ପିଲା ଆଡପ୍ଟ କରିବା ପର୍ବରୁ ବିଚାର କରିବାର ଆବଶ୍ୟକ ରହିଛି। କାରଣ ଏହି ସବୁ ଦେଶରେ ପିଲାଙ୍କ ଲିଙ୍ଗ ପରିବର୍ତ୍ତନର ସମ୍ଭାବନା ହୋଇଥାଏ । ଆମକୁ ଏହି ସମ୍ଭାବନାକୁ ସଂପୂର୍ଣ୍ଣ ରୂପେ ଶେଷ କରିବାକୁ ହେବ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.