ନୂଆଦିଲ୍ଲୀ,୧୪/୦୯: ଆମେ ଦୁନିଆ ଛାଡିବାକୁ ନିଷ୍ପତ୍ତି ନେଇଛୁ । ଆମକୁ କ୍ଷମା କରିଦେବ । ଗ୍ରେଟର ନୋଏଡାର ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ପତ୍ନୀ ତାଙ୍କ ପୁଅ ସହ ୧୩ ମହଲା ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି । କାହିଁକି ମହିଳା ଜଣକ ଏପରି ନିଷ୍ପତ୍ତି ନେଲେ ? ଚରମ ନିଷ୍ପତ୍ତି ପଛରେ କାରଣ ଜାଣିଲେ ଆପଣଙ୍କ ଛାତି ଥରି ଉଠିବ ।
ଗ୍ରେଟର ନୋଏଡା ୱେଷ୍ଟ ଏସିଇ ସିଟି ସୋସାଇଟିରେ ଏକ ଦୁଃଖଦ ଘଟଣା ଘଟିଛି । ୩୭ ବର୍ଷୀୟ ସାକ୍ଷୀ ଚାୱାଲା ତାଙ୍କ ୧୧ ବର୍ଷର ପୁଅ ଦକ୍ଷ ଚାୱାଲାଙ୍କ ସହ ୧୩ ମହଲା ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରେ ଦୁହିଁଙ୍କର ମୃତ୍ୟୁ ହୋଇଛି । ପୁଲିସ ଏକ ସୁଇସାଇଟ ନୋଟ ଜବତ କରିଛି । ଯେଉଁଥିରେ ସାକ୍ଷୀ ତାଙ୍କ ସ୍ୱାମୀଙ୍କୁ ଲେଖିଛନ୍ତି- ''ସରି...ଆମେ ଦୁନିଆ ଛାଡୁଛୁ, ଆମେ ତୁମକୁ ଆଉ ଅସୁବିଧାରେ ପକାଇବୁ ଚାହୁଁନାହୁଁ । ଆମ ପାଇଁ ତୁମ ଜୀବନ ଖରାପ ନ ହେଉ । ଆମ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ।'' ଏହି ଘଟଣା ସେଠାକାର ଲୋକଙ୍କୁ ସ୍ତବ୍ଧ କରିଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସୋସାଇଟି ବାହାରେ ଚିତ୍କାର ଶୁଣାଗଲା । ଲୋକ ଭୟଭୀତ ହୋଇ ବାଲକୋନୀ ଓ କବାଟ ବାଟେ ବାହାରକୁ ଚାହିଁଥିଲେ । କିଛି ସେକେଣ୍ଡରେ ଜଣା ପଡିଥିଲା କି ମାଆ ଓ ତାଙ୍କ ପୁଅ ତଳେ ପଡିଛନ୍ତି । ଦୁହିଁଙ୍କ ଅବସ୍ଥା ଗୁରୁତର ରହିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପୋଷ୍ଟମର୍ଟମ ପୂର୍ବରୁ ପୁଲିସ ତାଙ୍କ ଘରର ଯାଞ୍ଚ କରିଥିଲା । ସୁଇସାଇଟ ନୋଟ ଜବତ କରିଥିଲା । ଯେଉଁଥିରେ ସ୍ୱାମୀଙ୍କୁ ସାକ୍ଷୀ ଚିଠି ଲେଖି ଭୁଲ ମାଗିଥିବା ଲେଖା ରହିଛି । ପୁଲିସ ଏହାକୁ ଆତ୍ମହତ୍ୟାଜନିତ ମାମଲା କହିଛି ।
ମୃତକଙ୍କ ପରିବାର ଓ ପଡୋଶୀ କହିଛନ୍ତି କି ସାକ୍ଷୀଙ୍କ ପୁଅ ମାନସିକ ରୂପରେ ଅସୁସ୍ଥ ଥିଲା । ଦୀର୍ଘ ଦିନ ଧରି ଚିକିତ୍ସା ଚାଲିଥିଲା । ସେ ସ୍କୁଲ ଯାଉନଥିଲେ । ସବୁବେଳେ ମେଡିସନ ଉପରେ ନିର୍ଭର କରୁଥିଲେ । ତେଣୁ ସାକ୍ଷୀ ଚିନ୍ତାରେ ରହୁଥିଲେ । ସାକ୍ଷୀ ଅନେକ ଥର କହୁଥିଲେ କି ମୋ ଜୀବନ ବହୁତ ମୁସ୍କିଲ ହୋଇଯାଇଛି । ୧୩ ବର୍ଷ ପୂର୍ବେ ବିନୋଦ ଚାୱାଲଙ୍କୁ ବିବାହ କରିଥିଲେ ସାକ୍ଷୀ ।