ପୁରୀ, ୨୩।୯ : ପାର୍ବଣ ସମୟରେ ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଘରେ ପଶି ମାଆ, ପୁଅ ଓ ସାଙ୍ଗକୁ ହାଣିଲେ ଦୁର୍ବୃତ୍ତ। ପୁରୀ ବାସେଳୀ ସାହି ଥାନା ମିଶ୍ର ସାହି ତ୍ରୀଦେବୀ ନଗରରେ ଘଟିଛି ଘଟଣା। ଆକ୍ରମଣର ଶିକାର ହୋଇଛନ୍ତି ଜ୍ୟୋସ୍ନା ଦାସ, ଦୀପକ ଦାସ ଓ ନୃସିଂହ ସାହୁ। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ବୁତ୍ତଙ୍କ ଆକ୍ରମଣରେ ଜ୍ୟୋସ୍ନାଙ୍କ ବାମ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ଦୀପକର ବେକ ଓ ନୃସିଂହର ହାତ ଏବଂ ପିଠିକୁ ଦୁର୍ବୁତ୍ତ ମାନେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ଖବରପାଇ ବାସେଳୀ ସାହି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣର କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଦୁଇଜଣ ଦୁର୍ବୁତ୍ତ ଏଭଳି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି।