ପ୍ରମୂଖ ଖବର
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ପୂର୍ବ ଶତ୍ରୁତା ଓ ଛେଳି ଚୋରିକୁ ନେଇ ଗଣ୍ଡଗୋଳ : ଛୁରା ମାଡ଼ ସହିତ ଗୁଳିକାଣ୍ଡରେ ପୁଅ ମୃତ, ମା’ ଗୁରୁତର

Published By : Suraj Kumar | June 24, 2025 4:33 PM

ବାରିପଦା ,୨୪।୬  ପୂର୍ବ ଶତ୍ରୁତା ଓ ଛେଳି ଚୋରିକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ । ଗୁଳି ଓ ଛୁରାମାଡ଼ରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମା’ ସମେତ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ  ରାଜୁ ଘଡେଇ। ଗୁରୁତର ମାଆ ହେଲେ ସାବିତ୍ରୀ ଘଡେ଼ଇ ।ଏଭଳି ଘଟଣା ଘଟିଛି ବାରିପଦା ଟାଉନ ଥାନା ଅନ୍ତର୍ଗତ କଳିକାପୁର ଅଞ୍ଚଳରେ। ଗୁରୁତରଙ୍କୁ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା କେବଳ କାଳିକାପୁରରେ ସୀମିତ ନ ରହି ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା l ପୋଲିସ ଉତ୍ତେଜନାକୁ ନିୟନ୍ତ୍ରଣ କରିବାକୁ ଆସି ଠେଲାପେଲାର ଶିକାର ହୋଇଥିଲା l

ବାରିପଦା ଟାଉନ ଥାନା ଅନ୍ତର୍ଗତ କଳିକାପୁର ଅଞ୍ଚଳରେ ୧୫ରୁ ୨୦ଜଣ ଯୁବକ ଏକତ୍ରିତ ଭାବେ ଆସି ହଠାତ ସାବିତ୍ରୀ ଓ ରାଜୁଙ୍କୁ  ଆକ୍ରମଣ କରିଥିଲେ। ଗୁଳି ମାଡ଼ କରିବାରୁ ରାଜୁର ଛାତିରେ ଗୁଳି ବାଜିଥିଲା। ସାବିତ୍ରୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ।  ଏଥିରେ  ଉଭୟ ଗୁରୁତର ହୋଇଥିଲେ। ଦୁଇ ରାଉଣ୍ଡ ଗୁଳି  ଫୁଟିଥିବା ନେଇ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି ।

ସୋମବାର କୁଳିଅଣା ର ବାଇଗଣ ବାଡିଆ ଠାରେ ଗୁଳିକାଣ୍ଡ ଘଟଣା ପରେ ମଙ୍ଗଳ ବାର ବାରିପଦା ଟାଉନ ଥାନା ଅନ୍ତର୍ଗତ କାଳିକାପୁର ଠାରେ ପୂର୍ବ ଶତ୍ରୁତା ଓ ଛେଳି ଚୋରି କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ  ଛୁରାମାଡ଼ ଓ ଗୁଳି କାଣ୍ଡ ଘଟଣା ଘଟିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.