ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଜନ୍ମକଲା ଶିଶୁକନ୍ୟାକୁ ମାଡ ମାରି ହତ୍ୟା ଉଦ୍ୟମ କଲା ମା, ଥାନାରେ ଅଟକ

Published By : Harapriya Sethi | October 27, 2024 1:14 PM

ବାଣପୁର, ୨୭/୧୦: ବାଣପୁରରେ ଅଭାବନୀୟ ଘଟଣା । ଘରୋଇ କଳିରୁ ନିଜ ଜନ୍ମକଲା ଝିଅକୁ ଅକଥନୀୟ ନିର୍ଯାତନା ଦେବାକୁ ପଛେଇଲାନି ମା । ସ୍ୱାମୀ-ସ୍ତ୍ରୀ କଳିରେ ଶିଶୁକନ୍ୟାକୁ ତଣ୍ଟି ଚିପି ଜୀବନରୁ ମାରି ଦେବାକୁ ଉଦ୍ୟମ କଲା ମା । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ କୁଲେଇ ପଞ୍ଚାୟତ ର ହରିଚନ୍ଦନପୁର ଗ୍ରାମରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ହରିଚନ୍ଦନପୁର ଗ୍ରାମର ବିଚିତ୍ର ନାୟକ ଓ ତାଙ୍କ ପତ୍ନୀ ବନିତା ନାୟକ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୈ।ଣସି କାରଣରୁ କଳିଝଗଡା ଲାଗି ରହିଥିଲା । ତେବେ ବର୍ତ୍ତମାନ ବିଚିତ୍ର ରାଜ୍ୟ ବାହାରେ ରହି କାମ କରୁଛନ୍ତି । ତାଙ୍କର ଗୋଟିଏ ଦେଢ଼ ବର୍ଷର ଶିଶୁ କନ୍ୟା ରହିଛି । ତେବେ ସ୍ୱାମୀଙ୍କ ସହ ହୋଇଥିବା ଝଗଡାରେ ବନିତା ନିଜ ରାଗକୁ ସମ୍ଭାଳି ନପାରି ନିଜର ଜନ୍ମିତ ଛୁଆକୁ ନିସ୍ତୁକ ଗୋଇଠା ମାଡ଼ ମାରିଥିଲେ । କେବଳ ସେତିକି ନୁହେଁ, ନିଜ ଝିଅକୁ ଖରାପ ଭାଷାରେ ଗାଳିଗୁଲଜ କରି ତଣ୍ଟି ଚିପି ଜୀବନରୁ ମାରି ଦେବାକୁ ଉଦ୍ୟମ କରି ମଧ୍ୟ କରିଥିଲେ । ମୁଁ ମୋର ଛୁଆକୁ ମାରି ଦେବି ଏବଂ ନିଜେ ଆତ୍ମହତ୍ୟା କରିବି ବୋଲି କହି ସେହି ସମୟର ଭିଡ଼ିଓ କରି ସ୍ୱାମୀଙ୍କ ପାଖକୁ ପଠାଇଥିଲେ । ଯାହା ବର୍ତ୍ତମାନ ଭାଇରାଲ ହେଉଛି । 

ଭିଡିଓ ଦେଖିବା ପରେ ପରିବାର ଲୋକେ ବାଣପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ଘଟଣା ସମ୍ପର୍କରେ ଜାଣି ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିର୍ଯାତିତ ଶିଶୁକୁ ଉଦ୍ଧାର କରିଛି । ଏହା ସହ ଅତ୍ୟାଚାରୀ ମାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.