ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ପାରିବାରିକ ବିବାଦରୁ ଜଘନ୍ୟ କାଣ୍ଡ : ତଣ୍ଟିରେ ଚଢ଼ି ମା’କୁ ମାରିଦେଲା

Published By : Prameya | March 25, 2025 10:41 PM

ଲଖନପୁର, ୨୫ା୩(ଆପ୍ର): ରକ୍ତରଞ୍ଜିତ ହୋଇଛିରକ୍ତ ସମ୍ପର୍କ । ସାମାନ୍ୟ ପାରିବାରିକ ବିବାଦରୁଜନ୍ମକଲା ମା’ ତଣ୍ଟିରେ ଚଢ଼ ିଯାଇ ନିର୍ମମ ଭାବେହତ୍ୟା କରିଛି ପୁଅ । ନାରକୀୟ କାଣ୍ଡ ଘଟାଇମୃତଦେହକୁ ପୋଖରୀରେ ଫିଙ୍ଗି ଦେଇଥିଲା ।ଘଟଣାର ୧୩ଦିନ ପରେ ପୋଖରୀରୁ ମହିଳାଙ୍କକଙ୍କାଳ ଉଦ୍ଧାର ହୋଇଛି । ଝାରସୁଗୁଡ଼ା ଜିଲ୍ଲାବନହରପାଲି ଥାନା ରେଙ୍ଗାଲି କଣ୍ଟାଟିକିରାଗ୍ରାମରେ ଘଟିଛି ଏଭଳି ନୃଶଂସ ହତ୍ୟାକାଣ୍ଡ ।ମୃତକ ହେଲେ ରଘୁମଣି ମଲ୍ଲିକଙ୍କ ସ୍ତ୍ରୀରହିତ (୫୩) । ହତ୍ୟା ଅଭିଯୁକ୍ତ ବଡ଼ପୁଅରାଜକୁମାରକୁ ଅଟକ ରଖି ତଦନ୍ତ ଚାଲିଥିବାଥାନାଧିକାରୀ ରଞ୍ଜିତ ନାଏକ ସୂଚନା ଦେଇଛନ୍ତି ।

ଅଭିଯୋଗ ଅନୁଯାୟୀ, ସରଣ୍ଡାମାଳ ପଞ୍ଚାୟତକର୍ପାବାହାଲ ନିକଟରେ ସ୍ତ୍ରୀ, ସାନପୁଅ ସରୋଜସହ ରୁହନ୍ତି ରଘୁମଣି । ବଡ଼ପୁଅ ରାଜକୁମାରକଣ୍ଟାଟିକିରାରେ ରହୁଛି । ସ୍ତ୍ରୀଙ୍କ ଖାତାକୁ ସୁଭଦ୍ରାଟଙ୍କା ଆସିଥିଲା । ଗତ ୮ ତାରିଖରେ ସାନପୁଅଦାଦନ ଖଟିବାକୁ ତାମିଲନାଡୁ ଚାଲିଯାଇଥିଲା ।

୧୧ ତାରିଖରେ ବଡ଼ପୁଅ ଘରକୁ ହଜାରେଟଙ୍କା ଏବଂ କୁକୁଡ଼ା ମାଂସ ନେଇ ରଘୁମଣିଏବଂ ରହିତ ଆସିଥିଲେ । ପୁଅ  ମାଂସ ରାନ୍ଧିବା ପରେ ଖିଆପିଆ କରିଥିଲେ । ଅପରାହ୍ଣରେ କୌଣସି କଥାରୁ ମା’-ପୁଅ ମଧ୍ୟରେ ଝଗଡ଼ାହୋଇଥିଲା । ଉତ୍ତ୍ୟକ୍ତ ରାଜକୁମାର ପିଟିବାରୁରହିତ ତଳେ ପଡ଼ିଯାଇଥିଲେ । ଏହି ସମୟରେତାଙ୍କ ତଣ୍ଟି ଉପରେ ଚଢ଼ିଯାଇଥିଲା ରାଜକୁମାର । ରଘୁମଣି ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ଼ମାରିଥିଲା । ରଘୁମଣି ସ୍ତ୍ରୀଙ୍କୁ ଉଠାଇବାକୁଉଦ୍ୟମ କରିଥିଲେ ମଧ୍ୟ ସେ ଉଠି ନ ଥିଲେ ।ଚେତାଶୂନ୍ୟ ହୋଇଯାଇଥିବ ଭାବି ସେ ପଡ଼ୋଶୀଘର ଲୋକଙ୍କୁ ଡାକିବାକୁ ଯାଇଥିଲେ । ହେଲେଫେରିବା ବେଳକୁ ସ୍ତ୍ରୀ କିମ୍ବା ପୁଅ କାହାରିକୁପାଇ ନ ଥିଲେ । କିଛି ସମୟ ପରେ ରାଜକୁମାରଘରକୁ ଆସିଥିଲା । ରଘୁମଣି ମା’ ସମ୍ପର୍କରେପଚାରିବାରୁ ସମ୍ପର୍କୀୟ ରହୁଥିବା ଟେରିପଡ଼ାଯାଇଛି ବୋଲି ରାଜକୁମାର କହିଥିଲା । ରଘୁମଣିଟେରିପଡ଼ା ଯାଇ ବହୁ ଖୋଜାଖୋଜି କରିଥିଲେମଧ୍ୟ ସ୍ତ୍ରୀଙ୍କ ପତ୍ତା ମିଳି ନ ଥିଲା । ସେଦିନ ରାତିରେସେ ଟେରିପଡ଼ାରେ ରହିଯାଇଥିଲେ । ହେଲେଘଟଣା ସମ୍ପର୍କରେ କାହାରିକୁ କହି ନ ଥିଲେକିମ୍ବା ପୁଲିସ୍‌କୁ ମଧ୍ୟ ଖବର ଦେଇ ନ ଥିଲେ ।ଗତ ୨୨ ତାରିଖ ଗାଁ ପୋଖରୀ କୂଳରେନରକଙ୍କାଳ ପଡ଼ିଥିବା ଜଣେ ବ୍ୟକ୍ତିଙ୍କ ଠାରୁ ସୂଚନାପାଇଥିଲେ ରଘୁମଣି । ଘଟଣା ଦିନ ସ୍ତ୍ରୀ ପିନ୍ଧିଥିବାଶାଢ଼ିରୁ ମୃତଦେହ ଚିହ୍ନଟ କରିଥିଲେ । ଏନେଇସାନପୁଅ ସରୋଜଙ୍କୁ ଫୋନ୍‌ରେ ଜଣାଇବାସହ ମା’ର ଶୁଦ୍ଧିକ୍ରିୟାରେ ଯୋଗଦେବାକୁଡାକିଥିଲେ । ସରୋଜ ଆସି ଘଟଣା ସମ୍ପର୍କରେଜାଣିବା ପରେ ୨୪ ତାରିଖରେ ବନହରପାଲିଥାନାରେ ଲିଖିତ ଅଭିଯୋଗ କରିଥିଲେ । ମଙ୍ଗଳବାର ସାଇଣ୍ଟିଫିକ୍‌ ଟିମ ଉପସ୍ଥିତିରେମହିଳାଙ୍କ କଙ୍କାଳ ଉଦ୍ଧାର କରାଯାଇଛି ।ପୁଲିସ୍‌ କହିଛି, ଅଭିଯୁକ୍ତ ରାଜକୁମାର ଜଣେପେସାଦାର ଅପରାଧୀ । ତା’ ନାମରେ ପୂର୍ବରୁବନହରପାଲି ଥାନାରେ ଦୁଇଟି ବଳାତ୍କାର ମାମଲାଓ ସୁନ୍ଦରଗଡ଼ ଥାନାରେ ଏକ ଚୋରି ମାମଲାରହିଛି । ପୁଲିସ ଅଭିଯୁକ୍ତକୁ ଅଟକ ରଖିଛି ।ପୋଖରୀରୁ କଙ୍କାଳଉଦ୍ଧାର, ବଡ଼ପୁଅ ଅଟକଅଭିଯୁକ୍ତ ନାମରେ ରହିଛିବଳାତ୍କାର, ଚୋରି ମାମଲା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.