ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଶଶୁର ଘରେ ଜ୍ବାଇଁର ଉନ୍ମତ କାଣ୍ଡ, ଶାଶୂକୁ ଭୁସିଲେ ଛୁରୀ

Published By : Suraj Kumar | January 14, 2025 10:53 PM

ଜଳେଶ୍ବର,୧୪।୧ : ମକର ସଂକ୍ରାନ୍ତିରେ ଶଶୁର ଘରକୁ ଆସି ଜ୍ବାଇଁର ଉନ୍ମତ କାଣ୍ଡ ।ଏକ ଧାରୁଆ ଛୁରୀରେ ଶାଶୁକୁ ଜ୍ବାଇଁର ଆକ୍ରମଣ । ଗୁରୁତର ଶାଶୁ ଜଣକ ହେଲେ ବାସନ୍ତୀ ବେହେରା। ଗୁରୁତର ଅବସ୍ଥାରେ  ବାସନ୍ତୀଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗ୍ରାମବାସୀ ଜ୍ବାଇଁକୁ ଅଟକ ରଖି ପୋଲିସକୁ ଜିମା ଦେଇଛନ୍ତି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ନେତୁଆ ଗ୍ରାମରେ ଏଭଳି ଘଟଣା ଘଟିଛି । 

ନେତୁଆ ଗ୍ରାମର ଦେବେନ୍ଦ୍ର ବେହେରାଙ୍କ ବଡ଼ ଝିଅ ମାଳତୀଙ୍କ ଭୋଗରାଇ ବ୍ଲକ ଅଲାଲବିନ୍ଧା ଗ୍ରାମର ରମାକାନ୍ତ ଦାସଙ୍କ ସହିତ ବିବାହ ହୋଇଥିଲା ।  ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଦୀର୍ଘ ଦିନ ହେବ ଝଗଡା ଲାଗି ରହିଥିଲା  । ସ୍ତ୍ରୀ ମାଳତୀ ୫ ଦିନ ତଳେ ବାପ ଘରକୁ ଆସି ଆଉ ଶାଶୁ ଘରକୁ ଫେରି ନ ଥିଲେ । ତେବେ ଆଜି ଅପରାହ୍ନ ସମୟରେ ମକର ସଂକ୍ରାନ୍ତି ପାଇଁ ଜ୍ୱାଇଁ ରମାକାନ୍ତ ଦାସ ଶଶୁର ଘରକୁ ଆସି  ସ୍ତ୍ରୀ ମାଳତୀଙ୍କୁ ସାଥିରେ ନେବାକୁ ଜିଦ ଧରିଥିଲେ। ମାତ୍ର ଶାଶୁ ବାସନ୍ତୀ ବାରଣ କରିଥିଲେ। ସମାଧାନ ପରେ ଝିଅ ଯିବ ବୋଲି କହିଥିଲେ। ହଠାତ ଜ୍ବାଇଁ ଉତ୍ତକ୍ଷିପ୍ତ ହୋଇ ଏକ ଧାରୁଆ ଛୁରୀରେ ଶାଶୁ ବାସନ୍ତି ବେହେରାଙ୍କ ପେଟକୁ ଆକ୍ରମଣ କରିଥିଲେ  । ଜ୍ବାଇଁ ଆକ୍ରମଣରେ ଶାଶୁ ଗୁରୁତର ହୋଇ ପଡ଼ିଥିଲେ। ଗୁରୁତର ବାସନ୍ତୀଙ୍କୁ ଘରଲୋକେ ସଙ୍ଗେ ସଙ୍ଗେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ। ମାତ୍ର ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି  । ଜ୍ବାଇଁ ରମାକାନ୍ତଙ୍କୁ ଗ୍ରାମବାସୀ ଅଟକ ରଖି ଜଳେଶ୍ୱର ପୋଲିସକୁ ହସ୍ତାନ୍ତର କରିଛନ୍ତି । ପୋଲିସ ରମାକାନ୍ତକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରୀ ରଖିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.