ନରସିଂହପୁର, ୧୦/୦୭: ଏକ ନିଶ୍ଚିତ ମୃତ୍ୟୁ ଟଳିଗଲା । କାନ୍ଥ ପଡ଼ି ବୃଦ୍ଧା ଆହତ, ଅଳ୍ପକେ ବର୍ତ୍ତିଗଲେ ବୋହୂ ଏବଂ ନାତୁଣି । କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ବୋକଡ଼ା ଗାଁରେ ଏହି ଅଘଟଣ ଘଟିଛି ।
ସୂଚନା ଅନୁଯାୟୀ, ନରସିଂହପୁର ବ୍ଲକ୍ ଅନ୍ତର୍ଗତ ବୋକଡ଼ା ଗାଁରେ ସନ୍ତୋଷ କୁମାର ସାହୁ ଏକ ଟାଇଳ ଛପର ଘରେ ରୁହନ୍ତି । ଗୁରୁବାର ମଧ୍ୟାହ୍ନରେ ହଠାତ୍ ଟାଇଲ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଏହି ସମୟରେ ସନ୍ତୋଷଙ୍କ ୭୦ ବର୍ଷିୟା ମାଆ ପଦ୍ମାବତୀ ଏବଂ ତାଙ୍କ ବୋହୂ ଓ ନାତୁଣୀ ଘରେ ଥିଲେ । ଏହି ଅଘଟଣରେ ପଦ୍ମାବାତୀ ଆହତ ହୋଇଥିବା ବେଳେ ବୋହୂ ଓ ନାତୁଣୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ସନ୍ତୋଷଙ୍କ ଘରେ ପହଞ୍ଚି ପଦ୍ମାବତୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି