ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଝାନ୍ସୀରେ ଜମି ବିବାଦ ଓ ଅବୈଧ ସମ୍ପର୍କକୁ ନେଇ ଶାଶୁଙ୍କୁ ହତ୍ୟା; ବୋହୂ ସମେତ ତିନି ଅଭିଯୁକ୍ତ ଗିରଫ

Published By : Bijay Swain | July 3, 2025 12:28 AM

ଝାନ୍ସୀ: ଉତ୍ତରପ୍ରଦେଶର ଝାନ୍ସୀ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଜମି ବିବାଦ ଓ ଅବୈଧ ସମ୍ପର୍କ ପାଇଁ ଜଣେ ବୋହୁ ନିଜ ଶାଶୁଙ୍କୁ ଜଘନ୍ୟ ଭାବେ ହତ୍ୟା କରିଛି। ପୁଲିସ୍ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ପୂଜା ଜାଦବ ଓ ତାଙ୍କ ଭଉଣୀ କମଲା ଏବଂ କମଲାଙ୍କ ପ୍ରେମିକ ଅନିଲ ବର୍ମାଙ୍କୁ ଗିରଫ କରିଛି। 

ଘଟଣାଟି ଗତ ୨୪ ଜୁନ୍‌ରେ ଝାନ୍ସୀର କୁମ୍ହାରିୟା ଗାଁରେ ଘଟିଥିଲା। ୫୪ ବର୍ଷୀୟା ସୁଶୀଲା ଦେବୀଙ୍କୁ ଘରଲୋକ ତାଙ୍କ ଘରେ ମୃତ ଅବସ୍ଥାରେ ପାଇଥିଲେ। ପରେ ଘରଲୋକ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ପ୍ରାରମ୍ଭିକ ତଦନ୍ତରେ ଏହା ଡକାୟତି ଜନିତ ହତ୍ୟା ପରି ଲାଗୁଥିଲେ ମଧ୍ୟ, ପୁଲିସ୍ ତଦନ୍ତ ଆଗେଇ ଚାଲିବା ପରେ ଏକ ଜଟିଳ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। 

ଖବର ମୁତାବକ, ପୂଜା ଜାଦବଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ତାଙ୍କ ଦେଢସୁର କଲ୍ୟାଣ ସିଂହ ଓ ତାଙ୍କ ଦିଅର ସନ୍ତୋଷଙ୍କ ସହ ଅବୈଧ ସମ୍ପର୍କରେ ଥିଲେ। ସନ୍ତୋଷଙ୍କ ସହ ସେ ଲିଭ ଇନରେ ରହୁଥିବା ବେଳେ ଉଭୟଙ୍କ ସମ୍ପର୍କରୁ ପୂଜାଙ୍କର ଗୋଟିଏ ଝିଅ ମଧ୍ୟ ଜନ୍ମ ହୋଇଥିଲା। 

ପୁଲିସ୍ ସୂଚନା ଅନୁଯାୟୀ, ପୂଜା ପରିବାରରେ ଥିବା ୧୮ ବିଘା ପୈତୃକ ଜମିରୁ ୮ ବିଘା ଜମି ବିକ୍ରି କରି ଗ୍ୱାଲିୟରରେ ସ୍ଥାୟୀ ଭାବେ ବସବାସ କରିବାକୁ ଚାହୁଁଥିଲେ। ଏମିତିକି ପୂଜାହ୍କ ଏହି ନିଷ୍ପତ୍ତିକୁ କଲ୍ୟାଣ ଓ ତାଙ୍କ ଶ୍ୱଶୁର ଅଜୟ ସମର୍ଥନ ମଦ୍ୟ କରିଥିଲେ। କିନ୍ତୁ ସୁଶୀଲା ଦେବୀ ଏହାର ବିରୋଧ କରୁଥିବାରୁ ପୂଜା ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ। ପୂଜାଙ୍କ ଭଉଣୀ କମଲା ଓ ଅନିଲ ବର୍ମା ଏହି ହତ୍ୟା କାର୍ଯ୍ୟକାରୀ କରିଥିଲେ। ସେମାନେ ସୁଶୀଲାଙ୍କୁ ବିଷ ଇଞ୍ଜେକ୍ସନ ଦେଇ ଗଳା ଟିପି ହତ୍ୟା କରିଥିଲେ ଏବଂ ପରେ ଘରୁ ପ୍ରାୟ ୮ ଲକ୍ଷ ଟଙ୍କାର ଅଳଙ୍କାର ମଧ୍ୟ ଲୁଟି ନେଇଥିଲେ। 

ପୁଲିସ୍ ଫୋରେନ୍ସିକ୍ ପ୍ରମାଣ ଓ ସାକ୍ଷୀଙ୍କ ବୟାନ ଆଧାରରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଅନିଲ ବର୍ମା ଚୋରା ଅଳଙ୍କାର ବିକ୍ରି କରିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍ ତାଙ୍କୁ ଗୋଡାଇ ଥିଲା। ଏହାର ଜବାବରେ ଅନିଲ ପୁଲିସଙ୍କ ଉପରକୁ ଗୁଲିଚାଳନା କରିଥିଲା। ପରେ ପୁଲିସ୍ ପାଲଟା ଗୁଳିଚାଳନା କରିବାରୁ ଅନିଲ ଆହତ ହୋଇଥିଲେ ଏବଂ ପରେ ତାଙ୍କୁ ପୁଲିସ ଗିରଫ କରିଥିଲା ଓ ଚେରି ହୋଇଥିବା ସମସ୍ତ ଅଳଙ୍କାରକୁ ମଧ୍ୟ ପୁଲିସ ଜବତ କରିଛି।

ଏହି ମାମଲା ଝାନ୍ସୀରେ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରରେ ରହିଛି। ଯେଉଁଥିରେ ପାରିବାରିକ ବିବାଦ, ଅବୈଧ ସମ୍ପର୍କ ଓ ଲୋଭ ଏକ ନିରୀହ ମହିଳାଙ୍କ ଜୀବନ ନେଇଛି। ପୁଲିସ୍ ଏହି ମାମଲାରେ ଆହୁରି ଅଧିକ ତଦନ୍ତ ଜାରି ରଖିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.