ପ୍ରମୂଖ ଖବର
  • ପାକିସ୍ତାନରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ସମେତ ୫ ମୃତ
  • ||
  • ଚାକିରି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ୫୦ ପ୍ରତିଶତକୁ ବୃଦ୍ଧି କରିବେ ଉତ୍ତର ପ୍ରଦେଶ ସରକାର
  • ||
  • ଅଷ୍ଟ୍ରେଲିଆରେ ଭାରତ ବିରୋଧୀ ସ୍ଲୋଗାନ, ସ୍ୱାଧୀନତା ଦିବସରେ ଖଲିସ୍ତାନ ସମର୍ଥକଙ୍କ ଦାଦାଗିରି
  • ||
  • ଦୟାନଦୀରେ ବୁଡ଼ିଗଲେ ଦୁଇ ନାବାଳକ; ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ
  • ||
  • ଭବାନୀପାଟଣା : ମାଣିକେଶ୍ଵରୀ ହାଇସ୍କୁଲର ଛାତ୍ରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

ଜେଫ୍‌ ବେଜୋସଙ୍କ ମା’ଙ୍କ ପରଲୋକ, ଆମାଜନ୍‌ ପ୍ରତିଷ୍ଠା କରିବା ପଛରେ ଥିଲା ବଡ଼ ଅବଦାନ

Published By : Tapas Panda | August 15, 2025 7:54 PM

Image Courtesy: tv9hindi

ନୂଆଦିଲ୍ଲୀ: ଜେଫ ବେଜୋସ୍‌ଙ୍କ ମାଆ ଜ୍ୟାକି ବେଜୋସ୍‌ଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇଛି । ସେ ବହୁତ ଦିନ ଧରି "ଲୁଇ ବଡି ଡିମେନ୍ସିଆ" ନାମକ ଏକ ରୋଗରେ ପୀଡିତ ଥିଲେ। ତାଙ୍କର ମିଆମିସ୍ଥିତ ଘରେ ମୃତ୍ୟୁ ହୋଇଛି । ତାଙ୍କ ପୁଅ ଏବଂ ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍‌ ସୋସିଆଲ ମିଡିଆରେ ମା’ ଜ୍ୟାକି ବେଜୋସଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଯେତେବେଳେ ଜେଫ୍ ବେଜୋସ୍ ୧୯୯୫ ମସିହାରେ ଆମାଜନ ଆରମ୍ଭ କରିବାକୁ ଯାଉଥିଲେ, ଏହା ତାଙ୍କ ପାଇଁ ଆହ୍ବାନପୂର୍ଣ୍ଣ ପଦକ୍ଷେପ ଥିଲା । କିନ୍ତୁ ତାଙ୍କ ମାଆ ଜ୍ୟାକି ଏବଂ ତାଙ୍କ ସାବତ ବାପା ମିଗୁଏଲ୍ ବେଜୋସ୍ କେବଳ ତାଙ୍କ ଉପରେ ବିଶ୍ୱାସ ଦେଖାଇ ନଥିଲେ ବରଂ ଅଢ଼େଇ ଲକ୍ଷ ଡଲାର ନିବେଶ କରିବାକୁ ଦେଇଥିଲେ । 




ସେହି ସମୟରେ ଜେଫ୍ କହିଥିଲେ ଯେ, ଏହି କମ୍ପାନୀ ବିଫଳ ହୋଇପାରେ । କିନ୍ତୁ ତାଙ୍କ ମାଆ ତାଙ୍କ ପୁଅର ସ୍ୱପ୍ନରେ ବିଶ୍ୱାସ କରିଥିଲେ । ଜ୍ୟାକି କେବଳ ତାଙ୍କ ପୁଅକୁ ସାହାଯ୍ୟ କରିନଥିଲେ ବରଂ ବେଜୋସ୍ ଫାଉଣ୍ଡେସନ୍ ମାଧ୍ୟମରେ ଲକ୍ଷ ଲକ୍ଷ ପିଲା ଶିକ୍ଷା ଲାଭ କରିଥିଲେ । ଜନ୍ମରୁ ହାଇସ୍କୁଲ ପର୍ଯ୍ୟନ୍ତ ପିଲାମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ବେଜୋସ୍‌ ଫାଉଣ୍ଡେସନର ଲକ୍ଷ୍ୟ । ଏଥିରେ ଦୁଇଟି ପ୍ରମୁଖ ପଦକ୍ଷେପ ଅନ୍ତର୍ଭୁକ୍ତ । ପ୍ରଥମଟି ହେଉଛି ଭ୍ରୁମ୍ ଆପ୍ । ଏହା ପିଲାମାନଙ୍କୁ ଲାଳନପାଳନ କରିବା ପାଇଁ ପିତାମାତାଙ୍କୁ ପରାମର୍ଶ ଦିଏ । ଦ୍ୱିତୀୟଟି ହେଉଛି ବେଜୋସ୍ ସ୍କଲାର୍ସ ପ୍ରୋଗ୍ରାମ୍ । ଏହା ପ୍ରତିବର୍ଷ ଆମେରିକା ଏବଂ ଆଫ୍ରିକାରୁ ମନୋନୀତ ୧୭ ଜଣ ଯୁବକଙ୍କୁ ନେତୃତ୍ୱ ତାଲିମ ପ୍ରଦାନ କରେ । 

ଡିସେମ୍ବର ୨୯, ୧୯୪୬ରେ ଭର୍ଜିନିଆରେ ଜନ୍ମଗ୍ରହଣ କରିଥିବା ଜ୍ୟାକି ବେଜୋସ୍‌ଙ୍କ ପ୍ରକୃତ ନାମ ଜ୍ୟାକଲିନ୍‌ ମାରି ଗିଜ୍‌ ଥିଲା । ନ୍ୟୁ ମେକ୍ସିକୋରେ ବଢ଼ିଥିବା ଜ୍ୟାକି ୧୭ ବର୍ଷ ବୟସରେ ଜେଫ୍‌ ବେଜୋସ୍‌ଙ୍କୁ ଜନ୍ମ ଦେଇଥିଲେ ।  ସେ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିଲେ ଏବଂ ତାଙ୍କ ପୁଅକୁ ଏକାକୀ ଲାଳନ ପାଳନ କରିଥିଲେ । କଲେଜ ସମୟରେ ସେ ଜେଫ୍‌ଙ୍କୁ କ୍ଲାସ୍‌କୁ ନେଇ ଯାଉଥିଲେ । କେବଳ ସେହି ପ୍ରଫେସରମାନଙ୍କୁ ବାଛୁଥିଲେ ଯେଉଁମାନେ ଜେଫ୍‌ଙ୍କୁ କ୍ଲାସ ନେବାକୁ ଅନୁମତି ଦେଉଥିଲେ । 

ପରେ ସେ ମିଗୁଏଲ ବେଜୋସ (ମାଇକ)ଙ୍କୁ ବିବାହ କରିଥିଲେ। ମାଇକ କ୍ୟୁବାର ଜଣେ ଶରଣାର୍ଥୀ ଥିଲେ । ଯିଏ ଆମେରିକା ଆସିଥିଲେ । ମାଇକ ଜେଫଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ । ସେବେଠାରୁ ଜେଫ, ବେଜୋସ ସାଙ୍ଗିଆ ଗ୍ରହଣ କରିଥିଲେ । ପରେ ଏହି ପରିବାରରେ ଆଉ ଦୁଇଟି ସନ୍ତାନ କ୍ରିଷ୍ଟିନା ଏବଂ ମାର୍କ ଜନ୍ମ  ନେଇଥିଲେ। ଜେଫ୍‌ଙ୍କ ସବୁଠାରୁ ବଡ଼ ରକ୍ଷକ ଏବଂ ମାର୍ଗଦର୍ଶକ ଥିଲେ ତାଙ୍କ ମା’ ଜ୍ୟାକି ବେଜୋସ୍ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.