ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଜାଣନ୍ତୁ ମାଉଥ୍‌ କ୍ୟାନ୍ସର୍‌ର ଲକ୍ଷଣ, ତୁରନ୍ତ କରି ନିଅନ୍ତୁ ଚିକିତ୍ସା...

Published By : Harapriya Sethi | March 13, 2025 2:36 PM

ଯଦି ଆପଣଙ୍କ ପାଟିରେ ବାରମ୍ୱାର ଘା ହେଉଛି ଏବଂ ଏହା ଶୀଘ୍ର ସୁଖୁନାହିଁ, ଏହା ଏକ ବଡ଼ ବିପଦକୁ ନିମନ୍ତ୍ରଣ ଦେଇପାରେ । ପାଟିରେ କିମ୍ୱା ଓଠରେ ଗଣ୍ଠି ହେବା, ଓଠ କଳା ପଡ଼ିବା କିମ୍ୱା ଧଳା ଏବଂ ନାଲି ରଙ୍ଗର ଦାଗ ହେବା ଦ୍ୱାରା ଖାଦ୍ୟ ଖାଇବା ଏବଂ ଚୋବାଇବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏପରିକି କଥା କହିବାରେ ମଧ୍ୟ କଷ୍ଟ ଭୋଗିବାକୁ ପଡେ ।  ଯଦି ଆପଣ ଏହି ସବୁ ଲକ୍ଷଣ ଦେଖୁଛନ୍ତି ତେବେ, ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ । ଯଦି ପାଟି କିମ୍ୱା ପାଟି ପାଖରେ ହୋଇଥିବା ଘା କିଛି ସପ୍ତାହ ମଧ୍ୟରେ ଠିକ୍ ହେଉନାହିଁ, ତେବେ ଏହା ମାଉଥ୍‌ କ୍ୟାନ୍ସରର ଲକ୍ଷଣ ହୋଇପାରେ । 

ଫାଷ୍ଟ ଷ୍ଟେଜ୍‌ରେ ମାଉଥ୍‌ କ୍ୟାନ୍ସରର ଲକ୍ଷଣ-

ଦାନ୍ତ ଢିଲା ହେବା- ଯଦି ହଠାତ ଆପଣଙ୍କ ଦାନ୍ତ ଗୁଡ଼ିକ ଢିଲା ହୋଇ ପଡ଼ୁଛି କିମ୍ୱା ଦୁର୍ବଳ ହୋଇ ଯାଉଛି, ତେବେ ଏହା ମାଉଥ୍‌ କ୍ୟାନ୍ସରର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ ।  

ବେକ ଚାରିପାଖରେ ଗଣ୍ଠି ହେବା- ଆପଣଙ୍କ ପାଟି କିମ୍ୱା ବେକର ଚାରିପାଖରେ ଯଦି କୌଣସି ଗଣ୍ଠି ଦେଖୁଛନ୍ତି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ବିପଦଜନକ ସାବ୍ୟସ୍ତ ହୋଇପାରେ । 

କେବଳ ଏତିକି ନୁହେଁ, ଓଠରେ ଘା ହେବା କିମ୍ୱା ବିନା କୌଣସି କାରଣରେ ଓଠ ଫୁଲିବା, ଖାଦ୍ୟ ଢୋକିବା, କଥା କହିବାରେ ପରିବର୍ତ୍ତନ ହେବା, ପାଟିରୁ ରକ୍ତ ବାହାରିବା, ଜିଭ କିମ୍ୱା ମାଢିରେ ଧଳା ଦାଗ ହେବା କିମ୍ୱା ରକ‌୍ତ ବାହାରିବା, କୌଣସି କାରଣ ନଥାଇ ଓଜନ କମିବା ଅତ୍ୟାଦି ମାଉଥ୍‌ କ୍ୟାନ୍ସର୍‌ର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ । 

ମାଉଥ୍‌ କ୍ୟାନ୍ସର୍‌ର କାରଣ-

ମାତ୍ରାଧିକ ତମାଖୁ ସେବନ କିମ୍ୱା ମଦ୍ୟପାନ କରିବା, ହ୍ୟୁମାନ ପେପିଲୋମା ଭାଇରସ୍‌, ଏପଷ୍ଟୀନ୍‌ ବାର୍‌ ଭାଇରସ୍‌, ବଂଶଗତ, ପାଟିକୁ ସଠିକ ଭାବରେ ସଫା ନକରିବା, ମାଢିରେ ରୋଗ, ସୂର୍ଯ୍ୟାଲୋକରେ ଅଧିକ ସମୟ ବିତାଇବା ଇତ୍ୟାଦି ମାଉଥ୍‌ କ୍ୟାନ୍ସର୍‌ର କାରଣ ସାଜିପାରେ ।

ଏହାର ଚିକିତ୍ସା- 

ମାଉଥ୍‌ କ୍ୟାନ୍ସର୍‌ର ଚିକିତ୍ସା ଏହାର ସ୍ଥାନ ଏବଂ ସ୍ଥିତି ଉପରେ ନିର୍ଭର କରେ । ସେଥିପାଇଁ ସିଟି ସ୍କାନ୍‌ ଏବଂ ଏମେେଆର୍‌ଆଇ ଟେଷ୍ଟ କରାଯାଇଥାଏ । ଏହି ଟେଷ୍ଟ ପରେ ହିଁ ରୋଗ କେଉଁ ଷ୍ଟେଜ୍‌ରେ ରହିଛି, ତାହା ସ୍ପଷ୍ଟ ହୋଇଥାଏ । ଏହା ପରେ ଡାକ୍ତ ଏହାର ଚିକିତ୍ସା ପଦ୍ଧତି ଆରମ୍ଭ କରନ୍ତି । ମାଉଥ୍‌ କ୍ୟାନ୍ସର୍‌ ପାଇଁ ସର୍ଜରୀ କରାଯାଇଥାଏ । ସର୍ଜରି କରି ପାଟିରୁ ଟ୍ୟୁମର୍‌କୁ କଢାଯାଇଥାଏ । ଫାଷ୍ଟ ଷ୍ଟେଜ୍‌ରେ କର୍କଟ ରୋଗର ଉପଚାର ପ୍ରଭାବଶାଳୀ ହୋଇଥାଏ । ଏହା ସହ ରେଡିଓ ଥେରାପି ସାହାଯ୍ୟରେ ମଧ୍ୟ ଛୋଟ ଛୋଟ କ୍ୟାନ୍ସର କଣିକା ଗୁଡ଼ିକୁ ଶରୀରରୁ କଢାଯାଇଥାଏ । ଏହା ସହ କେମୋ ଥେରାପି ମଧ୍ୟ କର୍କଟ ରୋଗର ଉପଚାରରେ କରାଯାଇଥାଏ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.