ମାଲକାନଗିରି, ୮/୭(ଆପ୍ର ) : ୭ଦଫା ଦାବି ନେଇ ଓଡିଶା ଡ୍ରାଇଭର ମହାସଂଘ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଡ଼୍ରାଇଭର ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ଓ ଦାବୀ ନେଇ ଷ୍ଟିୟରିଂ ଛାଡ ଆନ୍ଦୋଳନ କରିଛନ୍ତି। ମାଲକାନଗିରି ମୋଟୁ ୩୨୬ନମ୍ବର ଜାତୀୟ ରାଜପଥ ଏମଭି ୩ ଜିଲ୍ଲା କାର୍ଯ୍ୟାଳୟ ନିକଟରେ ପ୍ରାୟ ୨ହଜାର ଡ୍ରାଇଭର ଧର୍ମଘଟ କରିଛନ୍ତି।
ଫଳରେ ସମସ୍ତ ଘରୋଇ ବସ୍,ଟ୍ରକ୍, ଟିପର, କମାଣ୍ଡର, ଅଟୋ,କାର ସହ ପ୍ରାୟ, ୪ଚକିଆ ଯାନ ବାହନ ଚଳାଚଳ ବନ୍ଦ ରହିଛି। ମାଲକାନଗିରି,କାଲିମେଳା,ଚିତ୍ରକୋଣ୍ଡା,ପୋଟରୁ ଜିଲ୍ଲା ସମସ୍ତ ଅଞ୍ଚଳ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ସହ ବାଧାପ୍ରାପ୍ତ ହୋଇଛି। ମୁଖ୍ୟ ଦାବି ଗୁଡ଼ିକ ମଧ୍ୟ ଡ଼୍ରାଇଭର ମାନଙ୍କ ପାଇଁ ୱେଲ୍ଫର୍,ପାର୍କିଂରେ ରେଷ୍ଟ ସେଡ ,ସ୍ଵତନ୍ତ୍ର ଭତ୍ତା ସହ ୭ଦଫା ଦାବି ଗୁଡ଼ିକ ନେଇ ଜିଲ୍ଲା ଡ୍ରାଇଭର ମହା ସଂଘ ର ସଭାପତି ଚିତ୍ରସେନ ବେହେରା ଙ୍କ ନେତୃତ୍ୱ ରେ ଧର୍ମ ଘଟ ଜାରିରହିଛି। ଡ୍ରାଇଭରଙ୍କ ଧର୍ମଘଦ୍ୱାରା ଗାଡି ଗୁଡିକ ବନ୍ଦ ଥିବାରୁ ସାଧାରଣ ଯାତ୍ରୀମାନେ ବହୁତ ହଇରାଣ ହୋଇଛନ୍ତି।