ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

୧୫ରୁ ଓଟିଟିରେ ସିନେମା ‘ମାଲ୍ୟଗିରି'

Published By : Rasmita Pradhan | November 13, 2024 2:19 PM

ଭୁବନେଶ୍ୱର,୧୩/୧୧ : ସିନେମା ଦେଖିବାର ମାଧ୍ୟମ ଓ ସ୍ତର ବିଗତ ଦିନରେ ଖୁବ୍‌ ବଦଳିଯାଇଛି । ପ୍ରଥମେ ସିନେପ୍ରେମୀ ପ୍ରେକ୍ଷାଳୟ ଉପରେ ନିର୍ଭର କରୁଥିବା ବେଳେ ଏବେ ବଦଳୁଥିବା ସମୟ ସହିତ ଲୋକେ ଓଟିଟି ମିଡିଆ ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିସାରିଛନ୍ତି । ଏବେ ମନୋରଞ୍ଜନ କେବଳ ପ୍ରେକ୍ଷାଳୟ ବା ସିନେମା ହଲ୍‌ରେ ନୁହଁ, ମୋବାଇଲ୍‌ ଜରିଆରେ ଲୋକେ ସୁନ୍ଦର କାହାଣୀ ଉପଭୋଗ କରିପାରୁଛନ୍ତି । ଠିକ୍‌ ସେମିତି ଓଡ଼ିଶାର ଲିଡିଙ୍ଗ ଓଟିଟି ଆଓ ନେକ୍ସଟ୍‌ ସାଜିଛି ଏବେ ପ୍ରଥମ ପସନ୍ଦ । ଏହି ପ୍ଲାଟ୍‌ଫର୍ମରେ ଅନେକ ପ୍ରକାରର କାହାଣୀ ଉପଭୋଗ କରିପାରୁଛନ୍ତି ଦର୍ଶକ । ଏହି ପ୍ଲାଟ୍‌ଫର୍ମରେ ଏବେ ଯୋଡ଼ି ହେବାକୁ ଯାଉଛି ସୁପର୍‌ଷ୍ଟାର୍‌ ବବୁସାନ୍‌ ମହାନ୍ତିଙ୍କ ଅଭିନୀତ ଓଡ଼ିଆ ସିନେମା ‘ମାଲ୍ୟଗିରି’ । ଯାହା ବିଗତ ଦିନରେ ଖୁବ୍‌ ଚର୍ଚ୍ଚା ସାଉଁଟିଥିଲା । 

ଫିଲ୍ମର କାହାଣୀ, ସଙ୍ଗୀତ ଓ କଳାକାରଙ୍କ ଅଭିନୟ ବଡ଼ ପରଦାରେ ସମସ୍ତଙ୍କ ମନ ଜିଣିଥିଲା । ତେବେ ଦୀର୍ଘଦିନରୁ ଅପେକ୍ଷାରେ ଥିବା ଏହି ବ୍ଲକ୍‌ବଷ୍ଟର୍‌ ସିନେମାଟି ଆଓ ନେକ୍ସଟ୍‌ରେ ନଭେମ୍ବର ୧୫ ତାରିଖରୁ ପ୍ରସାରଣ ହେବାକୁ ଯାଉଛି । ତେବେ ‘ମାଲ୍ୟଗିରି’ର ଏହି ଯାତ୍ରାରେ ନିଜକୁ ସାମିଲ କରି ଫିଲ୍ମକୁ ଭଲପାଇବା ଦେବାକୁ ଅନୁରୋଧ କରିଛନ୍ତି ଆଓ ନେକ୍ସଟ୍‌ର ଫାଉଣ୍ଡର ଓ ସିଇଓ କୌଶିକ ଦାସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.