ନୂଆଦିଲ୍ଲୀ,୦୪/୦୬:ମଧ୍ୟପ୍ରଦେଶ ଝାବୁଆ ମେଘନଗର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କାର୍ ଉପରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍ । ଫଳରେ ୯ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ରାତି ପ୍ରାୟ ୩ଟାରୁ ୪ଟା ମଧ୍ୟରେ ରାଜସ୍ଥାନରୁ ସିମେଣ୍ଟ ନେଇ ଏକ ଟ୍ରକ୍ ଆସୁଥିଲା। ହେଲେ ଝାବୁଆ ମେଘନଗରଠାରେ ଟ୍ରକଟି ଏକ କାର୍ ଉପରେ ଓଲଟି ପଡ଼ିଥିଲା । ଯାହାଫଳରେ ସେଥିରେ ଥିବା ୧୧ ଜଣଙ୍କ ମଧ୍ୟରୁ ୯ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହାସହ ୨ ଜଣଙ୍କୁ ଗୁରୁତର ହୋଇଛନ୍ତି । ଏନେଇ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଆହତଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ତେବେ କୁହାଯାଉଛି ଯେ କାର୍ରେ ଥିବା ସମସ୍ତ ଲୋକ ବିବାହ ଭୋଜିରୁ ଫେରୁଥିବା ବେଳେ ଏହି ଘଟଣା ଘଟିଛି। ତେବେ ଏ ଦୃଶ୍ୟକୁ ଦେଖିଲେ ଦୁର୍ଘଟଣା କେତେ ଭୟାବହ ହୋଇଥିବ ତାହା ସ୍ପଷ୍ଟ ଜଣାପଡ଼ୁଛି ।