ନୀଳଗିରି,୦୯/୦୮:ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ପାଇଁ ଉତ୍ସବ ମୁଖର ଗାଁ ଠାରୁ ସହର। ଭାଇକୁ ରାକ୍ଷୀ ବାନ୍ଧି ଶୁଭ ମନାସିବା ସହ ନିଜର ସୁରକ୍ଷା କାମନା କରିଥାନ୍ତି ଭଉଣୀ । ଆଜି ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ଦେବାଳୟରେ ରାକ୍ଷୀ ପୂର୍ଣ୍ଣିମା ରୀତିନୀତିରେ ପାଳନ ହେଉଛି।ସେହିପରି ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏହି ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିଥାନ୍ତି । ଅବହେଳିତ,ନିଷ୍ପେସିତ ପରିବାରଙ୍କୁ ଗୁରୁତ୍ୱ ଦେଇ ସମସ୍ତଙ୍କୁ ରାକ୍ଷୀ ବାନ୍ଧି ମିଠା ଖୁଆଇଥାନ୍ତି । ଆଜି ତାଙ୍କ ବାସଭବନରେ କୁନିକୁନି ଆଦିବାସୀ ପିଲାମାନଙ୍କ ସହିତ ବେଶ୍ କିଛି ସମୟ କଟାଇ ତାଙ୍କୁ ରାକ୍ଷୀ ବାନ୍ଧି ଲଡୁ ଖୁଆଇଛନ୍ତି । ପରେ ଡାକ୍ତରଖାନାରେ ରୋଗୀମାନଙ୍କୁ, ଜେଲରେ ଆନ୍ତେବାସୀଙ, ଆଦିବାସୀ ଆଶ୍ରମ ସ୍କୁଲ ସହିତ ବଜାରରେ ବୁଲି ରାକ୍ଷୀ ବାଣ୍ଟିବା କାର୍ଯ୍ୟକ୍ରମ ରହିଛି।

ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ବାଛିବେ ମୋଦି, ଜେପ...