ଭୁବନେଶ୍ୱର, ୩୦/୦୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏବଂ ଜାପାନ  ମଧ୍ୟରେ ଅର୍ଥନୈତିକ ଏବଂ  ସାଂସ୍କୃତିକ ସମ୍ପର୍କ ବଢୁଛି । ଏହି  ସହଯୋଗିତାକୁ ମଜଭୁତ କରିବାରେ  ମଧ୍ୟପ୍ରଦେଶ ପ୍ରମୁଖ ଭୂମିକା ଗ୍ରହଣ  କରିବ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ  ଡ. ମୋହନ ଯାଦବ ଜାପାନ ଗସ୍ତ  ଅବସରରେ ଏହା କହିଛନ୍ତି ।

ନୂଆ ଟେକ୍ନୋଲୋଜି  ବିକାଶରେ ଜାପାନର କମ୍ପାନିଗୁଡ଼ିକ କାର୍ଯ୍ୟ କରୁଛନ୍ତି ।  ଏହି କମ୍ପାନିଗୁଡ଼ିକ ମଧ୍ୟପ୍ରଦେଶରେ  ନିବେଶ କରିବେ ଯାହାକି ରାଜ୍ୟର  ଶିଳ୍ପ ଏବଂ ଅର୍ଥନୈତିକ ବିକାଶକୁ  ନୂଆ ଦିଗ ଦେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି । ଶ୍ରୀ ଯାଦବ  ଟୋକିଓରେ ସେନ୍‌ସୋଜି ମନ୍ଦିରରେ  ଭଗବାନ ବୁଦ୍ଧଙ୍କ ଦର୍ଶନ କରିବା ସହ  ଜାପାନ ଗସ୍ତର ଅଭିଜ୍ଞତା ସମ୍ପର୍କରେ  କହିଥିଲେ । ଏ ଅବସରରେ ଶ୍ରୀ ଯାଦବ ଜାପାନର ବିଦେଶ ମନ୍ତ୍ରୀ ଏବଂ ନିବେଶକମାନଙ୍କ  ସହ ସକାରାତ୍ମକ ଆଲୋଚନା କରିଥିଲେ।