ମୁମ୍ବାଇ,୨୨/୪ : IPL ୨୦୨୬ରେ ଏମଏସ ଧୋନୀଙ୍କୁ ଦେଖିବା ଲାଗି ବହୁ ଉତ୍ସାହିତ ନଜର ଆସୁଛନ୍ତି ଫ୍ୟାନ୍ସ । ଚେନ୍ନାଇ ସୁପର କିଙ୍ଗ୍ସ ସିଜନରେ ୬ଟି ମ୍ୟାଚ୍ ଖେଳିଛି । ଯେଉଁଥିରେ ଧୋନୀ ଆହତ କାରଣରୁ ନଜର ଆସିନାହାନ୍ତି । ହୋଇପାରେ ଧୋନୀ ମ୍ୟାଚ୍ ଲାଗି ମୈଦାନରେ ନଜର ଆସିନାହାନ୍ତି, କିନ୍ତୁ ଅଭ୍ୟାସ ସମୟରେ ବାରମ୍ବାର ମୈଦାନରେ ଦେଖାଯାଉଛନ୍ତି । ଏହା ମଧ୍ୟରେ ମାହିଙ୍କ ଭିଡ଼ିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ବିହାରୀ ଅନ୍ଦାଜରେ କଥା ହେଉଥିବା ଦେଖାଯାଉଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ସୋସିଆଲ ମିଡ଼ିଆରେ ଧୋନୀଙ୍କ ଭିଡ଼ିଓ ସେୟାର କରିଛି । ଯେଉଁଥିରେ ସେ ଏମଆଇର ଦ୍ରୁତ ବୋଲର ଦୀପକ ଚାହାରଙ୍କ ସହ କଥା ହେଉଥିବା ନଜର ଆସୁଛନ୍ତି । ଭିଡ଼ିଓରେ ଦେଖାଯାଉଛି ଯେ କ୍ୟାମେରାକୁ ଦେଖିବା କ୍ଷଣି ମାହି ବିହାରୀ ଅନ୍ଦାଜରେ କଥା ହେଉଛନ୍ତି । ମାହିଙ୍କ ଏହି ଷ୍ଟାଇଲ୍ ଫ୍ୟାନ୍ସଙ୍କୁ ବହୁ ପସନ୍ଦ ଆସୁଛି । ଭିଡ଼ିଓରେ ଧୋନୀ ଦୀପକ ଚାହରଙ୍କୁ କହିଥିଲେ କି , ‘ତୁମେ ଆସିଲ ତ କ୍ୟାମେରା ସାଙ୍ଗରେ ନେଇ ଆସିଲ…’ । ଏହାପରେ ଚାହର କ୍ୟାମେରାମ୍ୟାନଙ୍କୁ କହିଥିଲେ କି, ‘ଆରେ ଭାଇ ଚାଲିଯାଅ‘ । ପରେ ମାହି ଆଗକୁ କହିଥିଲେ କି, ‘ହଁ ନ ହେଲେ କଥା ହୋଇପାରିବୁ ନାହିଁ’ ।

ପ୍ରକାଶ ଯେ, ଏହା ପ୍ରଥମ ଥର ନୁହେଁ ଯେ, ଧୋନୀ ଏହି ଅନ୍ଦାଜରେ କଥା ହେଉଥିବା ନଜର ଆସିଛନ୍ତି । ଏହା ପୂର୍ବରୁ କେତେକ ଥର ମଧ୍ୟ ତାଙ୍କୁ ବିହାରୀ ଷ୍ଟାଇଲରେ କଥା ହେଉଥିବା ଶୁଣା ଯାଇଛି । ମାହିଙ୍କ ଏହି ଅନ୍ଦାଜ ଫ୍ୟାନ୍ସଙ୍କୁ ବହୁ ପସନ୍ଦ ଆସୁଛି ।