କେନ୍ଦୁଝର ସଦର,୩/୬ : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ଓ କାଉଁରୀକଳା ପଂଚାୟତରେ ଅବସ୍ଥିତ ହଳଦିଆଗୁଣା ଏମଏସପି କାରଖାନାରେ ଭୁଲ ବୁଝାମଣା ପାଇଁ ବାଦ ବିବାଦ ସୃଷ୍ଟି ହୋଇଥିଲା । ଫଳରେ ହଠାତ କମ୍ପାନୀ କର୍ତ୍ତୃପକ୍ଷ ଗତ ଗୁରୁବାର କାରଖାନା ବନ୍ଦ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ବୁଝାମଣା କରିବାରୁ ମଙ୍ଗଳାବର ପୁଣି କାରଖାନା ଚାଲୁ ହୋଇଛି।
କାରଖାନା ଚାଲୁ ହେବା ପରେ କାର୍ଯ୍ୟରତ କର୍ମଚାରୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ଖୁସି ବ୍ୟକ୍ତ କରିଥିବା ଜଣାପଡ଼ିଛି । କାରଖାନାକୁ ସ୍ଥାନୀୟ ଲୋକ, କାର୍ଯ୍ୟରତ କର୍ମଚାରୀ ସମେତ ପ୍ରଶାସନ ଶୃଙ୍ଖଳିତ ଭାବେ ଚାଲୁ କରିବାରେ ସହଯୋଗ କଲେ କମ୍ପାନୀ ଆଗମୀ ଦିନରେ ବିଭିନ୍ନ ସାମାଜିକ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନେବ ବୋଲି ସିଇଓ ଶିବାନନ୍ଦ ପାଠକ କହିଛନ୍ତି । ମୁଖ୍ୟ ଫାଟକ ଖୋଲିବା ସମୟରେ କାରଖାନାର ସିନିୟର୍ ଜେନେରାଲ ମ୍ୟାନେଜର ସଞ୍ଜୟ କୁମାର ସାହୁଙ୍କ ସମେତ କାରଖାନା କର୍ମଚାରୀ ଗଣ ଉପସ୍ଥିତ ଥିଲେ।