ନୂଆଦିଲ୍ଲୀ,୧୧।୬: ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍ ପୁଣି ଥରେ ଭାରତ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ କିଛି କହେ ଏବଂ ଆଉ କିଛି କରେ। ୟୁନୁସ୍ ବ୍ରିଟିଶ ଥିଙ୍କ ଟ୍ୟାଙ୍କ ଚାଥାମ ହାଉସରେ ଏକ ଆଲୋଚନା ସମୟରେ ଏହା କହିଛନ୍ତି। କେବଳ ସେତିକି ନୁହେଁ , ମହମ୍ମଦ ୟୁନୁସ କହିଛନ୍ତି ଭାରତ ଆମର ପଡ଼ୋଶୀ। ଆମେ ସେମାନଙ୍କ ସହିତ କୌଣସି ପ୍ରକାରର ସମସ୍ୟା ହେବାକୁ ଚାହୁଁନାହୁଁ। ବାଂଲାଦେଶରେ ଶେଖ ହସିନାଙ୍କ ସରକାରର ପତନ ଏବଂ ୟୁନୁସ୍ ଶାସକ ହେବା ପରଠାରୁ, ବାଂଲାଦେଶ ଚୀନର ନିକଟତର ହୋଇଛି, ଯେଉଁ କାରଣରୁ ଭାରତ ସହିତ ସମ୍ପର୍କ ଖରାପ ହୋଇଛି।
ଲଣ୍ଡନରେ ଗସ୍ତରେ ଥିବା ୟୁନୁସ୍ କହିଛନ୍ତି 'ମୁଁ ଭାରତ ସହିତ ଭଲ ସମ୍ପର୍କ ଗଢ଼ିବାକୁ ଚେଷ୍ଟା କରେ, କିନ୍ତୁ ଭାରତୀୟ ଗଣମାଧ୍ୟମ ନକଲି ଖବର ଚଲାଉଥିବାରୁ ଏହା ହିଁ ବାଂଲାଦେଶକୁ କଷ୍ଟ ଦେଉଛି। ମୁଁ ବହୁତ ରାଗ ମଧ୍ୟ ଲାଗେ ଏସବୁ ଶୁଣି। ଆମେ ଆଲୋଚନାକୁ ଆଗକୁ ବଢାଇବାକୁ ଚେଷ୍ଟା କରୁଛୁ କିନ୍ତୁ ସେହି ସମୟରେ ବହୁତ କିଛି ଘଟୁଛି। ଆମେ ଏଥିରୁ ଦୂରେଇ ଯାଇପାରିବୁ ନାହିଁ। ଯଦି ମୁଁ ଶାନ୍ତ ରହିବାକୁ ଚେଷ୍ଟା କରେ ହଠାତ୍ ସେମାନେ କିଛି କୁହନ୍ତି କିମ୍ବା କିଛି କରନ୍ତି, ତେଣୁ ଆମେ ରାଗିଯାଉ। ଆମକୁ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବା ଦରକାର, ଆମେ ଯେଉଁ ଜୀବନର ସ୍ୱପ୍ନ ଦେଖୁଛୁ ତାହା ସୃଷ୍ଟି କରିବା ଏବେ ଆମର ବଡ଼ କାମ।
ଏହି ସମୟରେ ୟୁନସ୍ କହିଛନ୍ତି, ସେ ନିର୍ବାଚିତ ସରକାରରେ ଯୋଗଦେବାକୁ ଆଗ୍ରହୀ ନୁହଁନ୍ତି। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ୟୁନୁସ୍ କହିଲେ, 'ବିଲକୁଲ ନୁହେଁ, ମୁଁ ଭାବୁଛି ଆମର କ୍ୟାବିନେଟ ସଦସ୍ୟ (ପରାମର୍ଶଦାତା ପରିଷଦ)ଙ୍କ ମଧ୍ୟରୁ କେହି ଏହା କରିବାକୁ ଚାହିଁବେ ନାହିଁ।