ପ୍ରମୂଖ ଖବର
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ନୂଆ କମ୍ପାନି ଆରମ୍ଭ କରିବେ ମୁକେଶ ଅମ୍ବାନି, ୬୦ କୋଟି ଲୋକଙ୍କ ଉପରେ ନଜର

Published By : Prameya | July 4, 2025 10:22 AM

ନୂଆଦିଲ୍ଲୀ,୦୪/୦୭: ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)  ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । ଏହି ପରିବର୍ତ୍ତନ ତାଙ୍କ ଏଫ୍‌ଏମ୍‌ସିଜି କାରବାରରେ  ହେବ । ଆର୍‌ଆଇଏଲ୍‌ ଏହାର ସମସ୍ତ ଏଫ୍‌ଏମ୍‌ସିଜି  ବ୍ରାଣ୍ଡ୍‌ଗୁଡ଼ିକୁ ଏକ ନୂଆ କମ୍ପାନିରେ ସାମିଲ କରିବ ।  

ଏବେ ଏ ବ୍ରାଣ୍ଡ୍‌ଗୁଡ଼ିକ ରିଲାଏନ୍ସ ରିଟେଲ ଭେଞ୍ଚର୍ସ  ଲିମିଟେଡ୍‌(ଆର୍‌ଆର୍‌ଭିଏଲ୍‌), ରିଲାଏନ୍ସ ରିଟେଲ୍‌  ଲିମିଟେଡ୍‌(ଆର୍‌ଆର୍‌ଏଲ୍‌) ଏବଂ ରିଲାଏନ୍ସ  କଞ୍ଜ୍ୟୁମର ପ୍ରଡକ୍ଟ୍‌ସ ଲିମିଟେଡ୍‌(ଆର୍‌ସିପିଏଲ୍‌)  ଅଧୀନରେ ରହିଛି । ନୂଆ କମ୍ପାନି ନାଁ ‘ନ୍ୟୁ  ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ୍‌ସ ଲିମିଟେଡ୍‌’ ହେବ ।  ଏ କମ୍ପାନି ଜିଓ ପ୍ଲାଟ୍‌ଫର୍ମସ ଲିମିଟେଡ୍‌ ଭଳି  ସିଧାସଳଖ ଭାବେ ଆର୍‌ଆଇଏଲ୍‌ର ସହାୟକ  କମ୍ପାନି ହେବ । ଏହି ପରିବର୍ତ୍ତନର ଉଦ୍ଦେଶ୍ୟ  ଏଫ୍‌ଏମ୍‌ସିଜି ବ୍ରାଣ୍ଡ୍‌ଗୁଡ଼ିକ ଉପରେ ଧ୍ୟାନ ଦେବା ।  ଏହାସହିତ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ  ଏ ଯୋଜନା ଉପରେ କାର୍ଯ୍ୟ ହେଉଛି ।  

ଆର୍‌ସିପିଏଲ୍‌ର ନିର୍ଦ୍ଦେଶକ ଏବଂ ଗ୍ରୁପ୍‌ର  ଏଫ୍‌ଏମ୍‌ସିଜି ମୁଖ୍ୟ ଟି. କୃଷ୍ଣକୁମାର କହିଛନ୍ତି ଯେ,  ୬୦ କୋଟି ଉପଭୋକ୍ତାଙ୍କ ଉପରେ ଧ୍ୟାନକେନ୍ଦ୍ରିତ  କରିବା ଏବଂ ପଡ଼ୋଶୀ ଦୋକାନଗୁଡ଼ିକ ସହ  ମିଳିତ ହୋଇ କାର୍ଯ୍ୟ କରିବା ହେଉଛି ରଣନୀତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.