ମୋହାଲି : ପଞ୍ଜାବର ମୋହାଲିରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ୩ ମହଲା ଉଚ୍ଚର କୋଠା ହଠାତ୍‌ ଭୁଶୁଡ଼ି ପଡ଼ିଛି। ଉକ୍ତ ଦୁର୍ଘଟଣାରେ ୨୦ଜଣ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବାର ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନର ଅଧିକାରୀ ପହଞ୍ଚି ଥିଲେ ଏବଂ ରେସ୍କ୍ୟୁ ଅପରେସନ ଜାରି ରହିଛି। 

କୋଠା ଭିତରେ ଏକ ଜିମ୍‌ ଚାଲୁ ଥିଲା। କୋଠା ପାଖରେ ଏକ ବେସମେଣ୍ଟର ଖୋଦେଇ ଚାଲୁ ଥିଲା, ଯେଉଁଥିରେ ବିଲ୍ଡିଂର ଫାଉଣ୍ଡେସନ ଦୁର୍ବଳ ହୋଇଗଲା ଏବଂ ତାହା ଖସି ପଡ଼ିଲା। ଦୁର୍ଘଟଣା ସମୟରେ ଜିମ୍‌ରେ ଲୋକେ ବ୍ୟାୟାମ କରୁଥିଲେ, ଯେଉଁଥିରେ ଏହା ସମ୍ଭାବନା କରାଯାଉଛି କି ଭଗ୍ନାବଶେଷ ତଳେ ଜିମ୍‌ରେ ଥିବା ଲୋକ ଚାପି ହୋଇ ଥାଇ ପାରନ୍ତି। ଦୁର୍ଘଟଣା ସମୟରେ ଜିମ୍‌ରେ କେତେ ଲୋକେ ଥିଲେ ଏହା ଜାଣିବାକୁ ପ୍ରଶାସନ ଜିମ୍‌ ପ୍ରବନ୍ଧକକୁ ତଲାସ କରୁଛି।

ଲାଇଭ୍‌ ହିନ୍ଦୁସ୍ତାନୀରେ ପ୍ରକାଶିତ ସୂଚନା ଆଧାରରେ, ସୋହାନା ସୈନୀ ବାଗ୍ ସ୍ଥିତ ବିଲ୍ଡିଂରେ ପ୍ରଥମ ଓ ଦ୍ୱିତୀୟ ଫ୍ଲୋରରେ ପିଜି ଥିଲା ଏବଂ ୩ୟ ଫ୍ଲୋରରେ ଜିମ୍‌ ଚାଲୁଥିଲା। ରେସିଡେନ୍ସିଆଲ ବିଲ୍ଡିଂରେ ଅବୈଧ ଭାବେ ଜିମ୍‌ ଓ ପିଜି ଚାଲୁ ଥିଲା। ବିଲ୍ଡିଂ ସହ ବେସମେଣ୍ଟର ଖୋଦେଇ ଚାଲୁ ଥିଲା। ଏଥିରେ ଏହି କୋଠାର ଫାଉଣ୍ଡେସନ ଦୁର୍ବଳ ହୋଇଗଲା। ଆଜି ଏହା ହଠାତ୍‌ ଖସି ପଡ଼ିଲା। 

କୋଠା ଭୁଶୁଡ଼ିବା ପରେ ସଂପୃକ୍ତ ସ୍ଥାନରେ ଆତଙ୍କ ଖେଳି ଯାଇଥିଲା। ଭଗ୍ନାବଶେଷ ତଳେ ପାଖାପାଖି ୨୦ ଜଣ ଲୋକଙ୍କ ଚାପି ହୋଇ ରହିବାର ଆଶଙ୍କା ରହିଛି। ପୁଲିସ ଓ ଏନଡିଆରଏଫ୍‌ର ଟିମ୍‌ ଭଗ୍ନାବଶେଷରେ ଚାପି ହୋଇଥିବା ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁ ଥିଲେ। ମୋହାଲି ଏସଏସପି ଦୀପକ ପାରିକ କହିଛନ୍ତି କି ଉଦ୍ଧାରକାର୍ଯ୍ୟ ଜାରି ରହିଛି।