ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପୁଣି ମୁମ୍ବାଇ ବିମାନ ବନ୍ଦରକୁ ଉଡ଼ାଇବାକୁ ଧମକ, କଲର୍ କହିଲା ପ୍ଲେନ୍‌ରେ ବୋମା ସହ ମହମ୍ମଦ

Published By : Swapna Ray | November 14, 2024 2:29 PM

ମୁମ୍ୱାଇ, ୧୪।୧୧: ପୁଣି ମୁମ୍ବାଇ ବିମାନ ବନ୍ଦରକୁ ବୋମାରେ ଉଡ଼ାଇବାକୁ ଧମକ । ଧମକ ପରେ ବିମାନବନ୍ଦରରେ ବଢ଼ିଲା ସୁରକ୍ଷା । ଆକ୍ସନ ମୁଡ୍‌ରେ ସିଆଇଏସ୍‌ଏଫ୍‌ । ବିମାନବନ୍ଦରରେ ଏକ ପୁଲିସ୍ ଟିମ୍ ନିୟୋଜିତ କରାଯାଇଛି । ଏଥିସହ ଫୋନ୍ କଲ୍ ଓ ଯାତ୍ରୀଙ୍କ ବିବରଣୀର ଯାଞ୍ଚ ଆରମ୍ଭ କରିଛି ପୋଲିସ । 

ବୋମା ଲଗାଇ ଉଡ଼ାଇ ଦେବୁ ବିମାନ ବନ୍ଦର । ମୁମ୍ବାଇ ଡୋମେଷ୍ଟିକ୍ ଏୟାପୋର୍ଟର ସିଆଇଏସ୍‌ଏଫ୍‌ କଣ୍ଟ୍ରୋଲ ରୁମ୍‌କୁ ଏଭଳିି ଧମକପୂର୍ଣ୍ଣ ଫୋନ୍‌ କଲ୍ ଆସିଛି । ମହମ୍ମଦ ନାମକ ଜଣେ ବ୍ୟକ୍ତି ମୁମ୍ବାଇରୁ ଆଜେରବାଇଜାନକୁ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ଧମକରେ କେହି ଜଣେ ବ୍ୟକ୍ତି କହିଛନ୍ତି । ଏହାକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି । ସେପଟେ ଧମକ ମିଳିବା ପରେ ତୁରନ୍ତ ଆକ୍ସନ ମୁଡ୍‌କୁ ଆସିଛି ସିଆଇଏସ୍‌ଏଫ୍‌ ଟିମ୍‌ । ଏହାପରେ ପୁଲିସର ଏକ ଟିମ୍‌ ବିମାନବନ୍ଦରରେ ନିୟୋଜିତ କରାଯାଇଛି । ବିମାନ ବନ୍ଦରର ତନ୍ନ ତନ୍ନ କରି ଯାଞ୍ଚ ଚାଲିଛି । 

କହିରଖୁ କି, ଆସିଥିବା ଫୋନ୍ କଲ୍‌ର କୌଣସି ନିର୍ଦ୍ଦିଷ୍ଟ ବିମାନ ବିଷୟରେ ଉଲ୍ଲେଖ କରିନଥିଲେ । ବୁଧବାର ହଠାତ୍ ମଧ୍ୟାହ୍ନ ପ୍ରାୟ ୩ଟା ସମୟରେ ଏହି ଧମକପୂର୍ଣ୍ଣ କଲ୍‌ ଆସିଥିଲା । ଯାହା ପରେ ଅଧିକାରୀମାନେ ଏହି ଫୋନ୍‌ କଲ୍‌ର ଯାଞ୍ଚ ଆରମ୍ଭ କରିଥିଲେ । କିଏ ଏହି ଧମକପୂର୍ଣ୍ଣ ଫୋନ୍‌ କଲ୍ କରିଥିଲା ସେନେଇ ତଦନ୍ତ ଚାଲିଛି । ସତର୍କତାମୂଳକ ପଦକ୍ଷେପ ଭାବରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଥିବା ବେଳେ ସୁରକ୍ଷା ନିଶ୍ଚିତ କରିବାକୁ ପୁଲିସ ଯାତ୍ରୀଙ୍କ ବିବରଣୀ ଯାଞ୍ଚ କରୁଛି । ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ, କିନ୍ତୁ ସମଗ୍ର ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଉଛି । 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.