ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଗୁଗଲ ସିଇଓଙ୍କୁ ଝଟକା,ଅବମାନନା ନୋଟିସ୍ ଜାରି କଲେ ମୁମ୍ବାଇ କୋର୍ଟ

Published By : Anindita Ratha | November 30, 2024 8:50 AM

ନୂଆଦିଲ୍ଲୀ,୩୦/୧୧:ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ବଡ ଝଟକା। ଅବମାନନା ନୋଟିସ୍ ଜାରି କଲେ ମୁମ୍ବାଇ କୋର୍ଟ।   ଅପମାନଜନକ ଭିଡିଓ ୟୁଟ୍ୟୁବ୍‌ରୁ କାଟିବାରେ ବିଫଳ ହେବାରୁ ମୁମ୍ବାଇର ବଲାର୍ଡ ପିଅର୍ ଠାରେ ଥିବା ଅତିରିକ୍ତ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ କୋର୍ଟ ପିଚାଇଙ୍କୁ ନୋଟିସ୍ କରିଛନ୍ତି।

ସୂଚନା ମୁତାବକ, ମାର୍ଚ୍ଚ ୨୦୨୩ର, ବଲାର୍ଡ ପିଆରର କୋର୍ଟର ୩୮ ତମ ଅତିରିକ୍ତ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ୍ ୟୁଟ୍ୟୁବ୍‌କୁ “ପାଖଣ୍ଡି ବାବା କି କରତୁତ” ନାମକ ଏକ ଅପମାନଜନକ ଭିଡିଓ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ।  କାରଣ ଭିଡିଓରେ ଅପାମାନଜକ କଥା ରହିଥିବାରୁ ଫାଉଣ୍ଡେସନ ଅଭିଯୋଗ କରିଥିଲା। ଏହାପରେ କୋର୍ଟ ଭିଡିଓ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଗୁଗୁଲ ଯୁକ୍ତି ଦର୍ଶାଯାଇଥିଲା ଯେ , ମାନହାନୀ ଆଇନର ଧାରା ଆଇଟି ଆକ୍ଟ ୬୯-ଏ ଅଧୀନରେ ଆସୁ ନାହିଁ, ଯାହା କଣ୍ଟେଣ୍ଟ ବ୍ଲକ୍ କରିବାକୁ ଅନୁମତି ଦେଇଥାଏ। ଏଭଳି ଅଭିଯୋଗ ସିଭିଲ କୋର୍ଟରେ ସମାଧାନ ହେବା ଦରକାର କ୍ରିମିନାଲ କୋର୍ଟରେ ନୁହେଁ ବୋଲି ଗୁଗଲ କହିଥିଲା। ସେପଟେ କୋର୍ଟ କିନ୍ତୁ କମ୍ପାନୀର ତର୍କକୁ ପ୍ରତ୍ୟାଖାନ କରି ଆଇଟି ଆକ୍ଟ ଏହି ସବୁ ମାମଲାରେ କ୍ରିମିନାଲ କୋର୍ଟଙ୍କ ହସ୍ତକ୍ଷେପକୁ ବନ୍ଦ କରି ନାହାନ୍ତି। ତେବେ ଭିଡିଓ ଶାନ୍ତିଭଙ୍ଗ କରିପାରେ ବୋଲି ମାଜିଷ୍ଟ୍ରେଟ୍ ଉପଲବ୍ଧି କରି ଭିଡିଓ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ୟୁଟ୍ୟୁବ ନ ହଟାଇବାରୁ କୋର୍ଟ ମାମଲା ପିଚାଇଙ୍କ ହିରୋଧରେ ନୋଟିସ ଜାରି କରିଥିବା ଜଣାପଡିଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.