ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅନିଲ ଅମ୍ବାନୀଙ୍କ ଉପରେ ୨୫ ହଜାର ଟଙ୍କାର ଜରିମାନା ଲଗାଇଲେ ବମ୍ବେ ହାଇକୋର୍ଟ, ଏହି ମାମଲାରେ କଲେ କଡ଼ା ଭର୍ତ୍ସନା

Published By : Harapriya Biswal | April 3, 2025 3:23 PM

ମୁମ୍ବାଇ,୩।୪: ଉଦ୍ୟୋଗପତି ଅନିଲ ଅମ୍ବାନୀଙ୍କ ଏକ ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କରିଛନ୍ତି ବମ୍ବେ ହାଇକୋର୍ଟ । ଏହା ସହ କୋର୍ଟ ଅନିଲ ଅମ୍ବାନୀଙ୍କ ଅନୁରୋଧକୁ କେବଳ ଅସ୍ବୀକାର କରିଛନ୍ତି ତାହା ନୁହେଁ, ବଂର ତାଙ୍କ ଉପରେ ୨୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି। ଏହି ଜରିମାନା ୧୨ ଅପ୍ରେଲ ୨୦୨୨ ରେ ଇନକମ୍ ଟ୍ୟାକ୍ସ ବିଭାଗ ଦ୍ବାରା ପଠାଯାଇଥିଲା। ଏହି ନୋଟିସ୍‌କୁ ଚ୍ୟାଲେଞ୍ଜ ଦେଇ ମାମଲାର ତୁରନ୍ତ ଶୁଣାଣି କରିବା ନେଇ ଦାବି କରିଥିଲେ ଅମ୍ବାନୀ। 

୨୭ ମାର୍ଚ୍ଚରେ ଅନିଲ ଅମ୍ବାନୀ ହାଇକୋର୍ଟରେ ଆବେଦନ କରି ମାମଲାର ତୁରନ୍ତ ଶୁଣାଣି କରିବାକୁ ଦାବି କରିଥିଲେ। ତେବେ ନ୍ୟାୟମୂର୍ତ୍ତି ଏମ୍‌.ଏସ୍ ସୋନକେ ଓ ନ୍ୟାୟମୂର୍ତ୍ତି ଜିତେନ୍ଦ୍ର ଜୈନଙ୍କ ଖଣ୍ଡପୀଠ ଏହାକୁ ‘ବିନା କାରଣରେ ତରବର ଶୁଣାଣି ଅନୁରୋଧ’ ବୋଲି କହିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି।

କୋର୍ଟ କହିଛନ୍ତି, ଏହା କେବଳ ଏକ କାରଣ ଦର୍ଶାଅ ନୋଟିସ୍‌କୁ ଚ୍ୟାଲେଞ୍ଜ ଦେବାର ମାମଲା। ଆବେଦନକାରୀ ଅନ୍ତିମ ସମୟରେ କୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି। ତେଣୁ ଏହି ଅନୁରୋଧକୁ ଖାରଜ କରାଯାଉଛି। ଆବେଦନକାରୀଙ୍କୁ ଟାଟା ମେମୋରିଆଲ ହସ୍ପିଟାଲକୁ ଦୁଇ ସପ୍ତାହ ଭିତରେ  ୨୫,୦୦୦ ଟଙ୍କାର ଜରିମାନା ରାଶି ଦେବାକୁ ହେବ। 

କୋର୍ଟଙ୍କ ଏହି ନିର୍ଦେଶ ୨୭ ମାର୍ଚ୍ଚରେ ଜାରି କରାଯାଇଥିଲା। ଯାହାକି ୨ ଅପ୍ରେଲ ୨୦୨୫ ରେ ଉପଲବ୍ଧ କରାଯାଇଥିଲା। ଆବେଦନର ଶୁଣାଣି ୧ ଅପ୍ରେଲରେ ହେବାର ଥିଲା, କିନ୍ତୁ ଅନିଲ ଅମ୍ବାନୀଙ୍କ ଓକିଲ ରଫିକ୍ ଦାଦା କୋର୍ଟଙ୍କୁ ସୁନିଶ୍ଚିତ କରିଥିଲେ ଯେ, ଏହାକୁ ଫେରାଇ ନିଆଯାଉଛି, କାରଣ ଇନକମ୍ ଟ୍ୟାକ୍ସ ବିଭାଗ ୨୭ ମାର୍ଚ୍ଚରେ ସେ ସମ୍ପର୍କିତ ଆକଳନ ବର୍ଷ ପାଇଁ ନିଜର ନିର୍ଦେଶ ପାସ୍ କରିଦେଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, କୋର୍ଟଙ୍କ ଦ୍ବାରା ଲଗାଯାଇଥିବା ଜରିମାନା ଦିଆଯାଇ ସାରିଛି। ଏହାପରେ ହାଇକୋର୍ଟ ମଙ୍ଗଳବାର ମାମଲାର ସମାଧାନ କରିଦେଇଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.